ETV Bharat / bharat

ବିଶ୍ବରେ 14ଶହ କୋଟି ଟୀକା ଆବଶ୍ୟକ: ବିଲ ଗେଟ୍ସ

author img

By

Published : May 4, 2020, 2:53 PM IST

କୋରୋନା ପାଇଁ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ସମସ୍ତ ମେଡିକାଲ ଟିମ ଲାଗିପଡିଛନ୍ତି ଟୀକା ପ୍ରସ୍ତୁତ କରିବାରେ । ହେଲେ ଏହି ଟୀକା ପ୍ରସ୍ତୁତ ଉପରେ ନିଜର ମତ ରଖିଛନ୍ତି ବିଲ ଗେଟ୍ସ । ଅଧିକ ପଢନ୍ତୁ....

ବିଶ୍ବରେ 14ଶହ କୋଟି ଟୀକାର ରହିଛି ଆବଶ୍ୟକ:ବିଲ ଗେଟ୍ସ

ଓ୍ବାଶିଂଟନ: କୋରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ଖେଳାଇଛି । ଯେଉଁଥିରେ ସବୁଠୁ କ୍ଷତି ହୋଇଛି ଆମେରିକାର । ଦେଶରେ ବର୍ତ୍ତମାନ 9 ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ଏହି ପ୍ରରିପେକ୍ଷିରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚିନ୍ତିତ ଅଛନ୍ତି ମାଇକ୍ରୋସଫ୍ଟ କର୍ପୋରେସନ୍ ପ୍ରତିଷ୍ଠାତା ବିଲ୍ ଗେଟ୍ସ ।

ବିଲ ଗେଟ୍ସ କହିଛନ୍ତିଯେ, ଯଦି କୋରୋନା ଭାଇରସ୍ ଟିକା ତିଆରି ହୁଏ ତେବେ ଏହା ବିଶ୍ବରେ 1400 କୋଟି ଡୋଜ ଉତ୍ପାଦନ କରିବାକୁ ପଡିବ। ସେ ନିଜ ବ୍ଲଗରେ କହିଛନ୍ତି ଯେ ଏହି ଡୋଜଗୁଡିକ ଯଥାଶୀଘ୍ର ବିଶ୍ବର ପ୍ରତ୍ୟେକ ପ୍ରାନ୍ତକୁ ପଠାଇବାକୁ ପଡିବ। ସେ କହିଛନ୍ତି ଯେ ଯଦିଓ ଟିକା ଗୋଟିଏ ଡୋଜରେ ପ୍ରଭାବଶାଳୀ ପ୍ରମାଣିତ ହୁଏ, ତଥାପି 700 କୋଟି ଡୋଜ ପ୍ରସ୍ତୁତ କରିବାକୁ ପଡିବ । ଯଦି ଦୁଇଟି ଡୋଜ ଆବଶ୍ୟକ ହୁଏ ତେବେ 1400 କୋଟି ଡୋଜ ପ୍ରସ୍ତୁତ କରିବାକୁ ପଡିବ।

ସେ ଆହୁରି କହିଛନ୍ତିଯେ, ଏହି କାମ 9 ମାସରୁ 2 ବର୍ଷ ଲାଗଯାଇପାରେ । ସେ ଦାବି କରିଛନ୍ତିଯେ, ବର୍ତ୍ତମାନ 8 ରୁ 10ଟି ଟିକା ପ୍ରସ୍ତୁତ କରାଯାଉଛି । ଯେଉଁଥିରୁ କାହାରିକୁ ବି ସଫଳତା ମିଲିପାରିବ । ତଥାପି, ଏହା କିଛି ମାସରୁ ଅନେକ ବର୍ଷ ନେଇପାରେ । ଗେଟ୍ସ ଜୋର ଦେଇଛନ୍ତି ଯେ ସ୍ୱଳ୍ପ ଆୟକାରୀ ଦେଶ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରଥମେ ଏହି ଟିକା ପ୍ରଦାନ କରିବା ଉଚିତ ଯାହା ଦ୍ବାରା ବିଶ୍ବ ବଞ୍ଚିପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.