ETV Bharat / bharat

କମ୍ପାନୀ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀ - visakhapatnam gastragedy

ବିଶାଖାପାଟନାମ ଗ୍ୟାସ ଲିକ ଘଟଣାରେ ଏଲଜି ପଲିମର କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଦାୟୀ । କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନ୍ଧ୍ରପ୍ରଦେଶ ସରକାରର ଶିଳ୍ପମନ୍ତ୍ରୀ ଏମଜି ରେଡ୍ଡୀ କହିଛନ୍ତି ।ଅଧିକ ପଢନ୍ତୁ...

action-against-company-responsible-for-visakhapatnam-mishap-andhra-pradesh-industries-minister
କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ: ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀ
author img

By

Published : May 7, 2020, 4:12 PM IST

ବିଶାଖାପାଟନାମ: ଆନ୍ଧ୍ରପ୍ରଦେଶର ଏକ ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ବିଶାଖାପାଟନାମ ଗ୍ୟାସ ଲିକ ଘଟଣାରେ ଏଲଜି ପଲିମର କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଦାୟୀ । କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନ୍ଧ୍ରପ୍ରଦେଶ ସରକାରର ଶିଳ୍ପମନ୍ତ୍ରୀ ଏମଜି ରେଡ୍ଡୀ କହିଛନ୍ତି ।

ବିଶାଖାପାଟନାମ ଗ୍ୟାସ୍ ଲିକ୍ ଘଟଣାକୁ ନେଇ ଶିଳ୍ପମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିଛନ୍ତି । କମ୍ଫାନୀରେ ପ୍ରୋଟୋକଲ୍ ଅନୁସରଣ କରାଯାଇଥିଲା କି ନାହିଁ ଗ୍ୟାସ୍ ଲିକ୍ କିପରି ଘଟିଲା, ସେନେଇ ଏଲଜି ପଲିମର ଇଣ୍ଡଷ୍ଟ୍ରିର ପରିଚାଳନା କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ପାଇଁ ପଡିବ । ଯଦି ନିୟମ ଉଲ୍ଲଂଘନ କରାଯାଇଥିବ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି |

ସୂଚନାଥାଉକି ଆଜି ସକାଳେ ବିଶାଖାପାଟନମର ଆରଏସ ଭେଙ୍କଟାପୁରାମ ଗ୍ରାମରେ ଏଲଜି ପଲିମର ପ୍ଲାଣ୍ଟରୁ ଷ୍ଟାୟରିନ ଗ୍ୟାସ ଲିକ ହେବାରୁ ଜଣେ ଶିଶୁଙ୍କ ସମେତ 10 ଜଣଙ୍କର ମୃତ୍ୟୁ ଘଟିଛି । ଏହି ବିଷାକ୍ତ ଗ୍ୟାସରୁ ପ୍ରାୟ 1000 ଲୋକ ଅସୁସ୍ଥ ହୋଇଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଦିନ 11 ଟାରେ ଏହି ଘଟଣା ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସମସ୍ତ ପ୍ରକାରର ସହାୟତା ପାଇଁ ଯୋଗାଇଦେବା ପାଇଁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.