ETV Bharat / bharat

ବାଟ ଓଗାଳିଛି ନିର୍ବାଚନୀ ଆଚରଣବିଧି, ଆସିପାରୁନି ନୂଆ ଶିକ୍ଷା ନୀତି - union minister

ଗତବର୍ଷ ଜୁନ ମାସରେ ଗଠିତ କସ୍ତୁରୀରଙ୍ଗନ ପ୍ୟାନେଲଙ୍କୁ ରିପୋର୍ଟ ଫାଇନାଲ କରିବା ପାଇଁ ପାଞ୍ଚ ଥର ଅଧିକ ସମୟ ଦିଆଯାଇଛି । କମିଟିର କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର ମାସରେ ସମ୍ପ୍ରସାରିତ ହୋଇଥିଲା । ଏବର୍ଷ ପୁଣି ଏହା ଏପ୍ରିଲ ୬, ଜୁନ ୨୦ ଏବଂ ଅଗଷ୍ଟ ୨୮ ତାରିଖରେ ମଧ୍ୟ ସମ୍ପ୍ରସାରିତ ହେବ ।

ଫାଇଲ ଫଟୋ
author img

By

Published : Mar 18, 2019, 2:42 PM IST

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷାବର୍ଷ ପାଇଁ ନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଯାଇଛି । ମାତ୍ର ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହା ପ୍ରକାଶ ପାଇପାରିବ ନାହିଁ ବୋଲି ଜଣାପଡିଛି । ଆଗାମୀ ଲୋକସଭା ନିର୍ବାଚନ ପରେ ଏହା ଲାଗୁ ହେବ ବୋଲି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ।

ଜାତୀୟ ନୂତନ ଶିକ୍ଷାବର୍ଷ ପାଇଁ ଡ୍ରାଫ୍ଟ କରିବାକୁ ପୂର୍ବତନ ଇସ୍ରୋର ମୁଖ୍ୟ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱାଧୀନ କମିଟିର ରିପୋର୍ଟ ପ୍ରସ୍ତୁତ ରହିଛି । ଏବେ ଏହି ରିପୋର୍ଟର ହିନ୍ଦୀ ଅନୁବାଦ କରାଯାଉଛି । ଆସନ୍ତା 2020ରୁ 2040 ପର୍ଯ୍ୟନ୍ତ ଏହି ଶିକ୍ଷା ନୀତି ଲାଗୁ ହେବ । କିନ୍ତୁ ଆଦର୍ଶ ଆଚରଣବିଧି ଲାଗୁ ହୋଇ ଯାଇଥିବାରୁ ତାହା ନିର୍ବାଚନ ପରେ ପ୍ରକାଶ ପାଇବ ବୋଲି ପ୍ରକାଶ କହିଛନ୍ତି ।

ଗତବର୍ଷ ଜୁନ ମାସରେ ଗଠିତ କସ୍ତୁରୀରଙ୍ଗନ ପ୍ୟାନେଲଙ୍କୁ ରିପୋର୍ଟ ଫାଇନାଲ କରିବା ପାଇଁ ପାଞ୍ଚ ଥର ଅଧିକ ସମୟ ଦିଆଯାଇଛି । କମିଟିର କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର ମାସରେ ସମ୍ପ୍ରସାରିତ ହୋଇଥିଲା । ଏବର୍ଷ ପୁଣି ଏହା ଏପ୍ରିଲ ୬, ଜୁନ ୨୦ ଏବଂ ଅଗଷ୍ଟ ୨୮ ତାରିଖରେ ମଧ୍ୟ ସମ୍ପ୍ରସାରିତ ହେବ ।

୨୦୧୪ ନିର୍ବାଚନ ପୂର୍ବରୁ ଶାସକ ବିଜେପି ନିଜର ଇସ୍ତାହାରରେ ଜାତୀୟ ଶିକ୍ଷା ନୀତି ଏକ ମୁଖ୍ୟ ସଂସ୍କାର ବୋଲି ପ୍ରତିଶ୍ରୁତି ଦେଇଥିଲା । ୧୯୮୬ରେ ଏହି ନୀତି ଗଠିତ ହୋଇ ୧୯୯୨ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଥିବାବେଳେ ଏକ କମିଟି ଗଠନ ହୋଇଥିଲା । ପୂର୍ବତନ କ୍ୟାବିନେଟ ସେକ୍ରେଟାରୀ ଟିଏସଆର ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଏହି କମିଟି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନିଜର ମତ ଦେଇଥିଲେ ।

ସ୍ଲଗ : ଗଞ୍ଜାମରେ ନିର୍ବାଚନ ପାଇଁ ପ୍ରସ୍ତୁତି, ଆୟୋଜିତ ହେଲା ପୋଲିସ ଓ ମାଜିଷ୍ଟ୍ରେସ୍ ସମ୍ୱନ୍ୱୟ ବୈଠକ...
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ  : ଏଭିଓ+ବାଇଟ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    :୧୬-୦୩-୧୯. :-(ଭିଜୁଆଲଏଫ୍.ଟି.ପି ରେ ଯାଇଛି.)
 (ଆଙ୍କର): ଆସନ୍ତା ସାଧାରଣ ନିର୍ବାଚନ କୁ ଯେପରି ଶାନ୍ତିଶୃଙ୍ଖଳା ସହକାରେ ନିର୍ବାଚନ କରାଯିବ ସେ ନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ  ପୋଲିସ ଓ ମାଜିଷ୍ଟ୍ରେସ୍ ମାନଙ୍କୁ ନେଇ ଏକ ସମ୍ୱନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି  । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟ ନିର୍ବାହୀ ମାଜିଷ୍ଟେଟ , ପୋଲିସ ଅଧିକାରୀ , ଫ୍ଲାଇଙ୍କ୍ ସ୍କାର୍ଡ ଓ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ର ସଦସ୍ୟ ମାନେ  କିଭଳି ନିର୍ବାଚନ ସମୟରେ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ୍ନରେ କାହାର କେଉଁ ଦାୟିତ୍ୱ ରହିବ ଆଉ ତାହାକୁ ସେମାନେ କିପରି ସୂଚାର ରୂପେ ସମ୍ପାଦନ କରିବେ ତାହାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା  । ନିର୍ବାଚନ କମିଶନଙ୍କର ରହିଥିବା ବିଭିନ୍ନ ଗାଇଡ୍ ଲାଇନ୍ ଏବଂ ଆଇନ ର ଆଦାରରେ ଦିଆଯାଇଥିବା ଦାୟିତ୍ୱ ସହ ସିଭିଜିଲ ଆପ୍ ର ବ୍ୟବହାର ଉପରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରାଯାଇଥିଲା । ଏଥିରେ  ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ.ସିଦ୍ଦାର୍ଥ ଶଙ୍କର ସ୍ୱାଇଁ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ , ତହସିଲଦାର  ଓ ବିଡିଓ ମାନେ ଉପସ୍ଥିତ ରହିଥିଲେ  ।
ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
ବାଇଟ୍- ବ୍ରିଜେଶ କୁମାର ରାୟ(ଆରକ୍ଷୀ ଅଧିକ୍ଷକ-ଗଞ୍ଜାମ)
ବାଇଟ୍- ପିନାକ ମିଶ୍ର(ଆରକ୍ଷୀ ଅଧିକ୍ଷକ-ବ୍ରହ୍ମପୁର)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.