ମଧ୍ୟପ୍ରଦେଶ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଦସ୍ୟ(ଏବିଭିପି)ର 13କର୍ମୀ ଗିରଫ । ନାଗରିକ ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଶୋଭାଯାତ୍ରା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଛି ।
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ଏବିଭିପି ଛାତ୍ରମାନେ ନାଗରିକ ସଂଶୋଧନ ଆଇନ ସମର୍ଥନରେ ରାଲି କରିବାପାଇଁ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କୁ ଧାରା 144 ଲାଗିଥିବାରୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇନଥିଲା । ତେଣୁ ସେମାନେ ଶୋଭାଯାତ୍ରା କରୁଥିବା ସମୟରେ ଗିରଫ କରାଯାଇଛି ।
ପୋଲିସ ଏବିଭିପିର ମୋଟ 11 ଜଣ ଛାତ୍ର ଓ 2 ଜଣ ଛାତ୍ରୀଙ୍କୁ ଗିରଫ କରିଛି । ଏବିଭିପି ଛାତ୍ର ମାନଙ୍କୁ ଗିରଫ କରିବାପରେ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯାଇଛି ।