ETV Bharat / bharat

ପ୍ରତିଶୃତି ପାଳିଲେ ସୋନୁ, 5 ଘଣ୍ଟାରେ 350 ନାବିକ ପରିବାର ପାଇଁ ପଠାଇଲେ ରାସନ - ସୋନୁ ସୁଦ

କାଶୀର ନାବିକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ଅଭିନେତା ସୋନୁ ସୁଦ। ସୋନୁଙ୍କ ଦ୍ବାରା ପ୍ରଦତ୍ତ ଖାଦ୍ୟ ଖାଇବାପରେ ସୋନୁଙ୍କୁ ଦେବଦୂତ କହିଛନ୍ତି ନାବିକ ପରିବାର । ଅଧିକ ପଢନ୍ତୁ...

ଭୋକିଲା ନାବିକ ପରିବାରଙ୍କ ପେଟକୁ ଖାଦ୍ୟ ଜୋଗାଇଲେ ସୋନୁ

author img

By

Published : Sep 2, 2020, 5:47 PM IST

ଲକ୍ଷ୍ନୌ: ଅଭିନେତା ସୋନୁ ସୁଦ କାଶୀ ନାବିକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । କୋରୋନା ଏବଂ ବନ୍ୟା ଯୋଗୁଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ନାବିକମାନଙ୍କ ଅବସ୍ଥା ବିଷୟରେ ବାରଣାସୀର ଯୁବକମାନଙ୍କ ଦ୍ବାରା ଅଭିନେତା ସୋନୁ ସୁଦଙ୍କୁ ଟ୍ୱିଟର ମାଧ୍ୟମରେ ସୂଚନା ଦିଆଯାଇଥିଲା। ଏହା ପରେ ସୋନୁ ସୁଦ ନାବିକଙ୍କ ପାଇଁ ରିଲିଫ ପ୍ୟାକେଜ ପଠାଇଥିଲେ ।

ନାବିକଙ୍କ ଆର୍ଥିକ ସ୍ଥିତିକୁ ଗୁରୁତର ଭାବେ ଖରାପ କରିଦେଇଛି କୋରୋନା ମହାମାରୀ ଏବଂ ବନ୍ୟା । ପୀଡ଼ିତଙ୍କ ଘରେ କୌଣସି ଖାଦ୍ୟ ଓ ଆବଶ୍ୟକୀୟ ଜିନିଷ ନାହିଁ । ଏହାକୁ ଦୃଷ୍ଟିରେ ରଖି ଯୁବକଙ୍କ ଏକ ସଂଗଠନ ପ୍ରଥମେ ବାରାଣାସୀ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ନିବେଦନ କରିଥିଲା। ଯେତେବେଳେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିଲା, ଯୁବକମାନେ ଟ୍ୱିଟର ମାଧ୍ୟମରେ ସୋନୁ ସୁଦଙ୍କ ସହ ଯୋଗାଯୋଗ କରି ନାବିକମାନଙ୍କ ସମସ୍ୟା ବିଷୟରେ କହିଥିଲେ । ଏହା ପରେ ସୋନୁ ତୁରନ୍ତ ଏହି ଟ୍ବିଟର ଜବାବ ଦେଇଥିଲେ ଏବଂ 5 ଘଣ୍ଟା ମଧ୍ୟରେ ବାରାଣାସୀର ନାବିକମାନଙ୍କୁ 350 ରାସନ କିଟ ପଠାଇଥିଲେ । ପରେ ରାସନ କିଟ ନାବିକ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ।

ଟ୍ବିଟରରେ ସୋନୁ ସୁଦଙ୍କ ସହାୟତା ଲୋଡିଥିବା ଯୁବକ ଦିବ୍ୟାଂଶୁ କହିଛନ୍ତି, "ଯେତେବେଳେ ଏହି ନାବିକ ପରିବାର ପାଇଁ ଜିଲ୍ଲା ପ୍ରଶାସନ ସହାୟତା ପାଇନଥିଲା, ସେତେବେଳେ ଆମେ ଅଭିନେତା ସୋନୁ ସୁଦ ଜୀଙ୍କୁ ଟ୍ୱିଟ କରିଥିଲୁ। 5 ଘଣ୍ଟା ମଧ୍ୟରେ 350 ରାସନ କିଟ ପଠାଇଥିଲେ । ବର୍ତ୍ତମାନ ଆମେ ଏହାକୁ ସମସ୍ତ ନାବିକଙ୍କ ପରିବାର ମଧ୍ୟରେ ବଣ୍ଟନ କରୁଛୁ । ଏହି ଗରିବ ପରିବାରକୁ ସାହାଯ୍ୟ କରିଥିବାରୁ ସୋନୁ ସୁଦ ଜୀଙ୍କୁ ମୋର ହୃଦୟରୁ ଧନ୍ୟବାଦ"। ଏଥି ସହିତ, ଅଭିନେତାଙ୍କ ସାହାଯ୍ୟ ପାଇବା ପରେ କାଶୀର ନାବିକ ପରିବାର ମଧ୍ୟ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି, କାରଣ ଆଜି ଅନେକ ଭୋକିଲା ପରିବାର ସେମାନଙ୍କ ଯୋଗୁଁ ପର୍ଯ୍ୟାପ୍ତ ଖାଦ୍ୟ ପାଇଛନ୍ତି। ବାରାଣାସୀର ନାବିକ ପରିବାରଙ୍କ ପାଇଁ ସୋନୁ ସୁଦ ଜଣେ ଦେବଦୂତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.