ETV Bharat / bharat

ଶୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ ମିଳବ ନ୍ୟାୟ: ଏଲଜି ମନୋଜ ସିହ୍ନା

ଶୋପିଆନ ଏନକାଉଣ୍ଟରକୁ ନେଇ ଏଲଜି ମନୋଜ ସିହ୍ନାଙ୍କ ବଡ ବୟାନ । ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ ନ୍ୟାୟ ମିଳିବ । ଅଧିକ ପଢନ୍ତୁ...

ଶୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ ମିଳବ ନ୍ୟାୟ: ଏଲଜି ମନୋଜ ସିହ୍ନା
ଶୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ ମିଳବ ନ୍ୟାୟ: ଏଲଜି ମନୋଜ ସିହ୍ନା
author img

By

Published : Sep 14, 2020, 10:02 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ପଦ ସମ୍ଭାଳିବା ପରେ ବେଶ ସକ୍ରିୟ ଥିବା ନଜର ଆସୁଛନ୍ତି ମନୋଜ ସିହ୍ନା । କ୍ରମାଗତ ଭାବରେ ଘାଟିରେ ସାଧାରଣ ନାଗରିକଙ୍କର ସମସ୍ୟା ଓ ସ୍ଥିତିର ସମୀକ୍ଷା କରୁଛନ୍ତି ଏଲଜି । ତେବେ ଚଳିତ ବର୍ଷ ଜୁଲାଇରେ ଶୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ରାଜୌରୀର 3 ଜଣଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ହତ୍ୟା କାଣ୍ଡରେ ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ସିହ୍ନା କହିଛନ୍ତି ଯେ ଏହି ଘଟଣା ପରେ ସେନା ଓ ପୋଲିସ ମିଳିତ ଭାବରେ ପୃଥକ ତଦନ୍ତ ଜାରି ରଖିଥିବା ବେଳେ ପରିବାର ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

ମଜୁରୀ କାମ ପାଇଁ ଶୋପିଆନ ଯାଇଥିବା ଜଣେ ନାବାଳକ ସମେତ 2 ଯୁବକ ଜୁଲାଇ 17 ସଂଧ୍ୟରେ ନିଖୋଜ ହୋଇଯାଇଥିଲେ । ରାଜୋରି ଜିଲ୍ଲା କୋଟରଙ୍କା ବାସିନ୍ଦା ବାଗଗା ଖାନଙ୍କ ପୁଅ ଅହମ୍ମଦ ଖାନ, ତାଙ୍କ ଶଳା ଅବରର ଅହମ୍ମଦ, ଏବଂ ତାଙ୍କର ଜଣେ ସମ୍ପର୍କୀୟ ଇମତିଆଜ ଅହମ୍ମଦ ମଜୁରୀ କାମ ପାଇଁ ଶୋପିଆନ ଯାଇଥିଲେ । ଜୁଲାଇ 18 ପୂର୍ବାହ୍ନରେ ପୋଲିସ ଏବଂ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାର ଆମିସିପୋରା ଗାଁରେ ଏକ ଏନକାଉଣ୍ଟରରେ ତିନି ଜଣ ଅଜ୍ଞାତ ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଥିବା ଦାବି କରିଥିଲେ ।

ଶ୍ରୀନଗରର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ ଅଗଷ୍ଟରେ ଦେଇଥିବା ବିବୃତ୍ତିରେ କହିଥିଲେ ଯେ 18 ଜୁଲାଇ 2020ରେ ଶୋପିଆନରେ ହୋଇଥିବା ଅପରେସନ ନେଇ ଆମେ ସୋସିଆଲ ମିଡିଆ ଉପରେ ନଜର ରଖିଛୁ । ଅପରେସନ ସମୟରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ ଏବଂ ପ୍ରୋଟୋକଲ ଆଧାରରେ ମୃତଦେହକୁ ପୋତି ଦିଆଯାଇଛି । ସେନା ଘଟଣାର ତଦନ୍ତ କରୁଥିବା କର୍ଣ୍ଣେଲ ସୂଚନା ଦେଇଥିଲେ ।

ମୃତକଙ୍କ ପରିବାର ଅନୁଯାୟୀ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 3 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ସେମାନେ କହିଛନ୍ତି ଯେ ଶୋପିଆନରେ ପହଞ୍ଚିବା ପରେ ସେମାନଙ୍କ ମୋବାଇଲ ଫୋନ ବନ୍ଦ ହୋଇଯାଇଥିଲା । ତେବେ ତିନି ସପ୍ତାହ ପରେ ଅଗଷ୍ଟ 8ରେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ପରିବାରବର୍ଗ ଏହି ତିନି ଯୁବକ ସେମାନଙ୍କର ପୁଅ ବୋଲି ଚିହ୍ନଟ କରିଥିଲେ ।

ପୃଥକ ଯାଞ୍ଚ ଆରମ୍ଭ କରିବାକୁ ସେନା ଏବଂ ପୋଲିସକୁ ବାଧ୍ୟ କରି ପରିବାରବର୍ଗ ବିରୋଧ କରିଥିଲେ । ଅଗଷ୍ଟ 18ରେ ଡାକ୍ତରଙ୍କ ସହ ଏକ ପୋଲିସ ଟିମକୁ ଶୋପିଆନରୁ ରାଜୋରି ପଠାଯାଇଥିଲା । ଡିଏନଏ ନମୁନା ସଂଗ୍ରହ କରାଯାଇଥିବା ବେଳେ ଏଯାଏଁ ସେମାନଙ୍କ ପରିବାର ଲୋକଙ୍କୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇ ନାହିଁ ।

ଅକ୍ଟୋବର 3ରେ ଆରମ୍ଭ ହେବାକୁ ଥିବା ବ୍ୟାକ୍ ଟୁ ଭିଲେଜ କାର୍ଯ୍ୟକ୍ରମ ବିଷୟରେ ଏଲଜି କହିଛନ୍ତି ଯେ ବିକାଶ କାର୍ଯ୍ୟ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ 10 ଲକ୍ଷ ଟଙ୍କା ଆବଣ୍ଟନ କରାଯିବ । ପ୍ରଶାସନର ଅଧିକାରୀମାନେ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ଗାଁରେ ଲୋକମାନଙ୍କର ଅଭିଯୋଗ ଶୁଣିବାକୁ ପାଇବେ ।

ଏଲଜି କହିଛନ୍ତି ଯେ ପ୍ରଶାସନିକ ଅଧିକାରୀମାନେ କେବଳ କାର୍ଯ୍ୟକୁ ସହଜ କରିବେ ଏବଂ ସବୁକିଛି ପଞ୍ଚାୟତ ସଦସ୍ୟ ନିଜେ କରିବେ । ଜାମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ଗାଁକୁ ଏକ ମଡେଲ ଗାଁ କରିବା ଏହାର ଲକ୍ଷ୍ୟ । କୋରୋନା ଲକଡାଉନ ସମୟରେ ଅର୍ଥନୀତିର ପୁନରୁତ୍ଥାନ ଏବଂ ବ୍ୟବସାୟରେ କ୍ଷତିପୂରଣ ପାଇଁ ପ୍ୟାକେଜ ସୁପାରିଶ କରିବାକୁ ସରକାର ଏକ କମିଟି ଗଠନ କରିଛନ୍ତି ।

ସିହ୍ନା କହିଛନ୍ତି, କମିଟି ଏହାର ରିପୋର୍ଟ ଦାଖଲ କରିଛି ଯାହା ଭାରତ ସରକାରଙ୍କ ସହ ବିଚାର କରାଯାଉଛି । ଏକ ସପ୍ତାହ ମଧ୍ୟରେ ବ୍ୟବସାୟରରେ ହୋଇଥିବା କ୍ଷତି ଭରଣା ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.