ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଏହାରି ମଧ୍ୟରେ ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷ ତଳକୁ ଖସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟ୍ବିଟରେ କହିଛନ୍ତି, ଭାରତ ଏକ ଅଦ୍ଭୁତପୂର୍ବକ ସଫଳତା ପାଇଛି । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷରୁ ତଳକୁ ଖସିଛି ।
ଅନ୍ୟ ଏକ ଟ୍ବିଟରେ ମନ୍ତ୍ରଣାଳୟ କହିଛି ଯେ, ଏହି ମହତ୍ବପୂର୍ଣ ସଫଳତା କେନ୍ଦ୍ର-ନେତୃତ୍ୱାଧୀନ ଟାର୍ଗେଟ ରଣନୀତିର ଫଳାଫଳ । ଯାହା ଦେଶରେ କୋରୋନା ସୁସ୍ଥହାର ବୃଦ୍ଧି କରିବା ସହ କ୍ରମାଗତ ଭାବରେ କୋରୋନା ମୃତ୍ୟୁହାରରେ ହ୍ରାସ ଆଣିଛି ।