ମୁମ୍ବାଇ: ସସପେନ୍ସରେ ମହାରାଷ୍ଟ୍ରର ଭାଗ୍ୟ । ଆଗକୁ କିଏ ସରକାର ଗଠନ କରିବ, ତାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଉଭୟ ବିଜେପି ଓ ଶିବସେନା ପରସ୍ପର ବିଧାୟକଙ୍କ ସହ ମିଶି ଆଲୋଚନା କରିବାରେ ବ୍ୟସ୍ତ । ଏହା ମଧ୍ୟରେ ଆଦିତ୍ୟ ଠାକରେ ଶନିବାର ବିଳମ୍ବିତ ରାତିରେ ବିଧାୟକଙ୍କ ସହ ବୈଠକ କରିଛନ୍ତି ।
ଏକ ହୋଟେଲର ପ୍ରାୟ ସକାଳ 5ଟା ଯାଏଁ ଆଲୋଚନା ଜାରି ରହିଥିଲା। ପ୍ରକାଶ ଥାଉକି, ମହାରାଷ୍ଟ୍ରର ରାଜ୍ୟପାଳ ରାଜ୍ୟର ବଡ ଦଳ ବିଜେପିକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହାପରେ ଆଦିତ୍ୟ ଠାକରେ ପୁରା ରାତି ହୋଟେଲ ବିଭିନ୍ନ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ।
ତେବେ କିଛିଦିନ ପୂର୍ବେ କଂଗ୍ରେସ ଆରୋପ ଆଣିଥିଲା ଯେ, ବିଜେପି କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷେ ଘୋଡା ବେପାର ଡରରେ ଶିବସେନା ନିଜର ସମସ୍ତ ବିଧାୟକଙ୍କୁ ସାରଦା ରିସର୍ଟରୁ ମଲାଡର ଏକ ରିସର୍ଟକୁ ସ୍ଥାନାନ୍ତର କରିଛି ।