ETV Bharat / bharat

ଆକାଶ ଛୁଆଁ ଦାମ ସହ ଆସୁଛି ଆସେର ଇଣ୍ଡିଆର ନୂଆ ଗେମିଂ ଲାପଟପ୍‌ - ଗେମିଂ ଲାପଟପ

ଭାରତୀୟ ବଜାରରେ ଏଣ୍ଟି ନେବାକୁ ଯାଉଛି ଆସେର ଇଣ୍ଡିଆର ନୂଆ ଗେମିଂ ଲାପଟପ । ଏନେଇ ଗୁରୁବାର ବିଦ୍ଧିବଦ୍ଧ ଭାବେ କମ୍ପାନୀ ଘୋଷଣା କରିଛି ।

acer's new gaming laptop, gaming laptop, latest technology news, ଆସେରର ଗେମିଂ ଲାପଟପ, ଗେମିଂ ଲାପଟପ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆକାଶ ଛୁଆଁ ଦାମ ସହ ଆସୁଛି ଆସେର ଇଣ୍ଡିଆର ନୂଆ ଗେମିଂ ଲାପଟପ୍‌
author img

By

Published : Jun 12, 2020, 7:22 AM IST

ହାଇଦ୍ରାବାଦ: ଭାରତୀୟ ବଜାରରେ ଏଣ୍ଟ୍ରି ନେବାକୁ ଯାଉଛି ଆସେର ଇଣ୍ଡିଆର ନୂଆ ଗେମିଂ ଲାପଟପ । ଏନେଇ ଗୁରୁବାର ବିଧିବଦ୍ଧ ଭାବେ କମ୍ପାନୀ ଘୋଷଣା କରିଛି । ତେବେ ଏହି ଲାପଟପର ଆଶ୍ଚର୍ଯ୍ୟକର କଥା ହେଉଛି କି ଭାରତୀୟ ବଜାରରେ ଏହାର ପ୍ରାରମ୍ଭିତ ମୂଲ୍ୟ 72,990 ରହିବ । ଯାହା ଦାମ ଓ ଫିଚର ତୁଳନାରେ ଅନ୍ୟ ଲାପଟପଙ୍କୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି ।

ଏହି ଲାପଟପରେ 10ମ ଜେନେରେସନ ଇଣ୍ଟେଲ କୋର ପ୍ରୋସେସର ରହିବ । ଏଥିସହ ଏହାର ନାମ ରହିବ ନାଇଟ୍ରୋ 5 ଗେମିଂ ଲାପଟପ । ଏଥିରେ 144Hz ରିଫ୍ରେସ ରେଟଯୁକ୍ତ ନୂଆ ଧରଣର ଡିସପ୍ଲେ ରହିବ ବୋଲି କମ୍ପାନୀ ସୂଚନା ଦେଇଛି । ଯାହା ଗେମରଙ୍କୁ ଏକ ନୂଆ ଅନୁଭବ ଯୋଗାଇବ ।

ତେବେ ଲାପଟପରେ ଫୁଲ ଏଚଡି ଆଇପିଏସ ଡିସପ୍ଲେ ସହ 17.3 ଇଞ୍ଚ ନ୍ୟାରୋ ବେଜେଲ ଡିସପ୍ଲେ କିମ୍ବା 15.6 ଇଞ୍ଚ 80 ପ୍ରତିଶତ ସ୍କ୍ରିନ-ଟୁ-ବଡି ଅନୁପାତରେ ଡିସପ୍ଲେ ଉପଲବ୍ଧ ରହିବ । ଏଥିରେ କନେକ୍ଟିଭିଟି ପାଇଁ ଏଚଡିଏମଆଇ 2.0, ୟୁଏସବି ଟାଇପ ସି 3.2 ଜେନ 2 ଓ ଅନେକ ବହୁତ କିଛି ରହିବ । ଏହା ସମସ୍ତ ଇକମର୍ସ ୱେବସାଇଟରେ ଉପଲବ୍ଧ ହେବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.