ETV Bharat / bharat

ଲାଗିବ ଡପଲର ରାଡାର, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବେ ଉତ୍ତରାଖଣ୍ଡବାସୀ

ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଅସ୍ତବ୍ୟସ୍ତ ଜନଜୀବନ । ଏଣିକି ଏଭଳି ଆସନ୍ନ ବିପଦରୁ ସେଠାକାର ଲୋକଙ୍କୁ ରକ୍ଷା କରିବ ଡପଲର ରାଡାର ।

author img

By

Published : Aug 14, 2019, 10:51 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ମୌସୁମୀ ଆସିବା ପରଠାରୁ ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ହୋଇଥିବା ବର୍ଷାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 25ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହାସହିତ ସେଠାରେ ହେଉଥିବା ଭୁସ୍ଖଳନରେ ଅନେକ ଘର ମଧ୍ୟ ଭାଙ୍ଗିଯାଇଥିବା ବେଳେ ଅନେକ ଭାସିଯାଇଛି । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମି ରହିବାରୁ ପରିବହନ ବାଧାପ୍ରାପ୍ତ ହୋଇଛି।

ଉତ୍ତରାଖଣ୍ଡରେ ଭୌଗୋଳିକ ଅବସ୍ଥିତି ଏପରି ଯେ, ସେଠାରେ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ସାଧାରଣ କଥା । ଏଥିରୁ ରକ୍ଷା ପାଇବା ପାଇଁ କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଏ ସମ୍ପର୍କିତ ପ୍ରାକ ସୂଚନା ପାଇବା ପାଇଁ ଡପଲର ରାଡାର ଲଗାଇବାକୁ ବିଚାର କରିଛନ୍ତି ଉତ୍ତରାଖଣ୍ଡ ସରକାର।

ପ୍ରଥମ ଥର 2013ରେ କେଦାରନାଥ ଠାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ ଡପଲର ରାଡାର ଲଗାଇବା ପାଇଁ ଦାବି ହୋଇଥିଲା । ଯଦି ପାଣିପାଗ ବିଭାଗ ବିପର୍ଯ୍ୟୟ ବିଷୟରେ ସଠିକ ପୂର୍ବାନୁମାନ କରିପାରିନଥିଲା । ଯାହା ଫଳ ସ୍ବରୂପ ସେଠାରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା।

ଡପଲର ରାଡାର କଣ

ଡପଲର ରୀଡାର ଏକ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ । ଯାହା 400 କିମି ଭିତରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥାଏ । ଏହା ପରିବେଶର ବାତ୍ତାବରଣର ଅତି ସୂକ୍ଷ୍ମ ତରଙ୍ଗ ସମ୍ପର୍କରେ ପୂର୍ବାନୁମାନ କରି ପାରିଥାଏ। ଏହିସହିତ ବାୟୁମଣ୍ଡଳରେ ଭାସୁଥିବା ପାଣିର ବୁନ୍ଦାକୁ ଚିହ୍ନଟ କରିବା ସହ ଏହା କେଉଁ ଦିଗକୁ ଗତି କରିବ ସେ ବିଷୟରେ ମଧ୍ୟ ନଜର ରଖିଥାଏ । ଯଦି ଝଡତୋଫାନ ଆସିବାର ଥାଏ ତେବେ ଏ ବାବଦରେ ମଧ୍ୟ ସୂଚନା ପ୍ରଦାନ କରିଥାଏ।

ଡପଲର ରାଡାର ସମ୍ପର୍କରେ ମତ ରଖି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ, ଏହାକୁ ଲଗାଇବା ପାଇଁ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଡପଲର ରାଡାର ଲଗାଇବା ନେଇ ଆଶାବାଦୀ ଅଛନ୍ତି ମନ୍ତ୍ରୀ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.