ହାଇଦ୍ରାବାଦ: ପତ୍ନୀଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ମଧୁପ୍ରକାଶ ଗିରଫ ହୋଇଛନ୍ତି । ମଧୁପ୍ରକାଶଙ୍କ ନାମରେ ତାଙ୍କ ଶ୍ବଶୁର ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ପ୍ରକାଶ କରିଛ। ତାଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଛି ।
ଗତ ମଙ୍ଗଳବାର ଦିନ ଅଭିନେତା ମଧୁପ୍ରକାଶଙ୍କ ପତ୍ନୀ ଭାରତୀ ଆତ୍ମହତ୍ୟା କରିଥିଲେ । ମଧୁପ୍ରକାଶ ସନ୍ଧ୍ୟାରେ ଘରକୁ ଫେରିଲା ପରେ ତାଙ୍କ ପତ୍ନୀ ଫ୍ୟାନରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଥିବା କୁହାଯାଉଛି । ଗତ 2015 ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ଉଲ୍ଲେଖଯୋଗ୍ୟ, ମଧୁପ୍ରକାଶ ବାହୁବଳୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।