ETV Bharat / bharat

ମୋଦିଙ୍କ ଟାର୍ଗେଟ, ଚାଷୀଙ୍କ ସହ ବିଶ୍ବାସଘାତକତାର ବଡ ଉଦାହରଣ କଂଗ୍ରେସ

ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଚାଷୀଙ୍କ ସହ ବିଶ୍ବାସଘାତକତାର କଂଗ୍ରେସ ବଡ ଉଦାହରଣ ବୋଲି ନିଜ ସମ୍ବୋଧନରେ କହିଛନ୍ତି ମୋଦି । ଅଧିକ ପଢନ୍ତୁ...

author img

By

Published : Dec 18, 2020, 3:49 PM IST

ମୋଦିଙ୍କ ଟାର୍ଗେଟ, ଚାଷୀଙ୍କ ସହ ବିଶ୍ବାସଘାତକତାର ବଡ ଉଦାହରଣ କଂଗ୍ରେସ
ମୋଦିଙ୍କ ଟାର୍ଗେଟ, ଚାଷୀଙ୍କ ସହ ବିଶ୍ବାସଘାତକତାର ବଡ ଉଦାହରଣ କଂଗ୍ରେସ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନ 23 ଦିନରେ ପହଞ୍ଚିଥିବା ବେଳେ ଦ୍ବନ୍ଦ୍ବ ଦୂର ପାଇଁ ଅନ୍ନଦାତାଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘନ ଘନ ବୈଠକ ପରେ ଚାଷୀଙ୍କୁ ବୁଝାଇବାରେ ଯେବେ ସରକାର ବିଫଳ ହେଲେ ସେତେବେଳେ ଖୋଦ ମୋଦି ଚାଷୀଙ୍କ ଭ୍ରମ ଦୂର କରିବାକୁ ସମ୍ଭାଳିଛନ୍ତି ମୋର୍ଚ୍ଚା । ଏହାରି ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଆଲୋଚନା ମାଧ୍ୟମରେ ମୋଦି କହିଛନ୍ତି, ଗତଦିନରେ କୁଆପଥର ମାଡ ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମଧ୍ୟପ୍ରଦେଶର ଚାଷୀଙ୍କ ଅନେକ କ୍ଷତି ହୋଇଥିଲା । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟପ୍ରଦେଶର 35 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1600 କୋଟି ଟଙ୍କା ପଠାଯାଉଛି । ଏହା ମଧ୍ୟରେ କୌଣସି ଦଲାଲ ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମ ସରକାର ଏମଏସପିକୁ ନେଇ ଗମ୍ଭୀର ରହିଛି । ସ୍ବାମୀନାଥନ କମିଟିର ରିପୋର୍ଟ ଲାଗୁ କରିବାର କାମ ଆମ ସରକାର ହିଁ କରିଛି । ଯଦି ଏମଏସପି ହଟାଇବାର ଥିଲା ତେବେ ସରକାର ସ୍ବାମୀନାଥନ କମିଟି ଲାଗୁ କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ ସରକାରରେ ପାଞ୍ଚ ବର୍ଷ ମଧ୍ୟରେ ଚାଷୀଙ୍କ ପାଖରୁ ପାଖାପାଖି 1799 ଲକ୍ଷ ମେଟ୍ରିକ ଟନ ଧାନ କଣିଥିଲା । ହେଲେ ବିଜେପି ସରକାର 5 ବର୍ଷ ମଧ୍ୟରେ 3000 ଲକ୍ଷ ମେଟ୍ରିକ ଟନ ଧାନ ଏମଏସପି ଉପରେ କ୍ରୟ କରିଛି ।

ଚାଷୀଙ୍କୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ଆମ ଦେଶରେ ଚାଷୀଙ୍କ ସହ ବିଶ୍ବାସ ଘାତକତାର ସବୁଠୁ ବଡ ଉଦାହରଣ ହେଉଛି କଂଗ୍ରେସ ଦ୍ବାରା କରାଯାଇଥିବା ଋଣ ଛାଡ । ଯେବେ 2 ବର୍ଷ ପୂର୍ବରୁ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଥିଲା ସେତେବେଳେ 10 ଦିନ ମଧ୍ୟରେ ଋଷ ଛାଡର ପ୍ରତିଶ୍ରୃତି ଦିଆଯାଇଥିଲା । ହେଲେ ଆଜିଯାଏଁ କେତେ ଚାଷୀଙ୍କ ଋଣ ଛଡା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ମୋଦି ।

ପିଏମ ମୋଦି କହିଛନ୍ତି, ସମସ୍ତ ରୈଜନୈତିକ ଦଳଗୁଡିକୁ କହିବାକୁ ଚାହୁଁଛି ଯେ ନିଜ କ୍ରେଡିଟ ନିଜ ପାଖରେ ରଖନ୍ତୁ । ମୋତେ କ୍ରେଡିଟର ଆବଶ୍ୟକତା ନାହିଁ । ମୋତେ ଚାଷୀଙ୍କ ଜୀବନରେ ସମୃଦ୍ଧିର ଆବଶ୍ୟକତା ରହିଛି । ଦୟାକରି ଚାଷୀଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ । ଅଚାନକ ଭ୍ରମ ଓ ମିଥ୍ୟାର ଜାଲ ବିଛାଇ ନିଜ ରାଜନୈତିକ ପୃଷ୍ଠଭୂମି ମଜବୁତ କରିବାର ଖେଳ ଖେଳାଯାଉଛି । ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ଟାର୍ଗେଟ କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଚାଷୀଙ୍କ କଥା କହୁଥିବା ଲୋକେ କେତେ ନିର୍ଦୟ, ଏହାର ବଡ ଉଦାହରଣ ସ୍ବାମୀନାଥନ କମିଚିର ରିପୋର୍ଟ । ଏମାନେ ସ୍ବାମୀନାଥନ କମିଟିର ସୁପାରିଶକୁ 8 ବର୍ଷ ପର୍ଯ୍ୟନ୍ତ ଫାଇଲ ତଳେ ଚାପି ରଖିଥିଲେ । ଚାଷୀ ଆନ୍ଦୋଳନ କରୁଥିଲେ, ପ୍ରର୍ଶନ କରୁଥିଲେ ହେଲେ ଏହି ଲୋକଙ୍କ ପେଟର ପାଣି ଚହଲୁନଥିଲା । ହେଲେ ଚାଷୀଙ୍କ ପାଇଁ ସମର୍ପିତ ସରକାର ଚାଷୀଙ୍କୁ ଅନ୍ନଦାତା ରୂପେ ବିବେଚନା କରେ । ଆମେ ଫାଇଲଗଦାରେ ଫିଙ୍ଗିଦିଆଯାଇଥିବା ସ୍ବାମୀନାଥନ କମିଟି ରିପୋର୍ଟକୁ ବାହାର କରି ଏହାର ସୁପାରିଶକୁ ଲାଗୁ କଲୁ । ଏହାସହ ଚାଷୀଙ୍କ ପରିଶ୍ରମର ଦେଢଗୁଣା ଏମଏସପି ମଧ୍ୟ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟ ବିନ୍ଦୁ

  • ଦୃତ ଗତିରେ ବଦଳୁଥିବା ବୈଶ୍ବୟିକ ପରିଦୃଶ୍ୟରେ ଭାରତର ଚାଷୀ ସୁବିଧାର ଅଭାବରେ, ଆଧୁନିକ ଉପାୟର ଅଭାବରେ ଅସହାୟ ହୋଇପଡୁ ଏହା ସ୍ବୀକାର କରାଯାଇପାରିବ ନାହିଁ । ପୂର୍ବରୁ ବହୁତ ବିଳମ୍ବ ହୋଇସାରିଛି । ଯେଉଁ କାମ 30 ବର୍ଷ ପୂର୍ବରୁ ହେବାର ଥିଲା ତାହା ଏବେ ହେଉଛି ।
  • ଭାରତର କୃଷି, ଭାରତର ଚାଷୀ ଏବେ ପଛୁଆ ରହିବ ନାହିଁ । ବିଶ୍ବର ବଡବଡ ଦେଶରେ ଚାଷୀଙ୍କୁ ଯେଉଁ ଆଧୁନିକ ସୁବିଧା ଉପଲବ୍ଧ ରହିଛି ସେହି ସୁବିଧା ଭାରତର ଚାଷୀଙ୍କୁ ମଧ୍ୟ ମିଳୁ, ଏଥିରେ ଆଉ ବିଳମ୍ବ କରାଯିବ ନାହିଁ ।
  • ଗତ ଦିନରେ ଦେଶରେ ଚାଷୀଙ୍କ ପାଇଁ ଯେଉଁ ନୂଆ ଆଇନ ହୋଇଥିଲା ଏହାର ଅନେକ ଚର୍ଚ୍ଚ ରହିଛି । ଏହି କୃଷି ସୁଧାର ଆଇନ ରାତାରାତି ଆସିନାହିଁ । ଗତ 20ରୁ 22 ବର୍ଷ ପ୍ରତ୍ୟେକ ସରକାର ଏହା ଉପରେ ବ୍ୟାପକ ଚର୍ଚ୍ଚା କରିଛନ୍ତି ।
  • ପ୍ରକୃତରେ ଦେଶର ଚାଷୀ ସେମାନଙ୍କୁ ଜବାମ ମାଗିବା ଦରକାର ଯେଉଁମାନେ ପୂର୍ବରୁ ନିଜ ଘୋଷଣା ପତ୍ରରେ ଏହି ସୁଧାରର କଥା ଲେଖି କେବଳ ଭୋଟ ହାତଉଥିଲେ ।
  • ଯଦି ପୁରୁଣା ସରକାରକୁ ଚିନ୍ତା ଥାଆନ୍ତା ତେବେ ଦେଶରେ 100 ପାଖାପାଖି ବଡ ଜଳସେଚନ ପ୍ରୋଜେକ୍ଟ ଦଶକ ଦଶକ ଧରି ଅଟକିନଥାନ୍ତା । ବନ୍ଧ ନିର୍ମାଣ ଆରମ୍ଭ ହେଲା ତ 25 ବର୍ଷ ଧରି ଏହା ଜାରି ରହିଲା । ବନ୍ଧ ହୋଇଗଲା ତ କେନାଲ ହୋଇପାରିଲା ନାହିଁ । ଯଦି କେନାଲ ହୋଇଗଲା ତ ପରସ୍ପର ମଧ୍ୟରେ ଏହା ଯୋଡାଯାଇପାରିଲା ନାହିଁ ।
  • ରାଜନୀତି ପାଇଁ ଚାଷୀଙ୍କୁ ଉପଯୋଗ କରୁଥିବା ଲୋକେ ସେମାନଙ୍କ ସହ କଣ ବ୍ୟବହାର କଲେ ତାର ବଡ ଉଦାହରଣ ହେଉଛି ଡାଲି ଚାଷୀ । 2014ରେ ଯେଉଁପ୍ରକାର ଦେଶରେ ଡାଲି ସଙ୍କଟ ରହିଥିଲା, ଏହା ଯୋଗୁଁ ଡାଲି ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା ।
  • ନୂଆ ଆଇନରେ କେବଳ ଏତିକି କୁହାଯାଇଛି ଯେ ଚାଷୀ ମଣ୍ଡି ଭିତରେ ହେଉ କି ବାହାରେ ଫସଲ ବିକ୍ରି କରିବା ସେମାଙ୍କ ଇଚ୍ଛା ଉପରେ ନିର୍ଭର କରେ । ଏବେ ଯେଉଁଠି ଚାଷୀଙ୍କୁ ଲାଭ ମିଳିବ ସେଠାରେ ସେମାନେ ନିଜର ଫଲସ ବିକ୍ରି କରିପାରିବେ ।

ଆଜି 23 ତମ ଦିନରେ ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। କେନ୍ଦ୍ରର ତିନୋଟି କୃଷି ଆଇନ ରଦ୍ଦ କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଏହି ସମୟରେ କୃଷି ଆଇନ ବିଷୟରେ ଚାଷୀଙ୍କୁ ମନାଇବା ପାଇଁ ବିଜେପି ଏକ ବ୍ୟପକସ୍ତରରେ ଆଲୋଚନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.