ETV Bharat / bharat

ରାମ ଜନ୍ମଭୂମି ପରେ ମଥୁରା କୋର୍ଟରେ ପହଞ୍ଚିଲା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା

author img

By

Published : Sep 27, 2020, 12:28 PM IST

ମଥୁରା କୋର୍ଟରେ କୃଷ୍ଣ ଜନ୍ମଭୂମି ମାଲିକାନା ମାମଲା । ଶ୍ରୀକୃଷ୍ଣ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍‌ଗାହ ମସଜିଦର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ହୋଇଛି। ଅଧିକ ପଢନ୍ତୁ...

After Ayodhya, the case of Shri Krishna Janmabhoomi case reached the court
ରାମ ଜନ୍ମଭୂମି ପରେ ମଥୁରା କୋର୍ଟରେ ପହଞ୍ଚିଲା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା

ଲକ୍ଷ୍ନୌ: ବହୁ ବାଦ ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସ୍ବପ୍ନ ପୁରା ହୋଇଛି । ରାମ ମନ୍ଦିର ପାଇଁ ଭୂମି ପୂଜନ ପରେ ଏବେ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାରି ଭିତରେ ଆଉ ଗୋଟିଏ ବିବାଦ ସାମ୍ନାକୁ ଆସିଛି । ମଥୁରାରେ କୃଷ୍ଣ ଜନ୍ମଭୂମିକୁ ନେଇ ଏକ ମାମଲା କୋର୍ଟରେ ପହଞ୍ଚିଛି । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଥୁରା କୋର୍ଟରେ ଏକ ସିଭିଲ ମକଦ୍ଦମା ଦାୟର କରାଯାଇଛି । ଏଥିରେ ୧୩.୩୭ ଏକର ଜମିରେ ମାଲିକାନା ଦାବି କରାଯାଇଛି ଏବଂ ଏହା ସହିତ ଶ୍ରୀକୃଷ୍ଣ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍‌ଗାହ ମସଜିଦ୍‌ର ଉଚ୍ଛେଦ ପାଇଁ ଆବେଦନ କରାଯାଇଛି।

ସୂଚନାନୁସାରେ, ଏହି ମାମଲା ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ମଥୁରା କୋର୍ଟରେ ଦାଏର ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ରଞ୍ଜନ ଅଗ୍ନିହୋତ୍ରୀ ଏବଂ ଅନ୍ୟ ଛଅ ଜଣ ଏହି ଦେଵାନୀ ମାମଲାକୁ ଓକିଲ ହରିଶଙ୍କର ଜୈନ ଓ ବିଷ୍ଣୁ ଜୈନ ରୁଜୁ କରିଛନ୍ତି। ଓକିଲ ରଞ୍ଜନ ଅଗ୍ନିହୋତ୍ରୀ କହିଛନ୍ତି ଯେ, ଆମେ ଅଯୋଧ୍ୟା ମାମଲାରେ ଲଢିଛୁ, ଏବଂ ଏହାକୁ ଜନସାଧାରଣଙ୍କ ନିକଟରେ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ମୂଖ୍ୟ ଜନ୍ମସ୍ଥାନକୁ ନେଇ ମଧ୍ୟ ମାମଲା କୋର୍ଟରେ ପହଞ୍ଚିଛି ।

ଏହା ସହ ଆମର ମାମଲା ସ୍ବୀକାର କରାଯାଇଛି, କେହି ଆପତ୍ତି କରିନାହାଁନ୍ତି। ସୋମବାର ଅର୍ଡର କପି ଆସିବ | ଏଥି ସହ ବିଜେପି ନେତା ବିନୟ କାଟିୟାର ମଧ୍ୟ କହିଛନ୍ତି ଯେ, ମଥୁରା ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିବା ଆବଶ୍ୟକ ରହିଛି । ଏହି ଆବେଦନରେ କୁହାଯାଇଛି ଯେ ଯେଉଁଠାରେ ସାହି ଇଦ୍‌ଗା ମସଜିଦ ଛିଡା ହୋଇଛି, ତାହା ହେଉଛି ପ୍ରକୃତ କାରାଗାର ଯେଉଁଠାରେ ଭଗବାନ କୃଷ୍ଣ ଜନ୍ମ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.