ETV Bharat / bharat

ସୋନୁଙ୍କ ପରେ ଦୁଇ ଭଉଣୀଙ୍କୁ ପଢାଇବେ ଚନ୍ଦ୍ରବାବୁ ନାଇଡୁ

ସୋନୁଙ୍କ ପରେ ଦୁଇ କୃଷକ ଭଉଣୀଙ୍କ ପାଇଁ ଆଗେଇ ଆସିଲେ ଆନ୍ଧପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ଚାଷ କାମ ବ୍ୟତୀତ ଏଣିକି ପାଠପଢିବେ ଦୁଇ କୃଷକ ଭଉଣୀ । ଅଧିକ ପଢନ୍ତୁ...

author img

By

Published : Jul 27, 2020, 3:03 PM IST

ଦୁଇ କୃଷକ ଭଉଣୀଙ୍କ ଶିକ୍ଷାର ଦାୟିତ୍ବ ନେଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ଦୁଇ କୃଷକ ଭଉଣୀଙ୍କ ଶିକ୍ଷାର ସମସ୍ତ ଦାୟିତ୍ବ ନେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ବଲିଉଡ ଅଭିନେତାଙ୍କ ସହଯୋଗ ପରେ ଆଗେଇ ଆସିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ସୋନୁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ନାଗେଶ୍ବର ରାଓଙ୍କ ପରିବାରକୁ ଟ୍ରାକ୍ଟର ଯୋଗାଇଛନ୍ତି ସୋନୁ । ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ଲଙ୍ଗଳ କରୁଥିବା ଭିଡିଓ ଭାଇରାଲ ହେବା ପରେ ସୋନୁ ସେମାନଙ୍କୁ ଟ୍ରାକ୍ଟର ଦେବାକୁ ପ୍ରତିଶ୍ରୃତି ଦେବା ସହ ଏହା ପୂରଣ କରିଥିଲେ ।

ନାଇଡୁ ଟ୍ବିଟ କରି କହିଛନ୍ତି, ସେ ସେହି ଦୁଇ ଭଉଣୀଙ୍କ ପାଠପଢାର ଦାୟିତ୍ବ ନେବେ । ତାଙ୍କ ସ୍ବପ୍ନ ପୁରା କରିବାରେ ସମସ୍ତ ସହଯୋଗ କରିବେ । ଟିଡିପି ମୁଖ୍ୟଙ୍କ ଏହି ଟ୍ବିଟକୁ ରିଟ୍ବିଟ କରି ସୋନୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କ ଏହି ସହଯୋଗ ସମସ୍ତଙ୍କୁ ଆଗକୁ ଆସିବାକୁ ଏବଂ ଅଭାବୀଙ୍କୁ ସାହାଯ୍ୟ କରିବାକୁ ପ୍ରେରଣା ଯୋଗାଇବ। ଆପଣଙ୍କ ଅଧିନରେ ଅନେକ ନିଜର ସ୍ବପ୍ନ ସାକାର କରିପାରିବେ । ଏମିତି ସମସ୍ତଙ୍କୁ ପ୍ରେରଣା ଯୋଗାଉଥାନ୍ତୁ । ଖୁବଶୀଘ୍ର ଆପଣଙ୍କ ସହ ସାକ୍ଷାତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.