ETV Bharat / bharat

ହରିୟାଣା କୋରୋନା ଅପଡେଟ: 221 ପଜିଟିଭ, 86 ସୁସ୍ଥ

ହରିୟାଣାରେ ଏବେ 135ଟି କୋରୋନା ପଜିଟିଭ ମାମଲା ସକ୍ରିୟ ରହିଛି । ବାକି 86 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସରକାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 17, 2020, 10:59 PM IST

ହରିୟାଣା କୋରୋନା ଅପଡେଟ: 221 ପଜିଟିଭ, 86 ସୁସ୍ଥ
ହରିୟାଣା କୋରୋନା ଅପଡେଟ: 221 ପଜିଟିଭ, 86 ସୁସ୍ଥ

ଚଣ୍ଡୀଗଡ: ହରିୟାଣାରେ ଏବେ ସୁଦ୍ଧା 221ଟି କୋରୋନା ପଜିଟିଭ ସାମନାକୁ ଆସିଛି । ଏଥିରୁ 86 ଜଣ ସୁସ୍ଥ ହୋଇଛନ୍ତି । ଶୁକ୍ରବାର ଏବେ ପର୍ଯ୍ୟନ୍ତ 7ଟି ମାମଲା ସ୍ପଷ୍ଟ ହୋଇଛି । ଗୁରୁବାର ଏହା 214 ଥିବାବେଳେ 24 ଘଣ୍ଟାରେ 221 ଛୁଇଁଛି ।

ଗୁରୁବାର 11 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲା । ପଞ୍ଚକୁଲାରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିଲା । ତେବେ ପ୍ରଥମେ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲା ସେଥିରେ କିଛି ମାତ୍ରାରେ ରୋକ ଲଗାଇଛନ୍ତି ସରକାର । ଏବେ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 14 ଜଣ ଇଟାଲୀ ନାଗରିକ ଥିବା ସୂଚନା ରହିଛି ।

ସେହିପରି ରାଜ୍ୟରେ ଏବେ 135ଟି କେସ ସକ୍ରିୟ ରହିଛି । ବାକି 86 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସରକାର ସୂଚନା ଦେଇଛନ୍ତି । ଏହାସହ 3 ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.