ETV Bharat / bharat

ଏବେ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ - Kashmir Valley

ଆତଙ୍କବାଦୀଙ୍କ ସମର୍ଥକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦ ସପକ୍ଷରେ ଲୋକଙ୍କୁ ଉସୁକାଉଥିବା ବିଚ୍ଛିନ୍ନତାବାଦୀ କିମ୍ବା ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରିବାକୁ ସୁରକ୍ଷାକର୍ମୀଙ୍କୁ ଗୃହମନ୍ତ୍ରାଳୟ ପକ୍ଷରୁ ଆଦେଶ ଦିଆଯାଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 2, 2019, 3:51 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ, କଟ୍ଟରପନ୍ଥୀ, ବିଚ୍ଛିନତାବାଦୀ ବିରୋଧରେ ବିଭିନ୍ନ ସ୍ଥରରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହାସହ ଆତଙ୍କବାଦୀଙ୍କ ସମର୍ଥକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁରକ୍ଷା ଏଜେନ୍ସିଙ୍କ ସହ ଜଡିତ ଏକ ଅଧିକାରୀ କହିଛନ୍ତି ଯେ ଆମେ ଆତଙ୍କବାଦୀଙ୍କୁ ନିପାତ କରିବା ଅଭିଯାନ ଜାରି ରଖିଛୁ। ଏବେ ତାଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏକ ସୂତ୍ରରୁ ଜଣାପଡିଛି ଯେ ସାଉଦି ଆରବ ଏବଂ ପାକିସ୍ତାନରୁ ବିଭିନ୍ନ ମାଧ୍ୟମ ଜରିଆରେ ଲଗାତାର ଭାବେ ଆତଙ୍କବାଦୀଙ୍କ ପାଇଁ ଟଙ୍କା ପଠାଯାଉଛି।

ଆତଙ୍କବାଦ ସପକ୍ଷରେ ଲୋକଙ୍କୁ ଉସୁକାଉଥିବା ବିଚ୍ଛିନ୍ନତାବାଦୀ କିମ୍ବା ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରିବାକୁ ସୁରକ୍ଷାକର୍ମୀଙ୍କୁ ଗୃହମନ୍ତ୍ରାଳୟ ପକ୍ଷରୁ ଆଦେଶ ଦିଆଯାଇଛି । ପୁଲୱାମା ଆକ୍ରମଣରେ ଯାଞ୍ଚ କରୁଥିବା ଏନଆଇଏକୁ ପ୍ରମାଣ ମିଳିଛି ଯେ କିଛି ନେତାଙ୍କର ପାକିସ୍ତାନ ସହ ସମ୍ପର୍କ ରହିଛି । ସେହିପରି କଟରପନ୍ଥୀଙ୍କର ମଧ୍ୟ ସୀମାରେ ଥିବା ପାକ ସହ ସମ୍ପର୍କ ରହିଛି । ଏସମସ୍ତଙ୍କୁ ଆଖି ଆଗରେ ଏନଆଇଏ ନିଜର ଯାଞ୍ଚକୁ କଡାକଡି କରିଦେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.