ETV Bharat / bharat

ନିର୍ବାଚନ ଯୁଦ୍ଧ: ପାଞ୍ଚ ମାସ ପରେ ପୁଣି 'ମୋଦି-ରାହୁଲ' ମୁହାଁମୁହିଁ

2019 ଲୋକସଭା ନିର୍ବଚନକୁ ପାଞ୍ଚ ମାସ ପୁରିଥିବା ଥିବାବେଳେ ଦେଶ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ।

author img

By

Published : Oct 21, 2019, 10:33 AM IST

ପୁଣି ମୋଦି-ରାହୁଲ ଟକ୍କର

ହାଇଦ୍ରାବାଦ: ପାଞ୍ଚ ମାସ ପରେ ପୁଣି ନିର୍ବାଚନ ଯୁଦ୍ଧ । ପ୍ରାୟ ପାଞ୍ଚ ମାସ ପରେ ପୁଣି 'ମୋଦି-ରାହୁଲ' ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଲଢେଇ। 2019 ଲୋକସଭା ନିର୍ବାଚନକୁ ପାଞ୍ଚ ମାସ ପୁରିଛି। ସୋମବାର ମହାରାଷ୍ଟ୍ରର 288ଟି ଓ ହରିୟାଣାର 90ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେହିପରି 51ଟି ବିଧାନସଭା ଏବଂ ବିହାରର ସମସ୍ତୀପୁର ଏବଂ ପୁଦୁଚେରୀ ଲୋକସଭା ଆସନରେ ଉପନିର୍ବାଚନ ହୋଇଛି ।

ତେବେ ଉତ୍ତର ପ୍ରଦେଶରେ ସର୍ବାଧିକ 11ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଥିବା ବେଳେ ଓଡ଼ିଶାର ଏକମାତ୍ର ଆସନ ବିଜେପୁରରେ ମତଦାନ ଚାଲିଛି। ସେହିପରି ଉତ୍ତର ପ୍ରଦେଶର ରାମପୁର ଆସନରେ ସୋମବାର ଭୋଟଗ୍ରହଣ ହେଉଛି। ଏହି ଦୁଇ ବିଧାନସଭା ଆସନ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁରର ଇସ୍ତଫା ଦେବା ପରେ ଏଠାରେ ଉପନିର୍ବାଚନ ହେଉଛି। ସେହିପରି ଉତ୍ତର ପ୍ରଦେଶର ରାମପୁର ଆସନରୁ ବିଧାୟକ ଥିବା ସମାଜବାଦ ପାର୍ଟି ନେତା ଆଜମ ଖାନଙ୍କ ଲୋକସଭାକୁ ନିର୍ବାଚିତ ହେବା ପରେ ଏଠାରେ ଉପ ନିର୍ବାଚନ ହେଉଛି। ଏଠାରେ ଭାରତୀୟ ଜନତା ପାର୍ଟି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି।

ଅନ୍ୟପଟେ ଗୁଜୁରାଟ 6, ବିହାର 5, ଆସାମର 4, ହିମାଚଳ ପ୍ରଦେଶ ଓ ତାମିଲନାଡୁର 2, ପଞ୍ଜାବର 4, କେରଳର 5, ସିକିମର 3, ରାଜସ୍ଥାନର 2ଟି ଆସନ ପାଇଁ ମତଦାନ ହେଉଛି । ସେହିପରି ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପଣ୍ଡିଚେରୀ, ମେଘାଳୟ ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ସେହିପରି ବିହାରର ସମସ୍ତିପୁର ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.