ETV Bharat / bharat

ଅପରାଧୀର ଧମକରେ ଛାନିଆ ପୋଲିସ, ପାଖରେ ସିଲିଣ୍ଡର ହାତରେ ଦିଆସିଲି

author img

By

Published : Aug 28, 2020, 10:40 PM IST

ଦଣ୍ଡରୁ ବଞ୍ଚିବା ପାଇଁ ଅପରାଧୀଙ୍କ ନୂଆ ଚାଲ । ଗିରଫରୁ ବଞ୍ଚିବା ପାଇଁ ପରିବାର ସହ ଆତ୍ମହତ୍ୟା କରିବାକୁ ଧମକ ଦେଲେ ଅଭିଯୁକ୍ତ ।

ଗିରଫରୁ ବଞ୍ଚିବା ପାଇଁ  ସପରିବାର ଆତ୍ମହତ୍ୟା ଧମକ ଦେଲେ ଅଭିଯୁକ୍ତ

ଚେନ୍ନାଇ: ଦଣ୍ଡରୁ ବଞ୍ଚିବା ପାଇଁ ଅପରାଧୀଙ୍କ ନୂଆ ଚାଲ । ଗିରଫ କଲେ ପରିବାର ସହ ଆତ୍ମହତ୍ୟା କରିବାକୁ ଧମକ । ଗ୍ୟାସ ସିଲିଣ୍ଡର ଖୋଲି ହାତରେ ଦିଆସିଲି ଧରି ପୋଲିସକୁ ଧମକ ଦେଲେ ଅଭିଯୁକ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କନ୍ୟାକୁମାରୀରେ ।

ଅପରାଧୀର ଧମକରେ ଛାନିଆ ପୋଲିସ, ପାଖରେ ସିଲିଣ୍ଡର ହାତରେ ମାଚିସ

କନ୍ୟାକୁମାରୀର ସୁଚିନ୍ଦ୍ରାମର ବାସିନ୍ଦା ଆନ୍ଥୋନୀ ତାଙ୍କର ଦୁଇ ପତ୍ନୀଙ୍କ ସହ ରୁହନ୍ତି। ବିଦେଶୀ ଏୟାର ହୋଷ୍ଟେସଙ୍କ ବିରୋଧରେ ଯୌନ ଶୋଷଣ ସମେତ ତାଙ୍କ ବିରୋଧରେ ଅନେକ ପୋଲିସ ଷ୍ଟେସନରେ 25 ଟି ମାମଲା ରହିଛି। ତେବେ ଆନ୍ଥୋନୀଙ୍କ ଦ୍ବାରା ସମଗ୍ର ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ସ୍ବତନ୍ତ୍ର ଶାଖା ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଆନ୍ଥୋନୀକୁ ଗିରଫ କରିବାରୁ ତା ଘରେ ପହଞ୍ଚିଥିଲା । ଏହା ଦେଖି ସେ ହଠାତ ପରିବାର ସହିତ ନିଜକୁ ଘରେ ବନ୍ଦ କରିବା ସହ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା। ସେପଟେ ଉତ୍ତେଜନା ହ୍ରାସ କରିବା ପାଇଁ ପୋଲିସ ତାଙ୍କୁ ଗିରଫ ନକରି ଫେରିଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଯଦି ପ୍ରତ୍ୟେକ ଅପରାଧୀ ଏହିପରି ଆତ୍ମହତ୍ୟା କରନ୍ତି ତେବେ କିପରି ଗିରଫ କରାଯିବ । ଆଉ ଯଦି ପୋଲିସ ଆକ୍ରମଣାତ୍ମକ କାର୍ଯ୍ୟ କରେ, ତେବେ ସେମାନେ ପୋଲିସକୁ ଖରାପ କୁହନ୍ତି ବୋଲି ପୋଲିସକର୍ମୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.