ETV Bharat / bharat

କଂଗ୍ରେସ ସହ ସିନ୍ଧିଆଙ୍କ ସମ୍ପର୍କ ଛିନ୍ନ , ପ୍ରଜ୍ଞା କହିଲେ ଆ ଗୟା ଆଚ୍ଛେଦିନ

ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାକୁ ଭୋପାଲ ସାଂସଦ ପ୍ରଜ୍ଞାସିଂ ଠାକୁର ଆଚ୍ଛେଦିନ ଆ ଗୟା ବୋଲି କହିଛନ୍ତି । ସିନ୍ଧିଆଙ୍କ ଯୋଗଦାନ ସମ୍ଫର୍କରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ସମସ୍ତ ଘଟଣା ଦଳୀୟ ସଭାରେ ନିର୍ଣ୍ଣୟ ହେବ ଏବଂ ବର୍ତ୍ତମାନ ଆସିଯାଇଛି ଆଛେଦିନ । ଅଧିକ ପଢନ୍ତୁ..

achche-din-aa-gaye-pragya-thakur-on-scindias-likelihood-of-joining-bjp
ଆଚ୍ଛେଦିନ ଆ ଗୟା : ସିନ୍ଧିଆ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି ପ୍ରଜ୍ଞା ଠାକୁର
author img

By

Published : Mar 11, 2020, 3:13 AM IST

ଭୋପାଲ: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ 22 ଜଣ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିବାର ସମ୍ଭାବନା ରହିଛି । ଏହାକୁ ବିଜେପି ନେତ୍ରୀ ତଥା ଭୋପାଲ ସାଂସଦ ପ୍ରଜ୍ଞାସିଂ ଠାକୁର ଆଚ୍ଛେଦିନ ଆ ଗୟା ବୋଲି କହିଛନ୍ତି । ସିନ୍ଧିଆଙ୍କ ଯୋଗଦାନ ସମ୍ଫର୍କରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ସମସ୍ତ ଘଟଣା ଦଳୀୟ ସଭାରେ ନିର୍ଣ୍ଣୟ ହେବ ଏବଂ ବର୍ତ୍ତମାନ ଭଲ ଦିନ ଆସିଗଲା ବୋଲି ସେ କହିଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଦୀର୍ଘ 18 ବର୍ଷ ହେଲା ରହିଥିଲେ । ସେ ଦଳରୁ ଇସ୍ତଫା ଦେଇ ଏହା ପରିବର୍ତ୍ତନର ସମୟ ଏବଂ ନୂଆ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି । ଦୀର୍ଘଦିନ ହେଲା କଂଗ୍ରେସ ଦଳରେ ରହି ଆଗଧାଡିର ନେତା ଭାବରେ ଜ୍ୟୋତିରାଦିତ୍ୟ ପରିଚିତ ଥିଲେ । ଏହା ସହ ନିଜ ସପକ୍ଷରେ ଥିବା 22 ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ଦ୍ବାରା ମଧ୍ୟପ୍ରଦେଶରେ ଥିବା କମଲନାଥ ସରକାର ଭାଙ୍ଗିଯିବା ଏକପ୍ରକାର ସ୍ପଷ୍ଟ ।

ଗତ ବିଧାନସଭା ନିର୍ବାଚନ ପରେ ମଧ୍ୟପ୍ରଦେଶ କଂଗ୍ରେସରେ କମଲନାଥ, ଦିଗବିଜୟ ସଂ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା । କଂଗ୍ରେସ ଦଳର ସମର୍ଥକ ଓ ଯୁବ ନେତୃତ୍ବ ଦଳର ବରିଷ୍ଠ ନେତୃତ୍ବଙ୍କ ପାଖରେ ଅଯୋଗ୍ୟ ମଣୁଥିଲେ । ସୂଚନାଥାଉକି ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.