ETV Bharat / bharat

ହାଥରସ ଘଟଣା: ଅଭିଯୁକ୍ତଙ୍କ ପରିବାରକୁ ଭେଟିଲେ ଓକିଲ ଏପି ସିଂ - Hathras accused

ହାଥରସ୍ ମାମଲାରେ 4 ଅଭିଯୁକ୍ତଙ୍କ ସୁପ୍ରିମକୋର୍ଟ ଓକିଲ ଏପି ସିଂ ଏବଂ କ୍ଷେତ୍ରିୟ ମହାସଭାର ସଦସ୍ୟ ମନଭେନ୍ଦ୍ର ସିଂ ଶନିବାର ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

ହାଥରସ ଘଟଣା
ହାଥରସ ଘଟଣା
author img

By

Published : Oct 10, 2020, 3:05 PM IST

Updated : Oct 10, 2020, 5:25 PM IST

ଲକ୍ଷ୍ନୌ: ହାଥରସ୍ ମାମଲାରେ 4 ଅଭିଯୁକ୍ତଙ୍କ ସୁପ୍ରିମକୋର୍ଟ ଓକିଲ ଏପି ସିଂ ଏବଂ କ୍ଷେତ୍ରିୟ ମହାସଭାର ସଦସ୍ୟ ମନଭେନ୍ଦ୍ର ସିଂ ଶନିବାର ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଘଟଣା ସହ ଜଡିତ ବିବରଣୀ ଏବଂ ପ୍ରମାଣ ସଂଗ୍ରହ କରିବାକୁ ସେଠାରେ ଏପିସିଂ ପହଞ୍ଚିଛନ୍ତି ।

ଅଭିଯୁକ୍ତଙ୍କ ପରିବାରକୁ ଭେଟିଲେ ଓକିଲ ଏପି ସିଂ

ସେ କହିଛନ୍ତି ଯେ ସେ ବିନା ଅର୍ଥରେ ଏହି ମାମଲା ଲଢିବେନି । ଏହି ମାମଲାରେ କ୍ଷେତ୍ରିୟ ମହାସଭା ଦେୟ ପ୍ରଦାନ କରିବେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ହାଥରସ୍ ମାମଲାରେ ଏସସି ବା ଏସଟି ଅଧିନିୟମର ଅପବ୍ୟବହାର କରାଯାଇଛି ଏବଂ ରାଜନେତାମାନେ ଏହି ମାମଲାକୁ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହାକୁ ଅପରାଧ ଭାବରେ ଦେଖାଯିବା ଉଚିତ ଏବଂ ଏହାର ଯଥାର୍ଥ ଅନୁସନ୍ଧାନ କରାଯିବା ଉଚିତ।

ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇନାହିଁ । ତେଣୁ ସେ ଅଭିଯୁକ୍ତଙ୍କୁ ନ୍ୟାୟ ପ୍ରଦାନ କରିବେ । ଅନ୍ୟପକ୍ଷେ ମନଭେନ୍ଦ୍ର ସିଂ କହିଛନ୍ତି ଯେ ଏହି ଚାରି ଜଣଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ସେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ପାଇଁ ସେ ସମସ୍ତ ପ୍ରକାର କାର୍ଯ୍ୟ କରିବେ।

ଅନ୍ୟପକ୍ଷେ, ପୀଡିତା ଜଣକ ଆଲିଗଡ ଡାକ୍ତରଖାନାରେ ଏକ ବିବୃତ୍ତି ଦେଇଥିଲେ ଯେ ତାଙ୍କୁ ଏହି ଚାରିଜଣ ଗଣଦୁଷ୍କର୍ମ କରିଛନ୍ତି। ଏହି ବିବୃତ୍ତି ପରେ ପୋଲିସ ଏହି ଚାରିଜଣଙ୍କୁ ଗିରଫ କରି 26 ସେପ୍ଟେମ୍ବରରେ ଆଲିଗଡ ଜେଲକୁ ପଠାଇଥିଲା। ତେବେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମହିଳାଙ୍କର ମୃତ୍ୟୁ ହୋଇଥିଲା।

Last Updated : Oct 10, 2020, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.