ETV Bharat / bharat

ଖସି ପଳାଉଥିଲେ କୋରୋନା ଆକ୍ରାନ୍ତ କଏଦୀ, କାବୁ କଲା ପୋଲିସ - କୋରୋନା

ଚୋରି ମାମଲାରେ ଗିରଫ ହୋଇଥିବା 2 ଅଭିଯୁକ୍ତ କୋରୋନା ସଂକ୍ରମିତ ହୋଇ କ୍ବାରେଣ୍ଟିନ ସେଣ୍ଟରରେ ରହିଥିଲେ । ସେଠାରୁ ଝରକା ଭାଙ୍ଗି ଖସି ପଳାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି ।

Corona positive
ଖସି ପଳାଉଥିଲେ କୋରୋନା ଆକ୍ରାନ୍ତ ଚୋର
author img

By

Published : Jun 3, 2020, 5:07 PM IST

ଜୟପୁର: ଫେରାର ଥିବା କୋରୋନା ଆକ୍ରାନ୍ତ ଅଭିଯୁକ୍ତଙ୍କୁ ଧରିଲା ଚିତ୍ତୌରଗଡ ପୋଲିସ । ଚୋରି ମାମଲାରେ ଗିରଫ ହୋଇଥିବା 2 ଅଭିଯୁକ୍ତ କୋରୋନା ସଂକ୍ରମିତ ହୋଇ କ୍ବାରେଣ୍ଟିନ ସେଣ୍ଟରରେ ରହିଥିଲେ । ସେଠାରୁ ଝରକା ଭାଙ୍ଗି ଖସି ପଳାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି ।

ଖସି ପଳାଉଥିଲେ କୋରୋନା ଆକ୍ରାନ୍ତ ଚୋର

ସୂଚନା ଅନୁଯାୟୀ, କୋତୱାଲି ପୋଲିସ ଏବଂ ସ୍ୱତନ୍ତ୍ର ଶାଖା ଟିମ୍ ଦୁଇ ଚକିଆ ଯାନ ଚୋରି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା ।

ଏହି ଖବର ଜଣାପଡିବା ପରେ ସେମାନଙ୍କୁ ଚିତ୍ତୌରଗଡର ଶ୍ରୀ ସାଂବଲିଆଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସମ୍ପର୍କରେ ଆସିଥିବା 59 ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟିନରେ ରଖାଯାଇଥିଲା । କିନ୍ତୁ ଗତ ମଙ୍ଗଳବାର ରାତି ପ୍ରାୟ 11 ଟା ସମୟରେ ଡାକ୍ତରଖାନା ୱାର୍ଡର ଝରକା ଭାଙ୍ଗି ଦୁଇ ଅଭିଯୁକ୍ତ ଖସି ପଳାଇଥିଲେ।

ଏହାପରେ ୱାର୍ଡର ନର୍ସିଂ କର୍ମଚାରୀମାନେ ଏ ବିଷୟରେ ଡାକ୍ତରମାନଙ୍କୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ପୋଲିସ ଓ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ସହରଠାରୁ ପ୍ରାୟ 5 କିଲୋମିଟର ଦୂରରେ ଥିବା ସେମାଲିଆ ଗ୍ରାମରେ ପୋଲିସ ସେମାନଙ୍କୁ କାବୁ କରିଥିଲା ।

ଉଭୟ ଅଭିଯୁକ୍ତଙ୍କୁ ଆଣିବାକୁ ଆମ୍ବୁଲାନ୍ସ ପଠାଯାଇଥିଲା। ପିପିଇ କିଟ୍ ପିନ୍ଧି ଘଟଣାସ୍ଥଳରେ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚିଥିଲେ। ଉଭୟଙ୍କୁ ସତର୍କତାର ସହିତ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.