ETV Bharat / bharat

ଗୋଆ ପରେ କୋରୋନା ମୁକ୍ତ ହେଲା ମିଜୋରାମ

author img

By

Published : May 10, 2020, 8:12 AM IST

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏପରିସ୍ଥଳେ ସମ୍ପୂର୍ଣ୍ଣ କୋରୋନା ମୁକ୍ତ ହୋଇଛି ମିଜୋରାମ ରାଜ୍ୟ । ଅଧିକ ପଢନ୍ତୁ....

ଗୋଆ ପରେ କୋରୋନା ମୁକ୍ତ ହେଲା ମିଜୋରାମ
ଗୋଆ ପରେ କୋରୋନା ମୁକ୍ତ ହେଲା ମିଜୋରାମ

ଅଇଜୁୱାଲ: ଶନିବାର ମିଜୋରାମର ଏକମାତ୍ର ସଂକ୍ରମିତ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ କୋରୋନା ଭାଇରସରୁ ମୁକ୍ତ ହୋଇଛି ରାଜ୍ୟ । ଅଧିକାରୀମାନେ ଏହି ସୂଚନା ଦେଇ କହିଛନ୍ତି ଯେ, ମିଜୋରା ପରି କୋରୋନା ମୁକ୍ତ ହୋଇଛି ।

ଗୋଆ ପରେ କୋରୋନା ମୁକ୍ତ ହେଲା ମିଜୋରାମ
ଗୋଆ ପରେ କୋରୋନା ମୁକ୍ତ ହେଲା ମିଜୋରାମ

ମିଜୋରାମ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଆର ଲାଲଥାଙ୍ଗଲିୟାନା କହିଛନ୍ତି ଯେ, ରାଜ୍ୟରେ କୋଭିଡ-19 ର ଏକମାତ୍ର ସଂକ୍ରମିତ, 45 ଦିନ ଚିକିତ୍ସା ପରେ ଶନିବାର ଅପରାହ୍ନରେ ଜୋରାମ ମେଡିକାଲ କଲେଜରୁ ଡିସଚାର୍ଜ କରାଯାଇଛି। ତାଙ୍କୁ ଲଗାତାର ଚାରିଥର ଯାଞ୍ଚ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସମସ୍ତ ଅନୁସନ୍ଧାନ ରିପୋର୍ଟରେ ତାଙ୍କର ଠିକ ହେବା ଦେଖାଦେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଏହାପୂର୍ବରୁ ଗୋଆ ଗତ ମାସରେ କୋରୋନା ଉପରେ 'ବିଜୟ' ପଞ୍ଜିକରଣ କରିଥିଲା। ସମୁଦାୟ 7 ଟି ମାମଲା ଥିଲା, ଯେଉଁଥିରୁ ଶେଷ ନମୁନା ମଧ୍ୟ ନେଗେଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ସରକାରୀ ଭାବେ ଗୋଆରେ କୋରୋନା ମୁକ୍ତ ରାଜ୍ୟ ଅଟେ ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ କୋରୋନା ପଜିଟିଭ ମାମଲା 62 ହଜାର 808ରେ ପହଞ୍ଚିଛି । ଏଥିରେ 2 ହଜାର ଛୁଇଁଛି ମୃତ୍ୟୁ ସଂଖ୍ୟା । ସେହିପରି 19 ହଜାର 301 ଜଣ ସୁସ୍ଥ ହୋଇଥିବାବେଳେ, 41 ହଜାର 402 ଜଣ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.