ହାଇଦ୍ରାବାଦ: ତେଲେଙ୍ଗାନାର ସିଦ୍ଧିପେଟ ଏଏସପିଙ୍କ ବାସଭବନରେ ଏସିବିର ଚଢାଉ । ଦୁର୍ନୀତି ନିବାରଣ ବିଭାଗର ହାବୁଡରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ (ଏଏସପି) ନରସିମ୍ହା ରେଡ୍ଡୀ । ଏକକାଳୀନ ହାଇଦ୍ରାବାଦର 10ଟି ସ୍ଥାନରେ ଏସିବି ଚଢାଉ କରିଛି ।
ନରସିମ୍ହା ରେଡ୍ଡୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ରେଡ କରିଛି ଦୁର୍ନୀତି ନିବାରଣ ବିଭାଗ । ଏହାସହ ନରସିମ୍ହା ରେଡ୍ଡୀଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ଏସିବି ।