ETV Bharat / bharat

ଅଧୀର ରଞ୍ଜନ ଚୌଧୁରୀ ହେଲେ କଂଗ୍ରେସ ସଂସଦୀୟ ଦଳର ନେତା - congress

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସର ସଂସଦୀୟ ଦଳର ନେତା ଭାବେ ଦାୟିତ୍ବ ତୁଲାଇବେ । ରାହୁଲ ଏହି ଦାୟିତ୍ବ ବହନ କରିବାକୁ ମନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୈଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 18, 2019, 7:51 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ଦାୟିତ୍ବ ମିଳିଛି । କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏନେଇ ଲୋକସଭାର ସାଧାରଣ ସଚିବଙ୍କୁ ଚିଠିଲେଖି ସୂଚନା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ମଙ୍ଗଳବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାହୁଲ ଏହି ଦାୟିତ୍ବ ବହନ କରିବାକୁ ମନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ ଅଧିର ରଞ୍ଜନ ଚୌଧୁରୀ କଂଗ୍ରେସର ଲୋକସଭା ନେତା ଭାବରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିବେ । ଏହା ସହିତ ମୋଦି ସରକାରଙ୍କୁ ବିଭିନ୍ନ ନୀତି ଏବଂ ପ୍ରସଙ୍ଗ ଉପରେ ଘେରିବେ । ତେବେ ଆଉ କିଛି ମାସ ପରେ 5 ରାଜ୍ୟର ବିଧାନସଭା ନିର୍ବାଚନ ହେବ । କଗ୍ରେସର ସଂସଦୀୟ ଦଳର ନେତା ହିସାବରେ ଅଧିରଙ୍କୁ ସବୁ ରାଜ୍ୟରେ ଦଳର ନେତୃତ୍ବରେ କାର୍ଯ୍ୟ କରିବାକୁ ପଡିବ ।

ସୂଚନା ଯୋଗ୍ୟ ଯେ, ଅଧିର ରଞ୍ଜନ ପଶ୍ଚିମବଙ୍ଗର ବେହରାମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ତାଙ୍କର ପଞ୍ଚମ ବିଜୟ ।

Intro:Body:

dgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.