ETV Bharat / bharat

2 ଲକ୍ଷ ଟଙ୍କା ଲାଞ୍ଚ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକ ଗିରଫ

author img

By

Published : Aug 4, 2020, 11:35 AM IST

2 ଲକ୍ଷ ଲାଞ୍ଚ ନେଇ ଗିରଫ ହେଲେ ରାଇସିଂହାନଗର ଅତିରିକ୍ତ ପୋଲିସ ଅଧୀକ୍ଷକ ଅମୃତ ଜିନଗର । ଗିରଫ ସମୟରେ ଅମୃତ ଜିନ୍ନାଗର, ଏସିବି ଟିମ ଉପରେ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପରେ ସ୍ଥାନୀୟ SHO ପହଞ୍ଚି ତାଙ୍କୁ ଗିରଫ କରିଥିଲେ । ଅଧିକ ପଢନ୍ତୁ...

2 ଲକ୍ଷ ଲାଞ୍ଚ ନେଇ ଗିରଫ ହେଲେ ରାଇସିଂହାନଗର ଅତିରିକ୍ତ ପୋଲିସ ଅଧୀକ୍ଷକ

ଶ୍ରୀନଗର: ଲାଞ୍ଚ ନେଇ ଗିରଫ ହେଲେ ଶ୍ରୀଗଙ୍ଗନଗରର ଅତିରିକ୍ତ ଏସପି ଅମୃତ ଜିନଗର । ଦୁଇ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ 2 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ରାଇସିଂହାନଗରର ଅତିରିକ୍ତ ପୋଲିସ ଅଧୀକ୍ଷକ । ଅଭିଯୋଗକାରୀ ଏନେଇ ଜୟପୁରର ଏସିବି ମୁଖ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଯାଞ୍ଚ ପରେ ଜୟପୁରରୁ ଡେପୁଟି ଏସପି ମଙ୍ଗିଲାଲଙ୍କ ଏକ ଟିମ୍ ଅମୃତ ଜିନଗରଙ୍କୁ ରେଡ ହ୍ୟାଣ୍ଡ ଧରିବା ପାଇଁ ରାଇସିଂହାନଗରରେ ପହଞ୍ଚିଥିଲେ ।

ସିକର ଏସିବି ଡେପୁଟି ଏସପି ଜାକିର ଅଖତର ମଧ୍ୟ ଏସିବି ଦଳକୁ ସମର୍ଥନ କରିବା ପାଇଁ ରାଇସିଂହାନଗରରେ ପହଞ୍ଚିଥିଲେ । ତେବେ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ସମୟରେ ଅମୃତ ଜିନ୍ନାଗର, ଏସିବି ଟିମ ଉପରେ ଗୁଳି ଚଳାଇ ଫେରାର ହୋବାକୁ ଉଦ୍ୟମ କରିଥିଲେ । କିନ୍ତୁ ପରେ ସ୍ଥାନୀୟ SHO ଏବଂ ଜବଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅମୃତ ଜିନଗରଙ୍କୁ ଗିରଫ କରି ଏସିବି କେନ୍ଦ୍ରକୁ ଆଣାଯାଇଥିଲା ।

ଡିଜି ଏସିବି ଆଲୋକ ତ୍ରିପାଠୀ ଏବଂ ଏଡିଜି ଦୀନେଶ ଏମ.ଏନ.ଙ୍କ ନିର୍ଦ୍ଦେଶରେ ପୁରା ଅପରେସନ୍ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.