ETV Bharat / bharat

ଦିଲ୍ଲୀରେ କାହିଁକି ବଢୁଛି କୋରୋନା, କାରଣ କହିଲେ ମନ୍ତ୍ରୀ

author img

By

Published : Nov 1, 2020, 3:18 PM IST

ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହେବା ପରେ ତୁରନ୍ତ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଅନୁସନ୍ଧାନ କରି କୋରୋନା ପରୀକ୍ଷା କରାଯାଉଛି । ଯାହାଦ୍ବାରା ହଠାତ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

Aggressive corona testing causes main reason for spike in covid 19 cases
'ଆକ୍ରମଣାତ୍ମକ ଯୋଗାଯୋଗ ଅନୁସନ୍ଧାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିର ପ୍ରାଥମିକ କାରଣ'

ନୂଆଦିଲ୍ଲୀ: ଦିଲ୍ଲୀରେ ହଠାତ୍ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆକ୍ରମଣାତ୍ମକ ଭାବରେ କୋରୋନା ରୋଗୀଙ୍କ ଯୋଗାଯୋଗରେ ଆସୁଥିବା ଲୋକଙ୍କ ଅନୁସନ୍ଧାନ ଦିଲ୍ଲୀରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାର ପ୍ରମୁଖ କାରଣ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କହିଛନ୍ତି ।

ସେ ଏ ସଂପର୍କରେ କହିଛନ୍ତି "ଯଦି ଜଣେ ବ୍ୟକ୍ତି କୋରୋନାରେ ଆକ୍ରମଣ ହେଉଛି ତେବେ ଉକ୍ତ ବ୍ୟକ୍ତିର ପରିବାରର ସମସ୍ତ ସଦସ୍ୟ କୋଭିଡ-19 ପରୀକ୍ଷା କରିବା ଜରୁରୀ ହୋଇପଡିଛି । ଯଦି ସେମାନଙ୍କ ମଧ୍ୟରୁ କେହି କୋଭିଡରେ ଆକ୍ରାନ୍ତ ହୋଇଛି ତେବେ ହଠାତ୍ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । କିଛି ଦିନ ପୂର୍ବେ ଜଣେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 6ରୁ 7ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 15ରେ ପହଞ୍ଚିଛି " ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହେବା ପରେ ଉକ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତୁରନ୍ତ ଅନୁସନ୍ଧାନ କରାଯାଇ ସେମାନଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଉଛି, ଯାହା ଫଳରେ ହଠାତ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଯାଉଥିବା ମନ୍ତ୍ରୀ କହିଛନ୍ତି । ଏହି ସମୟରେ ମଧ୍ୟ ରାଜ୍ୟରେ ମାତ୍ର 40 ପ୍ରତିଶତ କୋଭିଡ-19 ଶଯ୍ୟା ଦାଖଲ କରାଯାଇଛି ଏବଂ ହସ୍ପିଟାଲରେ 9500ଟି ଶଯ୍ୟା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଖାଲି ରହିଛି ।

ଦିଲ୍ଲୀରେ ବର୍ତ୍ତମାନ 32,719ଟି ସକ୍ରିୟ ମାମଲା ଥିବା ବେଳେ ମୋଟ 3ଲକ୍ଷ 47ହଜାର 476ଜଣ ସୁସ୍ଥ ହୋଇଛନ୍ତି । ସହରରେ ମୃତ୍ୟୁହାର 6,511 ରହିଛି ବୋଲି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.