ETV Bharat / bharat

'ହିନ୍ଦୁ ଆତଙ୍କବାଦ' ଶବ୍ଦକୁ ଠିକ ଦର୍ଶାଇଲେ କଂଗ୍ରେସ ନେତା ଅଧୀର ରଞ୍ଜନ

author img

By

Published : Feb 19, 2020, 8:54 PM IST

ଆତଙ୍କବାଦକୁ ନେଇ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ହିନ୍ଦୁ ଆତଙ୍କବାଦ ଭଳି ଶବ୍ଦକୁ ଠିକ ବୋଲି ଦର୍ଶାଇଛନ୍ତି ସେ ।

adhir-ranjan
ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । 'ହିନ୍ଦୁ ଆତଙ୍କବାଦ' ଭଳି ଶବ୍ଦକୁ ଠିକ ବୋଲି ଦର୍ଶାଇଛନ୍ତି ଅଧୀର । ମକ୍କା ମସଜିଦ ଏବଂ ପ୍ରଜ୍ଞା ଠାକୁରଙ୍କ ପରିପେକ୍ଷିରେ ଏହାକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି ।

ଏନେଇ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, 'ହିନ୍ଦୁ ଆତଙ୍କବାଦ ଶବ୍ଦ ସୃଷ୍ଟି କରିବାର ଏକ ଭିନ୍ନ ପୃଷ୍ଠଭୂମି ରହିଛି । ସେହି ସମୟରେ ମକ୍କା ମସଜିଦରେ ବିସ୍ଫୋରଣ ଘଟିଥିଲା ଏବଂ ପ୍ରଜ୍ଞା ଠାକୁର ଏବଂ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଆତଙ୍କବାଦୀ ସର୍ବଦା ଛଳନା କରନ୍ତି । ସେମାନେ ନିଜ ବାସ୍ତବିକ ପରିଚୟ ସହ ଆତଙ୍କବାଦ କାର୍ଯ୍ୟକଳାପ ଘଟାନ୍ତି ନାହିଁ । ୟୁପିଏ ସରକାର ମୁମ୍ବାଇ ଆକ୍ରମଣ ସମ୍ପର୍କରେ ସବୁକିଛି ସୂଚନା ଦେଇଥିଲେ । ୟୁପିଏ ଶାସନ ସମୟରେ ହିଁ ଆତଙ୍କବାଦୀ ଅଜମଲ କସାବକୁ ଫାଶୀଦଣ୍ଡ ଦିଆଯାଇଥିଲା । '

ସେପଟେ ଅଧୀର ରଞ୍ଜନଙ୍କ ଏହି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛି ବିଜେପି । କଂଗ୍ରେସର ଅସଲି ଚେହେରା ସର୍ବସମ୍ମୁଖରେ ଆସିଯାଇଛି ବୋଲି ବିଜେପି ମୁଖପାତ୍ର ଜିବିଏଲ ନରସିଂହା ରାୱ ଏହାର ଜବାବ ଦେଇ କହିଛନ୍ତି । ଏହା ସହିତ ସେ କଂଗ୍ରସ ସମ୍ମୁଖରେ କେତେଗୁଡାଏ ପ୍ରଶ୍ନ କରିଛନ୍ତି । 26/11 ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା ପଛରେ କୌଣସି ଭାରତୀୟ ଥିଲେ କି ? ଏଥିପାଇଁ ଆଇଏସଆଇକୁ କିଏ ସାହାଯ୍ୟ ଯୋଗାଇଥିଲା କି ? ଆତଙ୍କବାଦୀକୁ ହିନ୍ଦୁ ପରିଚୟ ପତ୍ର ପ୍ରଦାନ କରିବାର ପ୍ରୟାସ କରାଯାଇଥିଲା କି ? ଦିଗବିଜୟ ସିଂହ ହ୍ୟେଣ୍ଡଲର ଭାବରେ କାର୍ଯ୍ୟ କରୁଥିଲେ କି? ଏହାର ଜବାବ କଂଗ୍ରେସକୁ ଦେବା ଉଚିତ ବୋଲି ନରସିଂହା ରାଓ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଟିପ୍ପଣିର ଜବାବରେ ଏଭଳି କହିଛନ୍ତି । 26/11 ଆତଙ୍କବାଦୀ ଆକ୍ରମଣ ସମୟରେ କଂଗ୍ରେସ ହିନ୍ଦୁ ଆତଙ୍କବାଦ ଭଳି ମନଗଢତ ଶବ୍ଦ ବାହାର କରିଥିଲା ବୋଲି ପିୟୁଷ ଗୋଏଲ କହିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.