ETV Bharat / bharat

ତୁଟିନି ବିଜେପି ପ୍ରୀତି! କୀର୍ତ୍ତି ଆଜାଦ ଖୋଲିଲେ କଂଗ୍ରେସର ମୁଖା

ବିଜେପି ସହ ସମସ୍ତ ସମ୍ପର୍କ ତୁଟାଇ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି ବିହାରର ଦରଭଙ୍ଗା ଲୋକସଭା ସାଂସଦ କୀର୍ତ୍ତି ଆଜାଦ୍। ଏହାପରେ ଏକ ସାଧାରଣ ସଭାରେ କଂଗ୍ରେସକୁ କାହିଁକି ଆସିଲେ, କଂଗ୍ରେସର ଇତିହାସ କଣ ସର୍ବସାଧାରଣରେ ବ୍ୟାଖ୍ୟା କରିଛନ୍ତି ସେ। ଯାହାକି କଂଗ୍ରେସକୁ ଅଡୁଆରେ ପକାଇଛି।

author img

By

Published : Feb 22, 2019, 10:07 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ବିଜେପିରେ ଅଣନିଶ୍ବାସୀ ହୋଇଯିବା ପରେ ଶେଷରେ କଂଗ୍ରେସ ଯୋଗ ଦେଇଛନ୍ତିଦରଭଙ୍ଗା ସାଂସଦ କୀର୍ତ୍ତି ଆଜାଦ୍। 26 ବର୍ଷ ବୟସରୁ ବିଜେପି ସହ ଜଡିତ ଥିବା ଏହି ନେତା ଶେଷରେ ରାହୁଲଙ୍କ କ୍ୟାପଟେନସିପରେ 2019 ନିର୍ବାଚନ ଲଢିବେ ବୋଲି ଆଶା ରଖିଛନ୍ତି। ହେଲେ କଂଗ୍ରେସରେ ଯୋଗ ଦେଉ ଦେଉ ଦେଇଛନ୍ତି ବଡ ବୟାନ। ଅର୍ଥାତ୍ କଂଗ୍ରେସରେ ପ୍ରବେଶ କରୁ କରୁ ଦଳର ମୁଖା ଖୋଲିଛନ୍ତି। ଯାହାକୁ ନେଇ କଂଗ୍ରେସ ରକ୍ତ ଚାଉଳ ଚୋବାଇଲେ ବି ହଜମ କରିବାକୁ ବାଧ୍ୟ ହୋଇଛି।

ସେ କଂଗ୍ରେସକୁ କାହିଁକି ଆସିଲେ, ଏହି ଦଳର ଇତିହାସ କଣ ସର୍ବସାଧାରଣରେ ତାହା ବ୍ୟାଖ୍ୟା କରିଛନ୍ତି କୀର୍ତ୍ତି ଆଜାଦ୍। ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ଠାରେ ଆୟୋଜିତ ସମାବେଶରେ କହିଛନ୍ତି ଯେ, ଭୋଟ ବେଳେ ବିହାରରେ ବୁଥ୍ କବଜା କରିବା ସାଧାରଣ କଥା । କଂଗ୍ରେସର ଅନେକ ନେତା ଏହାର ଫାଇଦା ଉଠାଇଛନ୍ତି । ଗୋଟିଏ ସମୟ ଥିଲା କଂଗ୍ରେସର ନେତା ନଗେନ୍ଦ୍ର ବାବୁ ଏବଂ ଡକ୍ଟର ବାବୁ ପାଇଁ ବୁଥ୍ ଲୁଟୁଥୁଲେ। ଖାଲି ଏତିକି ନୁହଁ ସେ କହିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝା ତଥା ତାଙ୍କ ବାପା 1999 ମସିହାରେ ବୁଥ୍ କବଜା କରି ନିର୍ବାଚନ ଜିତିଥିଲେ। ଏହାପରେ ବିଜେପିକୁ କାହିଁକି ପ୍ରତ୍ୟାଖ୍ୟାନ କଲେ ସେ କହିଛନ୍ତି ।

  • Kirti Azad in Darbhanga, Bihar: In those days booths were looted, Congress workers used to loot polling booths for Nagendra ji(former Congress leader). Booths were looted for my father as well and In 1999, for me also, EVMs had not been introduced then. (19.2.19) pic.twitter.com/aaOhOb3h3H

    — ANI (@ANI) February 21, 2019 " class="align-text-top noRightClick twitterSection" data=" ">

କୀର୍ତ୍ତି ଆଜାଦ ଭାରତୀୟ କ୍ରିଟେକ ଦଳର ପୂର୍ବତନ ସଦସ୍ୟ। 1983ଭାରତୀୟ ବିଶ୍ବକପ ଟିମର ସଦସ୍ୟ ଥିଲେକୀର୍ତ୍ତି। ହେଲେ ଏହାପରେ ନିଜର ଏକ ସାଙ୍ଗଙ୍କ ସହାୟତାରେ ବିଜେପିର ଭୀଷ୍ମପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ସହ ସମ୍ପର୍କ ବଢାଇଥିଲେ। ଏହାପରେ 1993 ମସିହାରେ ଆଡଭାନୀଙ୍କ ସହାୟତାରେ ଦିଲ୍ଲୀର ଗୋଲ ମାର୍କେଟ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏପରିକି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହାପରେ ବିହାରରୁ 1999 ମସିହାରେ ଦରଭଙ୍ଗା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ବିଗତ 2014 ଲୋକସଭା ନିର୍ବାଚନ ସୁଦ୍ଧା ମୋଟ3ଥର ବିଜେପି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ବିଜେପିର ଦୁଇ ନମ୍ବର ନେତା ଅରୁଣ ଜେଟଲୀଙ୍କ ତାଙ୍କର ବିବାଦ ଆରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିଟ କ୍ରିକେଟ ଆସୋସିଏସନରୁ କୀର୍ତ୍ତିଆଜାଦ ଟଙ୍କା ହେରଫେର କରିଥିବା ନେଇ ଅରୁଣ ଜେଟଲୀ ଅଭିଯୋଗ ଆଣିଥିଲେ। ବିବାଦ ଜୋରଧରିବା ପରେ ବିଜେପି ତାଙ୍କ ଠାରୁ ଦୂରେଇ ଯାଇଥିଲା। ଶେଷରେ ଘରକୁ ଫେରିଛନ୍ତି କୀର୍ତ୍ତି ଆଜାଦ୍ ।

Intro:Body:

ତୁଟିନି ବିଜେପି ପ୍ରିତି ! କିର୍ତ୍ତୀ ଆଜାଦ ଖୋଲିଲେ କଂଗ୍ରେସର ମୁଖା

ନୂଆଦିଲ୍ଲୀ: ବିଜେପିରେ ଅଣନିଶ୍ବାସୀ ହୋଇଯିବା ପରେ ଶେଷରେ କଂଗ୍ରେସ ଯୋଗ ଦେଇଛନ୍ତି କିର୍ତ୍ତି ଆଜାଦ୍ । 26 ବର୍ଷ ବୟସରୁ ବିଜେପି ସହ ଜଡିତ ଥିବା ଏହି ନେତା ଶେଷରେ ରାହୁଲଙ୍କ କ୍ୟାପଟେନସିପରେ 2019 ନିର୍ବାଚନ ଲଢିବେ ବୋଲି ଆଶା ରଖିଛନ୍ତି । ହେଲେ କଂଗ୍ରେସରେ ଯୋଗ ଦେଉ ଦେଉ ଦେଇଛନ୍ତି ବଡ ବୟାନ । ଅର୍ଥାତ୍ କଂଗ୍ରେସରେ ପ୍ରବେଶ କରୁ କରୁ କଂଗ୍ରେସର ମୁଖା ଖୋଲିଛନ୍ତି । ଯାହାକୁ ନେଇ କଂଗ୍ରେସ ରକ୍ତ ଚାଉଳ ଚୋବାଇଲେ ବି ହଜମ କରିବାକୁ ବାଧ୍ୟ ହୋଇଛି ।

କଥାଟି ଏମିତି । ବିଜେପି ସହ ସମସ୍ତ ସମ୍ପର୍କ ତୁଟାଇ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି ସାଂସଦ କିର୍ତ୍ତୀ ଆଜାଦ୍ । ଏହାପରେ ଏକ ସାଧାରଣ ସଭାରେ କଂଗ୍ରେସକୁ କାହିଁକି ଆସିଲେ, କଂଗ୍ରେସର ଇତିହାସ କଣ ସର୍ବସାଧାରଣରେ ବ୍ୟାଖ୍ୟା କରିଛନ୍ତି କିର୍ତ୍ତୀ ଆଜାଦ୍ । ବିହାର ଦରଭଙ୍ଗାରେ ଆୟୋଜିତ ସମାବେଶରେ କହିଛନ୍ତି ଭୋଟ ବେଳେ ବିହାରରେ ବୁଥ୍ କବଜା କରିବା ସାଧାରଣ କଥା । କଂଗ୍ରେସର ଅନେକ ନେତା ଏହାର ଫାଇଦା ଉଠାଇଛନ୍ତି ।ଗୋଟିଏ ସମୟ ଥିଲା କଂଗ୍ରେସର ନେତା ନଗେନ୍ଦ୍ର ବାବୁ ଏବଂ ଡକ୍ଟର ବାବୁ ପାଇଁ ବୁଥ୍ ଲୁଟୁଥୁଲେ । ଖାଲି ଏତିକି ନୁହଁ ସେ କହିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝା ତଥା ତାଙ୍କ ବାପା 1999 ମସିହାରେ ବୁଥ୍ କବଜା କରି ନିର୍ବାଚନ ଜିତୁଥିଲେ ବୋଲି କହିଛନ୍ତି । ଏହାପରେ ବିଜେପିକୁ କାହିଁକି ପ୍ରତ୍ୟାଖ୍ୟାନ କଲେ ସେ କହିଛନ୍ତି ।

ସୂଚନା ରହିଛି କି କିର୍ତ୍ତୀ ଆଜାଦ ଟିମ୍ ଇଣ୍ଡିଆରୁ କ୍ରିକେଟ ଖେଳୁଥିଲେ । 1983 ବିଶ୍ବକପରେ ଭାଗ ନେଇଥିଲେ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝାଙ୍କ ପୁଅ ଅଟନ୍ତି । ହେଲେ ଏହାପରେ ନିଜର ଏକ ସାଙ୍ଗଙ୍କ ସହାୟତାରେ ବିଜେପିର ଭୀଷ୍ମପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ସହ ସମ୍ପର୍କ ବଢାଇଥିଲେ । ଏହାପରେ 1993 ମସିହାରେ ଆଡଭାନୀଙ୍କ ସହାୟତାରେ ଦିଲ୍ଲୀର ଗୋଲ ମାର୍କେଟ ଆସନରୁ ପ୍ରାର୍ଥୀ ହୋଇଥିଲେ । ଏମିତିକି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିହାରରୁ 1999 ମସିହାରେ ଦରଭଙ୍ଗା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମୋଟ 3ଥର ବିଜେପିରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ବିଜେପିର ଦୁଇ ନମ୍ବର ନେତା ବୁଲାଯାଉଥିବା ଅରୁଣ ଜେଟଲୀଙ୍କ ସହ ପଙ୍ଗା ନେଇଥିଲେ । ଏହାପରେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିଟ କ୍ରିକେଟ ଆସୋସିଏସନରୁ କିର୍ତ୍ତୀ ଆଜାଦ ଟଙ୍କା ଗଫଲତି କରିଥିବା ଅରୁଣ ଜେଟଲୀ ଅଭିଯୋଗ ଆଣିଥିଲେ । ବିବାଦ ଜୋରଧରିବା ପରେ ବିଜେପି ପିଚରୁ ହଟାଇଦେଇଥିଲା । ଶେଷରେ ଘରକୁ ଫେରିଛନ୍ତି କିର୍ତ୍ତୀ ଆଜାଦ୍ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.