ETV Bharat / bharat

ଟିକ୍ ଟକ୍‌ରେ କରୁଥିଲେ ଭିଡିଓ ସୁଟିଂ: ଭାଙ୍ଗିଲା ମେରୁଦଣ୍ଡ, ଯୁବକଙ୍କ ମୃତ୍ୟୁ - stund

ଟିକ୍ ଟକ୍‌ରେ ଭିଡିଓ ପାଇଁ ଷ୍ଟଣ୍ଟ ଦେଖାଇବାକୁ ଚେଷ୍ଟା କରି ମେରୁଦଣ୍ଡ ଭାଙ୍ଗିବାରୁ କୁମାର ନାମକ ଯୁବକଙ୍କର ମୃତ୍ୟୁ ଘଟିଛି ।

ଫାଇଲ ଫଟୋ
author img

By

Published : Jun 24, 2019, 10:41 AM IST

ବେଙ୍ଗାଲୁରୁ: ପୁଣି ଟିକ୍ ଟକ୍‌ରେ ଭିଡିଓ ସୁଟ୍ବେଳେ ଜୀବନ ହାରିଲେ ଜଣେ 23 ବର୍ଷୀୟ ଯୁବକ । ଟିକ୍ ଟକ୍ରେ ଭିଡିଓ ପାଇଁ ଷ୍ଟଣ୍ଟ ଦେଖାଇବାକୁ ଚେଷ୍ଟା କରି ମେରୁଦଣ୍ଡ ଭାଙ୍ଗିବାରୁ କୁମାର ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ତୁମାକୁରୁ ଜିଲ୍ଲାରେ ଗୋଦେକେରୀ ଅଞ୍ଚଳରେ ।

ସୂଚନା ଅନୁଯାୟୀ, କିଛିଦିନ ତଳେ କୁମାର ନିଜ ମୋବାଇଲ ଫୋନରେ ଟିକ୍ ଟକ୍ ଆପ୍ ଡାଉନଲୋଡ କରିଥିଲେ । ତେବେ ଗତ ଜୁନ୍ 18ରେ କୁମାର ଟିକ୍ ଟକ୍ ଆପ୍ରେ ଭିଡିଓ ଅପଲୋଡ କରିବା ପାଇଁ ନିଜ ସ୍କୁଲ ପଡିଆରେ ଏକ ଷ୍ଟଣ୍ଟ ଦେଖାଇଥିଲେ ।

କିନ୍ତୁ ତାଙ୍କର ସନ୍ତୁଳନ ବିଗିଡିବାରୁ ସେ ତଳେ ପଡିଯାଇଥିଲେ । ଯାହାଫଳରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏହାପରେ କୁମାରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ 5 ଦିନ ମେଡିକାଲରେ ଚିକିତ୍ସା ହେବାପରେ ଗତ ରବିବାର ତାଙ୍କର ମୃତ୍ୟୁ ଘଟିଛି ।

ଏପଟେ କୁମାରଙ୍କ ଭିଡିଓ ତାଙ୍କ ଟିକ୍ ଟକ୍ ଆପରେ ଅପଲୋଡ ହୋଇଥିଲା । ଯାହା ସୋସିଆଲ ମିଡିଆରେ ବହୁମାତ୍ରାରେ ସେୟାର କରାଯାଇଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଗତ କିଛିମାସ ହେବ ଟିକ୍ ଟିକ୍ ଆପରେ ଭିଡିଓ ଅପଲୋଡ କରିବାକୁ ଯାଇ କେତେ ଯୁବଗୋଷ୍ଠୀ ନିଜ ଜୀବନ ହରାଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.