ETV Bharat / bharat

ପଶ୍ଚିମବଙ୍ଗ କଂଗ୍ରେସର ନେତୃତ୍ବ ନେବେ ଅଧିର ରଞ୍ଜନ ଚୌଧୁରୀ

ଦୀର୍ଘ ଦେଢ ମାସର ଅପେକ୍ଷା ପରେ କଂଗ୍ରେସ ବୁଧବାର ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କୁ ପଶ୍ଚିମବଙ୍ଗ କଂଗ୍ରେସ କମିଟିର ମୁଖ୍ୟ ଭାବରେ ନିଯୁକ୍ତ କରିଛି। ପଶ୍ଚିମବଙ୍ଗରେ କଂଗ୍ରେସ ରାଜ୍ୟ ସଭାପତି ପଦବୀ ଗତ ଦେଢ ମାସ ଧରି ଖାଲି ପଡିଥିଲା।

author img

By

Published : Sep 10, 2020, 12:52 PM IST

ଅଧିର ରଞ୍ଜନ ଚୌଧୁରୀ
ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ଦୀର୍ଘ ଦେଢ ମାସର ଅପେକ୍ଷା ପରେ କଂଗ୍ରେସ ବୁଧବାର ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କୁ ପଶ୍ଚିମବଙ୍ଗ କଂଗ୍ରେସ କମିଟିର ମୁଖ୍ୟ ଭାବରେ ନିଯୁକ୍ତ କରିଛି। ପଶ୍ଚିମବଙ୍ଗରେ କଂଗ୍ରେସ ରାଜ୍ୟ ସଭାପତି ପଦବୀ ଗତ ଦେଢ ମାସ ଧରି ଖାଲି ପଡିଥିଲା। ଅଧିର ପୂର୍ବରୁ ମଧ୍ୟ ଏହି ପଦବୀରେ ରହିଆସିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତୁରନ୍ତ ପ୍ରଭାବ ପକାଇ ପଶ୍ଚିମବଙ୍ଗ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭାବରେ ଅଧିର ରଞ୍ଜନ ଚୌଧୁରୀଙ୍କୁ ନିଯୁକ୍ତ କରିଛନ୍ତି।

30 ଜୁଲାଇରେ କଂଗ୍ରେସ ରାଜ୍ୟ ସଭାପତି ସୋମେନ ମିତ୍ରାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗରେ କଂଗ୍ରେସ ସଭାପତି ପଦ ଖାଲି ପଡିଥିଲା। ସୋମେନଙ୍କ ପୂର୍ବରୁ ଅଧିର ପଶ୍ଚିମବଙ୍ଗର ରାଜ୍ୟ ସଭାପତି ଥିଲେ ।

ନିକଟରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଅବଦୁଲ ମନ୍ନାନ ଅଧିର ରଞ୍ଜନ ଚୌଧୁରୀଙ୍କୁ ରାଜ୍ୟ ସଭାପତି କରିବା ପାଇଁ ଦାବି ଉଠାଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ନାନ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ । ସେ ତାଙ୍କ ଚିଠିରେ କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଉଭୟ ବିଜେପି ଏବଂ ଟିଏମସି ଦଳ ସହ ଲଢିବା ଓ ପରାସ୍ତ କରିବା ପାଇଁ ଅଧିରଙ୍କ ନେତୃତ୍ବ ନେବାର ସମ୍ପୂର୍ଣ୍ଣ ସାମର୍ଥ୍ୟ ରହିଛି। ଆସନ୍ତା ବର୍ଷ ପୁଣିଥରେ ବିଧାନସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ କଂଗ୍ରେସର କିଛି ନେତା ବାମପନ୍ଥୀ ଦଳ ସହ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.