ETV Bharat / bharat

ଦେଶର ଅଷ୍ଟମ ପ୍ରତିପତ୍ତିଶାଳୀ ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ - uttarakhand

ଦେଶର ସବୁଠୁ ବଡ ସିଇଓ ଭାବେ ପରିଚିତ ହେବେ ଆଚାର୍ଯ୍ୟ ବାଲକୃଷ୍ଣ । ପ୍ରତ୍ୟେକ ବର୍ଷ ଉଦ୍ୟୋଗୀପତି ଓ ଲୋକଙ୍କ ସମ୍ପତ୍ତିର ସର୍ଭେ କରୁଥିବା ସବୁଠୁ ବଡ ସଂସ୍ଥା ହାରୁନ ରିଚଙ୍କ କହିବାନୂଯାୟୀ, ଆଚାର୍ଯ୍ୟ ବାଲକୃଷ୍ଣ ଦେଶର ସବୁଠୁ ଟପ 10 ସିଇଓଙ୍କ ତାଲିକାରେ 8ମ ସ୍ଥାନରେ ଅଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 25, 2019, 2:37 PM IST

ଡେରାଡୁନ: ଯୋଗ ଗୁରୁ ରାମଦେବ ବାବାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ନେଇ ଏବେ ଦେଶର ବଡ ବଡ ଉଦ୍ୟୋଗୀପତି ମାନେ ଚିନ୍ତିତ ଅଛନ୍ତି । ସେ ଅମ୍ବାନୀ ହୁଅନ୍ତୁ କିମ୍ବା ରତନ ଟାଟା ଯେଉଁଭଳି ଭାବେ ଆଚାର୍ଯ୍ୟ ବାଲକୃଷ୍ଣ ଦେଶର ବଡ ଉଦ୍ୟୋଗୀପତିଙ୍କ ତାଲିକାରେ ନିଜର ନାଁ ସାମିଲ କରୁଛନ୍ତି କେହି ହେଲେବି ଏହି କଥାକୁ ଏଡାଇପାରିବେନିଯେ, ଆଗାମୀ ଦିନରେ ବାଲକୃଷ୍ଣ ଦେଶର ସବୁଠୁ ବଡ ସିଇଓ ଭାବେ ବାହାରିବେ। ପ୍ରତ୍ୟେକ ବର୍ଷ ଉଦ୍ୟୋଗୀପତି ଓ ଲୋକଙ୍କ ସମ୍ପତ୍ତିର ସର୍ଭେ କରୁଥିବା ସବୁଠୁ ବଡ ସଂସ୍ଥା ହାରୁନ ରିଚଙ୍କ କହିବାନୂଯାୟୀ, ଆଚାର୍ଯ୍ୟ ବାଲକୃଷ୍ଣ ଦେଶର ସବୁଠୁ ଟପ 10 ସିଇଓଙ୍କ ତାଲିକାରେ 8ମ ସ୍ଥାନରେ ଅଛନ୍ତି ।

ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଆଚାର୍ଯ୍ୟ ବାଲକୃଷ୍ଣ

ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଆଚାର୍ଯ୍ୟ ବାଲକୃଷ୍ଣ । 5 ଭାଇ ଭଉଣୀଙ୍କ ମଧ୍ୟରେ ବାଲକୃଷ୍ଣଙ୍କର ଚାରି ଭାଇ ଆଜିବି ନେପାଳରେ ସାମାନ୍ୟ ଜୀବନ ବଞ୍ଚୁଛନ୍ତି । ନେପାଳରେ ଜନ୍ମ ହୋଇ ଗୁରୁକୁଳ ଆଶ୍ରମରେ ନିଜର ଶିକ୍ଷା ଦିକ୍ଷା ଗ୍ରହଣ କରିଥିଲେ । ଏହାପରେ ଯୋଗ ଓ ଆୟୁର୍ବେଦରେ ନିଜର ଉପଲବ୍ଧି ହାସଲ କରିଥିଲେ । ଏହପରେ 2000ରେ ଯୋଗ ଗୁରୁ ବାବା ରାମଦେବଙ୍କ ପାଖକୁ ଆସିଥିଲେ । ରାମଦେବ ତାଙ୍କ ସହ ମିଶି ପତଞ୍ଜଳୀ ଯୋଗପୀଠ ଓ ଅନ୍ୟ ସଂସ୍ଥା ଗୁଡିକ ସ୍ଖାପନ କରିଥିଲେ । ଏହାପରଠାରୁ ସେ ଧୀରେ ଧୀରେ ଆଗକୁ ବଢିଥିଲେ ଆଉ ଆଜିର ସମୟରେ ପତଞ୍ଜଳୀ କେବଳ ଦେଶରେ ନୁହେଁ ବିଶ୍ବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛି ।

ଜମି ବାଡିରେ ଜାରି ରଖିଛନ୍ତି କାମ

ଆଜିପର୍ଯ୍ୟନ୍ତ ବାଲକୃଷ୍ଣଙ୍କ ଜୀବନରେ ବେଶି କିଛି ପରିବର୍ତ୍ତନ ହୋଇନି । ଏବେବି ସେ ଧୋତି କୁର୍ତ୍ତା ପିନ୍ଧୁଛନ୍ତି ଆଉ ସାଧାରଣ ଜୀବନଯାପନ କରୁଛନ୍ତି । ସେ ଆଜିବି ପତଞ୍ଜଳୀ ଯୋଗପୀଠର କ୍ଷେତରେ କାମ କରୁଛନ୍ତି । ଏହାବ୍ୟତୀତ ଜଙ୍ଗଲରେ ବୁଲି ବୁଲି ଜଡିବୁଟି ସଂଗ୍ରହ କରି ସେଥିରୁ ଅନେକ ସାମଗ୍ରୀ ତିଆରି କରୁଛନ୍ତି ।

କାମ ନକଲେ ମିଳିବନି ସଫଳତା

ଆଚାର୍ଯ୍ୟ ବାଲକୃଷ୍ଣ କୁହନ୍ତି ଯେବେ ମୁଁ ଆଖପାଖ ଗାଁକୁ ଯାଏ ତେବେ ଲୋକେ ମତେ ପଚାରନ୍ତି ଆପଣ ଏହି ଜଙ୍ଗଲ ଆଉ କ୍ଷେତବାଡିରେ କ'ଣ କରୁଛନ୍ତି । ଆପଣଙ୍କ ପାଖରେ ତ ଆଇଆଇଟି, ଆଇଆଇଏମ ଓ ଅନ୍ୟ ବଡ ବଡ ଶିକ୍ଷା ସଂସ୍ଥାନରୁ ପାଢପଢି ଆସିଥିବା ଛାତ୍ରମାନେ କାମ କରୁଛନ୍ତି । ସେହିସମୟରେ ମୁଁ କୁହେ 'ଯେତବେଳ ପର୍ଯ୍ୟନ୍ତ ମଣିଷ ନିଜେ କାମ ନକରିଛି ସେତବେଳ ପର୍ଯ୍ୟନ୍ତ ସେ ସଫଳତାର ସ୍ବାଦ ଚାଖିବନି' ।

ବିଦେଶୀ କମ୍ପାନୀଙ୍କ ଠାରୁ ଦେଶବାସୀଙ୍କ ବଞ୍ଚାଇବା ଲକ୍ଷ୍ୟ

ସେ ଆହୁରି କହିଛନ୍ତି ଲୋକଙ୍କୁ ଭଲ ଖାଦ୍ୟ ମିଳୁ, ସେମାନେ ସୁସ୍ଥ ରୁହନ୍ତୁ ଓ ଦେଶବାସୀଙ୍କୁ ଯେପରି କୌଣସି ଅସୁବିଧା ନହେଉ ସେବିଷୟରେ ମୁ ସର୍ବାଦା ଚିନ୍ତିତ । ଆଜି ପତଞ୍ଜଳୀ ବିଶ୍ବର ଯେଉଁଠି ପହଞ୍ଚିଛି ତାହା ନିହାତୀ ଆବଶ୍ୟକ ଥିଲା । କାରଣ ବିଦେଶୀ କମ୍ପାନୀ ମାନେ ଯେଉଁଭଳି ଭାବେ ଦେଶବାସୀଙ୍କୁ ଲୁଟୁଛନ୍ତି ଏହାକୁ ଆଖି ଆଗରେ ରଖି ପତଞ୍ଜଳୀ ସ୍ଥାପନା କରାଯାଇଛି ।

କିଛି ଦିନ ହେବ ପତଞ୍ଜଳୀ ସିଇଓଙ୍କ ସ୍ବାସ୍ଥାବସ୍ଥା ଖରାପ ରହିଥିଲା । ଏନେଇ ତାଙ୍କୁ ଋଷିକେଶ ସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା । ତେବେ ଫୁଡ ପଏଜନିଙ୍ଗ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା ଏମସ ନିର୍ଦ୍ଦେଶକ ଡାକ୍ତର ରବିକାନ୍ତ କହିଛନ୍ତି । ଯେତବେଳେ ସେ ଭର୍ତ୍ତି ହୋଇଥିଲେ ତାଙ୍କ ଅବସ୍ଥା ବହୁତ ଗମ୍ଭୀର ଥିଲା । ଏବେ ସେ ସୁସ୍ଥ ହେବାରୁ ତାଙ୍କୁ ଡିସଚାର୍ଜ କରାଯାଥିଲା । ଆଚାର୍ଯ୍ୟ ଏବେ ହରିଦ୍ବାରରେ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.