ETV Bharat / bharat

କୋଭିଡ୍‌-୧୯ ପରେ ଆଉ ଏକ ମହାମାରୀ ‘ଗଣ ନିରୀକ୍ଷଣ’ ! - କୋରୋନା ଭାଇରସ

ବିଧି ପ୍ରଣୀତ କାରଣ ବ୍ୟତୀତ କୌଣସି ବ୍ୟକ୍ତି ବିଶେଷର ଜୀବନ ଏବଂ ତାହାଙ୍କ ବ୍ୟକ୍ତିଗତ ସ୍ଵାଚ୍ଛନ୍ଦ୍ୟକୁ ତାଙ୍କଠୁ ଅଲଗା କରାଯାଇ ପାରିବ ନାହିଁ ବୋଲି ଭାରତୀୟ ସମ୍ବିଧାନର ଧାରା-୨୧ରେ ଉଲ୍ଲେଖ ରହିଛିି । ତେବେ କୋଭିଡ୍‌-୧୯ ମହାମାରୀ ପରେ 'ଗଣ ନିରୀକ୍ଷଣ' ମହାମାରୀ ସମସ୍ୟା ଦେଖାଦେବା ନେଇ ଆଶଙ୍କା । ଅଧିକ ପଢନ୍ତୁ...

Mass monitoring pandemic
କୋଭିଡ୍‌-୧୯ ପରେ ଆଉ ଏକ ମହାମାରୀ ‘ଗଣ ନିରୀକ୍ଷଣ’ !
author img

By

Published : Mar 27, 2020, 11:39 AM IST

‘ବିଧି ପ୍ରଣୀତ କାରଣ ବ୍ୟତୀତ କୌଣସି ବ୍ୟକ୍ତି ବିଶେଷର ଜୀବନ ଏବଂ ତାହାଙ୍କ ବ୍ୟକ୍ତିଗତ ସ୍ଵାଚ୍ଛନ୍ଦ୍ୟକୁ ତାଙ୍କଠୁ ଅଲଗା କରାଯାଇ ପାରିବ ନାହିଁ’: ଧାରା-୨୧, ଭାରତୀୟ ସମ୍ବିଧାନ

ହାଇଦ୍ରାବାଦ: କୋଭିଡ୍‌-୧୯ ମହାମାରୀକୁ ଆୟତ୍ତ କରିବା ଲାଗି ବିଶ୍ଵର ବିଭିନ୍ନ ସରକାର ଯେଉଁ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । କିଛି ରାଷ୍ଟ୍ରମୁଖ୍ୟ ତ ନିଜ ନିଜ ଭିତରେ ଥିବା ବିଭେଦକୁ ପରିହାର କରି ମାନବିକ ଦୃଷ୍ଟିକୋଣରୁ ଏହି ଭୁତାଣୁ ବିରୋଧରେ ଏକାଠି ସଂଗ୍ରାମ ପାଇଁ ଆହ୍ବାନ ଦେଇଛନ୍ତି । ଏପରିକି ଏହି ଭୁତାଣୁ ବିରୁଦ୍ଧରେ ଲଢ଼ିବା ଲାଗି ଆମେ ସବୁ ପ୍ରକାର ଦ୍ଵାରକୁ ଖୋଲି ଦେଇଛୁ । ବିଶ୍ଵ ସାରା ଆମ ଜୀବମଣ୍ଡଳକୁ କୁହାଯାଇଛି ଯେ, ଏହି ଭୁତାଣୁ ବିରୁଦ୍ଧରେ ଲଢ଼ିବାକୁ ଆମେ କୃତ୍ରିମ ବୁଦ୍ଧିମତ୍ତା (ଆଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ବା ଏଆଇଠାରୁ ଆରମ୍ଭ କରି ବାୟୋଟେକ୍ନୋଲୋଜି ଯାଏ ସବୁ କ୍ଷେତ୍ରକୁ ଉନ୍ମୁକ୍ତ ରଖିଛୁ ।

Mass monitoring pandemic
କୋଭିଡ୍‌-୧୯

ଯେଉଁ ପରିସ୍ଥିତି ଆମ ଆଗରେ ଉଭା ହୋଇଛି, ତାହାକୁ ମୁକାବିଲା କରିବା ପାଇଁ କହିବାକୁ ଗଲେ ସମ୍ପୂଣ୍ଣ ବିଶ୍ଵ ବର୍ତ୍ତମାନ ଲକ୍‌ଡାଉନ୍‌ । ସବୁଆଡ଼େ କେବଳ ଘର ଭିତରେ ରହି ନିଜ ଜୀବନ ବଞ୍ଚାଇବା ଲାଗି ବିଭିନ୍ନ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ନିବେଦନ କରୁଛନ୍ତି । ଏହାର କାରଣ ହେଉଛି ଏଯାଏ ରାଷ୍ଟ୍ର ପାଖରେ ଥିବା ସମସ୍ତ ଶକ୍ତି, କୌଶଳ ଓ ବିଜ୍ଞାନ କୋଭିଡ୍‌ ୧୯ ସଂକ୍ରମଣ ଆଗରେ ହାର ମାନିଛି ।

ଚୀନ ଓ ଆମେରିକା ଭଳି ଟେକ୍ନୋଲୋଜି ସମ୍ପନ୍ନ ରାଷ୍ଟ୍ରମାନେ ଏଆଇ ଏବଂ ଡେଟା ଆନାଲିଟିକ୍ସକୁ ବ୍ୟବହାର କରି ବିଭିନ୍ନ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି । ଫୋନ୍‌ରେ ଥିବା ବିଭିନ୍ନ ତଥ୍ୟସବୁକୁ ଲୋକେସନ୍‌, ଫେସିଆଲ୍‌ ରୋକଗ୍‌ନିସନ୍‌ ଟେକ୍ନୋଲୋଜି ପ୍ରଭୃତି ବ୍ୟବହାର କରି ଆମେ କରୋନା ଭୁତାଣୁ ସଂକ୍ରମଣରୁ ମୁକ୍ତି ପାଇବୁ ବୋଲି ଆଶା କରିଛୁ । ଏହା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯେ, ଟେନ୍‌ସେଣ୍ଟ ଓ ଅଲିବାବା ଭଳି କମ୍ପାନୀମାନେ ଚୀନ ସରକାରଙ୍କ ଦ୍ଵାରା କାମ କରିବା ସହ ରୋଗୀଙ୍କୁ ଚିହ୍ନଟ କରିବା ଓ ସଂକ୍ରମଣ ରୋକିବା ଲାଗି ଏହି ପ୍ରକାର ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଚୀନ ସରକାର ଏହି ମୋବାଇଲ୍‌ ଆପ୍‌ଗୁଡ଼ିକୁ ବ୍ୟବହାର କରି ବ୍ୟକ୍ତିର ଯାତ୍ରା ଇତିହାସ, କେତେ ସମୟ ସିଏ ସଂକ୍ରମିତ ସ୍ଥାନ ଓ ବ୍ୟକ୍ତି ସହ ବିତାଇଛି, କେଉଁ ଲୋକଙ୍କ ସହ ସିଏ କଥା ହୋଇଛି- ସେ ସମ୍ପର୍କିତ ତଥ୍ୟକୁ ହାସଲ କରୁଛନ୍ତି ।

Mass monitoring pandemic
କୋଭିଡ୍‌-୧୯

ସଂକ୍ଷେପରେ କହିବାକୁ ଗଲେ ବ୍ୟକ୍ତି ବାବଦରେ ସମସ୍ତ ତଥ୍ୟ ଏଆଇ ଏବଂ ଆପ୍‌ ଉପଯୋଗ ଦ୍ଵାରା ଜାଣିବା ସମ୍ଭବ ହୋଇପାରୁଛି । ଭାରତରେ ମଧ୍ୟ ଏମିତି କିଛି କରୋନା ଆପ୍‌ ତିଆରି ହେଲାଣି । ଯେଉଁଗୁଡ଼ିକୁ ବ୍ୟବହାର କରିବ ବ୍ୟକ୍ତି ବାବଦରେ ଅନେକ ଗୋପନୀୟ ତଥ୍ୟକୁ ଘରୋଇ କମ୍ପାନୀମାନେ ହାସଲ କରୁଛନ୍ତି । ଏହିଭଳି ମୋବାଇଲ୍‌ ଆପ୍‌ଗୁଡ଼ିକୁ କରୋନା ସ୍କ୍ରିନିଂ ଟୁଲ୍‌ ଭାବେ ଲୋକପ୍ରିୟ କରିବାକୁ କିଛି କମ୍ପାନୀ ଆଗଭର ହୋଇଛନ୍ତି ।

ଚୀନରେ ଥରେ ଲୋକଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ପରେ ମୋବାଇଲ୍‌ ଆଲ୍‌ଗୋରିଦିମ୍‌ ବ୍ୟବହାର କରି ସମ୍ପୃକ୍ତ ବ୍ୟବହାରକାରୀଙ୍କୁ ବର୍ଗୀକରଣ କରାଯାଉଛି । ସେମାନଙ୍କୁ ବିଭିନ୍ନ ସ୍ଵାସ୍ଥ୍ୟ କୋଡ୍‌ ଯେମିତି ହଳଦୀ, ନାଲି ଓ ସବୁଜକୋଡ୍‌ ପ୍ରଦାନ କରାଯାଉଛି । ଏହି କୋଡ୍‌ ହିଁ ପରବର୍ତ୍ତୀ ସମୟରେ ଦର୍ଶାଉଛି ଯେ, ସମ୍ପୃକ୍ତ ବ୍ୟକ୍ତିଟି ଲାଗି ଏକାନ୍ତବାସ (କ୍ଵାରେଣ୍ଟାଇନ୍‌) ଜରୁରୀ କି ନୁହେଁ । ସେ ବ୍ୟକ୍ତି ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ପରିବହନ ସେବାରେ ଯିବାକୁ ଯୋଗ୍ୟ ନା ନାହିଁ, ଏମିତି ଏସବୁ ତଥ୍ୟ ନାଗରିକଟି ନିଜ ଇଚ୍ଛାରେ ଦେଇ ନଥାଏ, ବରଂ ବିଭିନ୍ନ ସମୟରେ ଏଆଇ ଦ୍ଵାରା ସଂଗ୍ରହ କରାଯାଇଥାଏ । ପୁଣି ଯଦି ଆପ୍‌ ବ୍ୟବହାରକାରୀ କୌଣସି ଭୁଲ୍‌ ତଥ୍ୟ ଦେଇଥାଏ ଏବଂ ତାହା ପରବର୍ତ୍ତୀ ସମୟରେ ଜଣାପଡ଼େ ତେବେ ସମ୍ପୃକ୍ତ ନାଗରିକଙ୍କ ବିରୁଦ୍ଧରେ ସରକାରୀ ଦଣ୍ଡ ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ ।

ଏ ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ ସରକାର ନାଗରିକଙ୍କ ସମସ୍ତ ଗୋପୀୟନତା ଅଧିକାରରେ ରୋକ୍‌ ଲଗାଇଛନ୍ତି । ଅର୍ଥାତ୍‌ ଘରୋଇ କମ୍ପାନୀମାନେ ସାଧାରଣ ଲୋକଙ୍କ ଫୋନ୍‌, କମ୍ପ୍ୟୁଟର, ସର୍ବସାଧାରଣ ସ୍ଥାନରେ ଲାଗିଥିବା କ୍ୟାମେରା ପ୍ରଭୃତିକୁ ବ୍ୟବହାର କରି ଏହିପରି ତଥ୍ୟ ସଂଗ୍ରହ କରୁଛନ୍ତି । ସାଧାରଣ ଲୋକ ବ୍ୟବହାର କରୁଥିବା ସ୍କ୍ରିନ୍‌ ଯେମିତି ମୋବାଇଲ୍‌ ଫୋନ୍‌, କମ୍ପ୍ୟୁଟର, ଟେଲିଭିଜନ୍‌ ପ୍ରଭୃତିରୁ ସେମାନେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ଚୀନ ଏ କ୍ଷେତ୍ରରେ ସବୁଠାରୁ ଆଗୁଆ ରହିଛି । ଏହି ପ୍ରକାର କାର୍ଯ୍ୟ ଶୈଳୀରେ ବ୍ୟକ୍ତିର ପ୍ରତିଟି ପଦକ୍ଷେପକୁ ରେକର୍ଡ଼ କରାଯାଇ ତଦାରଖ କରାଯାଇଥାଏ । ଏହି ତଥ୍ୟ ଅନୁସାରେ ଯଦି ଆପଣଙ୍କ ବ୍ୟବହାର ତଥା କୋଡ୍‌ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମକୁ ସୁହାଇଥାଏ ତେବେ ଆପଣଙ୍କୁ ସବୁ କାମ କରିବା ପାଇଁ ସୁଯୋଗ ମିଳେ ନହେଲେ ଆପଣ ନିଜ ଘରକୁ ଯିବା ପାଇଁ ଟ୍ରେନ୍‌ଟିଏ ବି ଚଢ଼ିବା ସମ୍ଭବପର ନୁହେଁ ।

ଏ ତ ଗଲା ଚୀନ କଥା, ଏବେ ପଶ୍ଚିମୀ ଦେଶଗୁଡ଼ିକ କଥା ଚିନ୍ତା କରିବା ସ୍କାଇ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଇଂଲଣ୍ଡରେ ସରକାର ମୋବାଇଲ୍‌ ନେଟୱାର୍କ ସଂସ୍ଥା ଓ-୨କୁ ସାଧାରଣ ଲୋକ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରୁଛନ୍ତି କି ନା, ତାହା ଉପରେ ନଜର ରଖିବାକୁ ନିୟୋଜିତ କରାଯାଇଛି । ସମ୍ପୃକ୍ତ ସଂସ୍ଥା ସ୍ମାର୍ଟ ଫୋନ୍‌ମାନଙ୍କ ଲୋକେସନ୍‌କୁ ଟ୍ରାକ୍‌ କରି ଏହି ରିପୋର୍ଟ ଦର୍ଶାଇପାରୁଛି । ଇସ୍ରାଏଲ୍‌ ଆଉ ପାଦେ ଆଗକୁ ବଢ଼ିଛି । ଏହି ରାଷ୍ଟ୍ର ମୋବାଇଲ୍‌ ଫୋନ୍‌ ଏବଂ ଏଆଇ ତଥ୍ୟ ବ୍ୟବହାର କରି ଲୋକଙ୍କ ଉପରେ ନଜର ରଖିପାରୁଛି । ତା’ ସହ ଲୋକଙ୍କୁ ସେମାନେ ସଂକ୍ରମିତ କି ନୁହେଁ ସେ ବିଷୟରେ ତଥ୍ୟ ଦେଉଛି । ସୋଶାଲ୍‌ ନେଟ୍‌ୱର୍କ ସାଇଟ୍‌ ଯେମିତି ଫେସ୍‌ବୁକ୍‌, ଟ୍ବିଟର ପ୍ରଭୃତି ସେମାନଙ୍କ କାମ ଏ ଦିଗରେ ଜାରି ରଖିଛନ୍ତି । ଏଣୁ ଆପଣ କେଉଁଠି ଅଛନ୍ତି ବା କେଉଁ ଦେଶର ନାଗରିକ ସେଥିରେ କିଛି ଯାଏ ଆସେ ନାହିଁ ।

କୋରୋନା ଭୁତାଣୁ ସଙ୍କଟ ଏମିତି ଏକ ପରିସ୍ଥିତି ଆମ ଆଗରେ ଆଣି ଠିଆ କରିଛି ଯାହା ଆମ ଉପରେ ଆଉ ଗୋଟିଏ ଅଣ ଅସ୍ତିତ୍ଵ ବଡ଼ ଭାଇଙ୍କୁ ନଜର ରଖିବା ଲାଗି ତିଆରି କରିଛି । ଆଉ ମନେ

ରଖନ୍ତୁ ଏହା ଜନସ୍ଵାସ୍ଥ୍ୟ ରକ୍ଷା ଓ ଆପଣଙ୍କ ଭଲ ପାଇଁ କରାଯାଉଛି, ଏଣୁ ଆପଣଙ୍କୁ କୌଣସି ତଥ୍ୟ ଲୁଚାଇବା ଆବଶ୍ୟକ ନାହିଁ । ଗଲା କିଛିଦିନ ହେଲା ଏହିପରି ନିରୀକ୍ଷଣର ମାତ୍ରା ବଢ଼ି ଚାଲିଛି । ଏହା ପଛରେ ଗୋଟିଏ ବଡ଼ କାରଣ ହେଉଛି ଆମେରିକା ଓ ଚୀନ ଭିତରେ ବାଣିଜ୍ୟ ଯୁଦ୍ଧ। ଏହି ପରିସ୍ଥିତି ବାସ୍ତବରେ ଏଆଇ ଭିତ୍ତିକ କୌଶଳ ଓ ଜ୍ଞାନକୁ ଅଧିକ ପ୍ରଶ୍ରୟ ଦେଇଛି । ଉଭୟ ଦେଶ ଏଆଇ ଭିତ୍ତିକ ନିରୀକ୍ଷଣ ଏବଂ ମେଡିକାଲ୍‌ ଟେକ୍ନୋଲୋଜି ବାବଦରେ ଅନେକ ଜ୍ଞାନ ରଖିଛନ୍ତି । ସିଲ୍କ ଭାଲେର କୌଣସି ବନ୍ଧୁ ନୁହେଁ ବରଂ କୋଭିଡ୍‌-୧୯ ବାବଦରେ ନିରୀକ୍ଷଣ କରିବା ଲାଗି ଟ୍ରମ୍ପ ବର୍ତ୍ତମାନ ବ୍ଲୁ ଡଟ୍‌ ନାମକ ଏକ କମ୍ପାନୀର ସହାୟତା ନେଇଛନ୍ତି । ଏହି କମ୍ପାନୀ ଦ୍ଵାରା ଲୋକଙ୍କ ଉପରେ ଧ୍ୟାନ ରଖାଯାଉଛି । ଆଉ କିଛିଦିନ ପରେ ଆପଣଙ୍କ ହୃଦ୍‌ସ୍ପନ୍ଦନ ଅନୁସାରେ ଆପଣଙ୍କ କାର୍ଯ୍ୟକଳାପର ବିବରଣୀ ତଥ୍ୟକୁ ହ୍ବାଇଟ୍‌ ହାଉସ୍‌କୁ ଦେବା ଲାଗି ଟେକ୍ନୋଲୋଜି ସିଲିକନ୍‌ ଭାଲେର କମ୍ପାନୀ ଯେମିତି ମାଇକ୍ରୋସଫ୍ଟ ଆଗଭର ହୋଇପାରନ୍ତି ।

ଏଥିଲାଗି ଆମେରୀକୀୟ ହ୍ବାଇଟ୍‌ହାଉସ୍‌ ସହ ଏହିଭଳି କମ୍ପାନୀମାନଙ୍କ ମଧୁଚନ୍ଦ୍ରିକା କେବେ ଆରମ୍ଭ ହେବ ତାହାକୁ ଅପେକ୍ଷା! ଏଭଳି ସ୍ଥିତିରେ ବ୍ୟକ୍ତିର ତଥ୍ୟ ସଂଗ୍ରହକୁ ତ୍ଵରାନ୍ବିତ କରିବା ଏବଂ ତାହାକୁ ସରକାରଙ୍କୁ ହସ୍ତାନ୍ତର କରିବା ଲାଗି ବିଶ୍ଵ ସାରା ରାଷ୍ଟ୍ରମାନେ ଜରୁରୀକାଳୀନ ଭିତ୍ତିରେ ଆଇନ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଏହାଦ୍ଵାରା ସରକାରମାନଙ୍କୁ ଯୁଦ୍ଧ ଭଳି ଶକ୍ତି ପ୍ରଦାନ କରିବ ବୋଲି ସେମାନେ ଆଶା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ଲୁ ଡଟ୍‌ ପକ୍ଷରୁ କମ୍‌ରାନ୍‌ ଖାନ୍‌ ମିଡିଆକୁ କହିଛନ୍ତି, ‘ଆମେ ଜାଣୁ ଯେ, ଠିକଣା ସମୟରେ ଜରୁରୀ ସୂଚନା ପାଇଁ ସରକାରଙ୍କ ଉପରେ ବିଶ୍ଵାସ କରାଯାଇ ନପାରେ’। କମ୍‌ନରାନ୍‌ଙ୍କ ଏହି ବକ୍ତବ୍ୟ ତାଙ୍କଭଳି ବଡ଼ ବଡ଼ ଟେକ୍ନୋକ୍ରାଟ ମାନଙ୍କର ଗଣତାନ୍ତ୍ରିକ ଉପାୟରେ ଗଠିତ ସରକାରଙ୍କ ଉପରେ ଅବିଶ୍ଵାସକୁ ବୟାନ କରୁଛି ।

କ୍ଷମତା ଦୁର୍ନୀତି ଆଡ଼କୁ ମୁହାଁଏ । ଆଉ ଅଖଣ୍ଡ କ୍ଷମତା ସୀମାହୀନ ଦୁର୍ନୀତି କରିଚାଲେ’ । ଏଭଳି ପରିସ୍ଥିତିରେ କୋଭିଡ୍‌ ୧୯ ମହାମାରୀକୁ ରୋକିବା ଲାଗି ଆମ ସରକାର ଏବଂ ଘରୋଇ କମ୍ପାନୀମାନେ ଯେଉଁ ଉଦ୍ୟମ କରୁଛନ୍ତି

ତାହା ବାସ୍ତବରେ ଉଲ୍ଳେଖନୀୟ । ଏଥିରେ କୌଣସି ସନ୍ଦେହ ଅନାବଶ୍ୟକ କିନ୍ତୁ ଯେଉଁ କୃତ୍ରିମ ବୁଦ୍ଧିମତ୍ତା( ଏଆଇ)କୁ ସେମାନେ ଜନସାଧାରଣଙ୍କ ସୂଚନା ତଥା ତାଙ୍କ ଗତିବିଧି ନିରୀକ୍ଷଣ ପାଇଁ ବ୍ୟବହାର କରୁଛନ୍ତି ତାହାର କ’ଣ ହେବ? ଆମେ ବାଧ୍ୟ ହେଉଛୁ ଏହିପ୍ରଶ୍ନ ପଚାରିବାକୁ ଯେ, ଯେତେବେଳେ କୋଭିଡ୍‌-୧୯ର ଭୟାବହତା ପ୍ରଶମିତ ହେବ ସେତେବେଳେ ଏହି ଡେଟାସବୁର କ’ଣ ହେବ?

ଏହିଗଣ ନିରୀକ୍ଷଣ ପ୍ରକ୍ରିୟାର କ’ଣ ଅନ୍ତ କରାଯିବ ନା ଏଗୁଡ଼ିକ ଆହୁରି ଶକ୍ତ କରାଯାଇ ଲୋକଙ୍କ ଉପରେ ନଜର ରଖିବା ପ୍ରକ୍ରିୟା ଜାରି ରହିବ ?

ଏହି ପରିପ୍ରେକ୍ଷୀରେ ଏ ବିଶ୍ଵର ଜନସାଧାରଣ ଏଥିନେଇ ଆଶ୍ଵସ୍ତ ରହିପାରିବେ କି ସେମାନଙ୍କ ଗତିବିଧି ଉପରେ ନଜର ରଖି ପ୍ରସ୍ତୁତ କରାଯାଉଥିବା ଡେଟା ସବୁକୁ ଅପବ୍ୟବହାର ହେବ ନାହିଁ?

୫-ଜି ଟେକ୍ନୋଲୋଜିର ଆବିର୍ଭାବ ପରେ ଏହା ବିଶ୍ଵାସ କରାଯାଉଛି ଯେ, ଏହି ଗଣ ନିରୀକ୍ଷଣ ଟେକ୍ନୋଲୋଜି ଅଧିକ କ୍ଷମତାସଂପନ୍ନ ହୋଇଯିବ । ଆଉ ଯେଉଁମାନେ ଏହି ଟେକ୍ନୋଲୋଜିର ମାଲିକ ସେମାନେ ଏ ଗ୍ରହର ସବୁଠାରୁ ଅଧିକ କ୍ଷମତାଶାଳୀ ହେବେ । ଏତେ କ୍ଷମତାଶାଳୀ ହେବେ ଯେ ସେମାନଙ୍କୁ ଦ୍ଵିତୀୟ ଭଗବାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସମ୍ବନ୍ଧରେ ଲିଙ୍କନ୍‌ଙ୍କ ଏକ କଥା ମନେ ପଡ଼େ, ‘ଆପଣଙ୍କ ବିରୁଦ୍ଧରେ ଅନେକ ଲୋକ ରହି ଥାଇପାରନ୍ତି କିନ୍ତୁ ଏହି ଲୋକମାନଙ୍କ ପ୍ରକୃତ ଚରିତ୍ର ଜାଣିବା ଲାଗି ଆପଣ ସେଥିରୁ ଜଣଙ୍କୁ କ୍ଷମତା ଦେଇ ଦିଅନ୍ତୁ ତାହା ଆପେ ଜଣାପଡ଼ିଯିବ । ଭାବନ୍ତୁ ଯେତେବଳେ ଆପଣଙ୍କ ନେତାଙ୍କ ହାତରେ ଆପଣଙ୍କ ମସ୍ତିଷ୍କଟି ଗୋଟିଏ ବଟନ୍‌ ଦ୍ଵାରା ନିୟନ୍ତ୍ରିତ ହେବାରେ ଲାଗିବ ସେତେବଳେ ସ୍ଥିତି କ’ଣ ହେବ?

ବ୍ୟବସ୍ଥା ଗୋଟିଏ ପାଣ୍ଡୋରା ପେଡ଼ି ପରି ସେହି ବ୍ୟକ୍ତି ହାତରେ ନିୟନ୍ତ୍ରିତ ହେବାକୁ ଲାଗିବ। ୨୦୧୭ରେ ପ୍ରକାଶିତ କମିକ୍ସ ‘ଆଷ୍ଟେରିକ୍ସ ଆଣ୍ଡ ଚ୍ୟାରିୟଟ’ର କାହାଣୀ ପରି ଥରେ ଜାର୍‌ ନିଜେ ନିଜର ରକ୍ତ ଚାଖିଲା ପରେ ସ୍ଥିତି ଆହୁରି ଗମ୍ଭୀର ହେବା ଭଳି ଏଠାରେ କୃତ୍ରିମ ବୁଦ୍ଧିମତ୍ତା ଦ୍ଵାରା ତଥ୍ୟ ସଂଗ୍ରହ ଦିନକୁ ଦିନ ବଢ଼ି ଚାଲିବ ଏହା ନିଃସନ୍ଦେହ ।

ଏଣୁ କୋଭିଡ୍‌-୧୯ ମୁକାବିଲା ପାଇଁ ଆମେ ଯେଉଁ ପ୍ରକ୍ରିୟାର ଅଭ୍ୟାସ ପକାଉଛୁ ସେଥିପ୍ରତି ଲୋକେ ସଚେତନ ରହିବା ଦରକାର । ଏହା ପରବର୍ତ୍ତୀ ସମୟରେ ଭୟାବହ ହୋଇପାରେ। କୃତ୍ରିମ ବୁଦ୍ଧିମତ୍ତା ଦ୍ଵାରା ଗଣ ନିରୀକ୍ଷଣ ପ୍ରକ୍ରିୟା ଧୀରେ ଧୀରେ ଆମରି ଅନୁମୋଦନରେ ଆମର ଜୀବନ ଉପରେ ଦଖଲ ଦେବା ଆରମ୍ଭ କଲାଣି । ପଡ଼ିଶା ଘରର ଲୋକ ଯେ, ମୋର ଶତ୍ରୁ ସେ ଭୟ ଆମକୁ ଗ୍ରାସ କରିବାରେ ଲାଗିଲାଣି । ଏହାଦ୍ଵାରା ଏସିଆର ଭଦ୍ର ଲୋକମାନେ ହିଟଲରଙ୍କ ଶାସନର ଜୀୟୁମାନଙ୍କ ଭଳି ଅବସ୍ଥା ଭୋଗିବାକୁଯାଉଛନ୍ତି । ଏହାର କାରଣ ହେଉଛି ଏହି ଏଆଇକୁ ବ୍ୟବହାର କରି କିଛି ବ୍ୟକ୍ତି ଘୃଣା ଓ ବିଦ୍ଵେଷକୁ ପ୍ରୋତ୍ସାହନ ଦେଉଛନ୍ତି ।

ଆମେ ଏହା ନିଶ୍ଚିତ ହେବା ଦରକାର ଯେ, କୋରୋନା ଆଉ ଏକ ଟେକ୍ନୋଲୋଜି ଜନିତ ବିପଦକୁ ଆମ ଆଗରେ ଠିଆ ନକରୁ ଯାହା ଘୃଣା ଓ ବିଦ୍ଵେଷରେ ଭରିଥିବ। ପରସ୍ପର ଭିତରେ ଅନାସ୍ଥା ସୃଷ୍ଟି କରୁଥିବ। ବିଶ୍ଵଯୁଦ୍ଧରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଅତିକମ୍‌ରେ ସାରା ବିଶ୍ଵକୁ ଏହା ଶିକ୍ଷା ଦେଉଛି ଯେ, ଆଗକୁ ଗଣହତ୍ୟା ପାଇଁ ଟେକ୍ନୋଲୋଜିକୁ ପ୍ରଭାବଶାଳୀ ଶକ୍ତିଭାବେ ବିଭିନ୍ନ ରାଷ୍ଟ୍ର ବ୍ୟବହାର କରିପାରନ୍ତି । ଆଉ ଆଣବିକ ବୋମା ଏବଂ ବିଷାକ୍ତ ଗ୍ୟାସ ବିପଦ ହୋଇ ନାହିଁ କାରଣ ଏହାଠାରୁ ବଡ଼ ବିପଦ ଏଆଇଏବେ ଆମ ଦୁଆର ମୁହଁରେ ଠିଆ ହେଲାଣି । ବିଜ୍ଞାନ ଓ ଟେକ୍ନୋଲୋଜି ଗବେଷଣା କ୍ଷେତ୍ରରେ ପାରଙ୍ଗମ ହାସଲ କରିଥିବା ଏଲନ୍‌ ମସ୍କ ଏବଂ ଷ୍ଟିଫେନ୍‌ ହକିଙ୍ଗ୍‌ ଭଳି ବୈଜ୍ଞାନିକ ଏଆଇ ସମ୍ପର୍କରେ ସାରା ବିଶ୍ଵକୁ ସତର୍କ କରାଇ ଦେଇଛନ୍ତି । ମସ୍କ ଏହା ମଧ୍ୟ କହିଛନ୍ତି ଯେ, ଏଆଇ ଆଣବିକ ଅସ୍ତ୍ରଠାରୁ ବି ଅଧିକ ଘାତକ ଓ ବିପଜ୍ଜନକ । ଆମେ ଏହିଭଳି ଏଆଇ ଟେକ୍ନୋଲୋଜିକୁ ତୁରନ୍ତ ରୋକ୍‌ ଦେବା ଜରୁରୀ, ଯେଉଁଗୁଡ଼ିକ ଆମର ବ୍ୟକ୍ତିଗତ ଗୋପନୀୟତାକୁ ଆମଠୁ ଛଡ଼ାଇ ନେଉଛନ୍ତି ।

ଏହି ଏଆଇ ଟେକ୍ନୋଲୋଜିକୁ ବିସ୍ତାର କରୁଥିବା ଘରୋଇ ଟେକ୍ନୋଲୋଜି ଫାର୍ମସବୁ ଆମର ଗଣତନ୍ତ୍ର, ଗୋପନୀୟତା ଏବଂ ମାନବିକତା ପ୍ରତି ବିପଦ। ବିପଦ ଏହା ନୁହେଁ ଯେ, ଆମେ ଏହିଭଳି ଟେକ୍ନୋଲୋଜିକୁ ନିୟମ ଓ ନିୟନ୍ତ୍ରଣର ବାହାରେ ରଖିବାକୁ ଯାଉଛୁ ବରଂ ଏବେ ସମୟ ଆହ୍ବାନ ଦେଉଛି ମଣିଷ ସଭ୍ୟତାକୁ ଏବଂ ନାଗରିକଙ୍କ ଗୋପନୀୟତା ଅଧିକାରକୁ ସୁରକ୍ଷିତ କରିବା ଲାଗି ଆମକୁ ଏହିଭଳି ଟେକ୍ନୋଲୋଜି ଫାର୍ମମାନଙ୍କ ସହ ପୂର୍ବରୁ ଆବଶ୍ୟକ ଚୁକ୍ତି କରିବାକୁ ହେବ। ଆମେ ଏକମତ ଯେ, କଳେ, ବଳେ କୌଶଳେ ଯେମିତି ବି ହେଲେ କୋରୋନା ମହାମାରୀର ଶୃଙ୍ଖଳକୁ ଆମକୁ ଭାଙ୍ଗିବାକୁ ହେବ ।

ଏହି ମହାମାରୀକୁ ରୋକ୍‌ ଦେବାକୁ ହେବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, କରୋନା ପରେ ଆମ ଆଗରେ ତାହାର ପାର୍ଶ୍ବ ପ୍ରତିକ୍ରିୟା ଭଳି ଆଉ ଏକ ରୋଗ ଠିଆ ହେବ ! ଆଉ ସେହି ରୋଗ- ଗଣ ନିରୀକ୍ଷଣ ଭାବେ ପରିଚିତ ହେବ । ଏହି ରୋଗକୁ ଶକ୍ତି ଭାବେ ଆମ ସରକାର ଏବଂ ଟେକ୍ନୋଲୋଜି ଫାର୍ମମାନେ ବ୍ୟବହାର କରିପାରନ୍ତି । ଅର୍ଥାତ୍‌ ଏବେ ଜରୁରୀ କାଳୀନ ପରିସ୍ଥିତିରେ ସରକାରଙ୍କୁ ଯେଉଁ କ୍ଷମତା ମିଳିଛି, ଆଗକୁ ତାହାର ଅପବ୍ୟବହାର ହୋଇପାରେ । ଏଣୁ ଆମ ସରକାରଙ୍କୁ ଏହିଭଳି ଏଆଇ ଏବଂ ଘରୋଇ ଫାର୍ମାମାନଙ୍କୁ ଆବଶ୍ୟକ ନିୟନ୍ତ୍ରଣ କରିବା ଲାଗି ସ୍ଵତନ୍ତ୍ର ନିୟାମକ ଆଣିବାକୁ ପଡ଼ିବ, ଯାହା ନାଗରିକଙ୍କୁ ତାଙ୍କର ଅଧିକାର ସୁରକ୍ଷାରେ ସହାୟକ ହୋଇପାରିବ ।

ନହେଲେ ଆମକୁ ଲୁଚାଇବାର କଳା ଶିଖିବାକୁ ହେବ । କାରଣ ଯଦି ଆମେ କିଛି ଗୋପନୀୟ ରଖିବାକୁ ଚାହୁଁ, ତେବେ ତାହାକୁ ଆମ ତରଫରୁ ସବୁଦିନ ଲାଗି ଲୁଚାଇବାକୁ ହେବ ।

ଇନ୍ଦ୍ରଶେଖର ସିଂହ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.