ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ମେ 16କୁ ଲକଡାଉନ ବୃଦ୍ଧି । ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଲକଡାଉନ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ ଓ ପଞ୍ଜାବ ସରକାର ଆଗାମୀ ଦିନରେ ନିଜର ହଟସ୍ପଟ ଅଞ୍ଚଳରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିପାରନ୍ତି ।
ସେହିପରି ଅନ୍ୟ 6 ରାଜ୍ୟ ଭିତରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ହରିୟାଣା ଓ ହିମାଚଳପ୍ରଦେଶ ଓ କର୍ଣ୍ଣାଟକ କିନ୍ତୁ ସରକାରଙ୍କ ଗାଇଡଲାଇନ ଅନୁସାରେ ମେ 3 ଯାଏ ଲକଡାଉନ ବଳବତ୍ତର ରଖିବେ । କିନ୍ତୁ ଆସାମ, କେରଳ ଓ ବିହାର ଭଳି ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଭିଡିଓ କନଫରେନ୍ସି ଜରିଆରେ ଏନେଇ ଆଲୋଚନା କରିଛନ୍ତି । ତେଲେଙ୍ଗାନା କେବଳ ଗୋଟିଏ ମାତ୍ର ରାଜ୍ୟ ଯିଏ କି ମେ 7 ଯାଏ ଲକଡାଉନକୁ ବୃଦ୍ଧି କରିଛି ।
ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କଣ୍ଟେନମେଣ୍ଟ ଜୋନ ମୁମ୍ବାଇ ଓ ପୁନେରେ ଲକଡାଉନ ଅବଧିକୁ ମେ 18କୁ ବଢାଇଛନ୍ତି । ରାଜ୍ୟର 92 ପ୍ରତିଶତ କୋରୋନା ମାମଲା ଏଠାରୁ ଚିହ୍ନଟ ହୋଇଛି । ଗତ ସୋମବାର ପିଏମଙ୍କ ସହ ଆଲୋଚନା ପରେ ଏ ନିଷ୍ପତ୍ତି ନେଇ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ଅଞ୍ଚଳ । ଏଠାରେ କୌଣସି ଦୋକାନ ବଜାର ମଧ୍ୟ ଖୋଲାଯାଇ ନାହିଁ । ସେପଟେ, ଓଡିଶାରେ ମଧ୍ୟ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସୁଦ୍ଧା କୋରୋନା ସଂକ୍ରମିତଙ୍କ ସଂଖ୍ୟା 103ରେ ପହଞ୍ଚିଛି ।