ETV Bharat / bharat

କନ୍ଦାଉଛି କୋରୋନା: 100 କିମି ଚାଲି ପ୍ରସବ କଲେ ମହିଳା, ଚାଲିଗଲା ଶିଶୁର ଜୀବନ - 100 କିମି ଚାଲି ପ୍ରସବ କଲେ ମହିଳା

ତାଲାବନ୍ଦ ଯୋଗୁଁ ଜୀବିକା ହରାଇ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । କିଏ ଟ୍ରନରେ ଯାଉଛି ତ କିଏ ଚାଲି ଚାଲି । ଘରେ ପହଞ୍ଚିବା ପୂର୍ବରୁ ଚାଲିଯାଉଛି ଜୀବନ । ପ୍ରତ୍ୟେକ ଦିନ ଆସୁଛି ଏମିତି ଖବର ଯାହା ସମସ୍ତଙ୍କ ହୃଦୟକୁ କନ୍ଦାଉଛି । ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣା ଆମ୍ବାଲାରେ ।

100 କିମି ଚାଲି ପ୍ରସବ କଲେ ମହିଳା, କେଇ କ୍ଷଣରେ ଚାଲିଗଲା ଶିଶୁର ଜୀବନ

author img

By

Published : May 24, 2020, 12:14 PM IST

ଚଣ୍ଡିଗଡ: ସରୁନି ପ୍ରବାସୀଙ୍କ ଦୁଃଖ । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠୁ ଆସୁଛି ପ୍ରବାସୀ ଶ୍ରମିକଙ୍କ କରୁଣ କାହାଣୀ । ଜଣେ ପ୍ରବାସୀ ଶ୍ରମିକଙ୍କ ସ୍ତ୍ରୀ ଗର୍ଭାବସ୍ଥାରେ 100 କିମି ଚାଲି ଚାଲି ଆସୁଥିବା ବେଳେ ଘରେ ପହଞ୍ଚି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ହେବାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

20 ବର୍ଷ ବୟସର ବିନ୍ଦିଆ ଏବଂ ତାଙ୍କ ସ୍ୱାମୀ ଜଟିନ୍ ରାମ । ଯେଉଁମାନେ ଗତ ସପ୍ତାହରେ ଲୁଧିଆନାରୁ ବିହାରର ଥିବା ତାଙ୍କ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବୁଧବାର ଏହି ଦମ୍ପତି ଅମ୍ବାଲା ସହରରେ ପହଞ୍ଚିବା ପରେ ମହିଳା ଜଣକ ଏକ ମହିଳା ସନ୍ତାନ ଜନ୍ମ ଦେଇଥିଲେ । ତେବେ ଜନ୍ମ ପରେ ତୁରନ୍ତ ଶିଶୁଟିର ମୃତ୍ୟୁ ଘଟିଥିଲା।

ଟ୍ରେନରେ ପଞ୍ଜିକରଣ କରି ନପାରି ଏହି ଦମ୍ପତ୍ତି ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାଦ୍ବାରା ଟଙ୍କା ମଧ୍ୟ ସଞ୍ଚୟ ହୋଇଯିବ ବୋଲି ସେମାନେ ଭାବିଥିଲେ । ତେବେ ଜଣେ ଗର୍ଭବତୀ ମହିଳା ଆବଶ୍ୟକ ଖାଦ୍ୟ ଗ୍ରହଣ କରୁ ନଥିବାରୁ ବିନ୍ଦିଆ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ସ୍ୱାମୀ କହିଛନ୍ତି । ଲକଡାଉନ ସମୟରେ ସେ ଚାକିରୀ ହରାଇ ଥିବାରୁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ନାହିଁ ।

ଯେତେବେଳେ ସେମାନେ ଲୁଧିଆନାରୁ ଅମ୍ବାଲା ସିଟିରେ ପହଞ୍ଚିଲେ, 100 କିଲୋମିଟରରୁ ଅଧିକ ଚାଲିବା ପରେ ବିନ୍ଦିଆ ପ୍ରସବ ବେଦନା ଅନୁଭବ କରିବା ଆରମ୍ଭ କଲେ ଏବଂ ରାମ ତାଙ୍କୁ ସିଭିଲ ହସ୍ପିଟାଲକୁ ନେଇଥିଲେ । ହେଲେ ପ୍ରସବ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଅମ୍ବାଲାରେ ଥିବା କଣ୍ଟେନମେଣ୍ଟ ଜୋନରେ ଏକ ଏନଜିଓ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିଛି ଏବଂ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ଜଣାପଡିଛି । ଏନଜିଓ ଏହି ଦମ୍ପତିଙ୍କୁ ଆଶ୍ୱାସନା ଦେଇଛି ଯେ ସେମାନେ ବିହାରକୁ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ସୁରକ୍ଷିତ ଯାତ୍ରା ପାଇଁ ବ୍ୟବସ୍ଥା କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.