ETV Bharat / bharat

ଜେଏନୟୁ ହିଂସା: ଭାଇରାଲ ଭିଡିଓରେ ଥିବା ମହିଳା ଏବିଭିପିର କାର୍ଯ୍ୟକର୍ତ୍ତା

author img

By

Published : Jan 12, 2020, 10:30 AM IST

JNU ହିଂସା ସମୟରେ ଭାଇରାଲ ହେଉଥିବା ଏକ ଭିଡିଓରେ ପ୍ରାୟ 15-20 ଜଣ ଛାତ୍ରଛାତ୍ରୀ ଆକ୍ରମଣ କରୁଥିଲେ । ତେବେ ଏଥିରେ ଜଣେ ଟି-ସାର୍ଟ ପିନ୍ଧିଥିବା ମହିଳାଙ୍କ ଫଟୋ ଅଧିକ ଭାଇରାଲ ହୋଇଥିଲା । ବର୍ତ୍ତମାନ ତାଙ୍କ ପରିଚୟ ସାମ୍ନାକୁ ଆସିଛି । ଆଗକୁ ପଢନ୍ତୁ...

ABVP activist
ଜେଏନୟୁ ହିଂସା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ 5 ଜାନୁଆରୀରେ ହୋଇଥିବା ହିଂସାରେ ପୂରା ଦେଶ ବିରୋଧ କରୁଛି । ଏଥିରେ ସାମିଲ ଥିବା ପ୍ରତ୍ୟେକଙ୍କ ମୁଖା ପଛର ଚରିତ୍ରକୁ ସାମ୍ନାକୁ ଆଣିଛି ।

ABVP activist
ଭାଇରାଲ ମହିଳାଙ୍କ ସୋସିଆଲ ମିଡିଆ ଆଇଡି

ହିଂସା ସମୟରେ ଭାଇରାଲ ହେଉଥିବା ଏକ ଭିଡିଓରେ ପ୍ରାୟ 15-20 ଜଣ ଛାତ୍ରଛାତ୍ରୀ ଆକ୍ରମଣ କରୁଥିଲେ । ଏଥିରେ ମୁଖାପିନ୍ଧା ମହିଳାଙ୍କୁ ବି ଦେଖିବାକୁ ମିଳିଥିଲା । ତେବେ ଏମଧ୍ୟରେ ଜଣେ ଟି-ସାର୍ଟ ପିନ୍ଧିଥିବା ମହିଳାଙ୍କ ଫଟୋ ଅଧିକ ଭାଇରାଲ ହୋଇଥିଲା । ବର୍ତ୍ତମାନ ତାଙ୍କ ପରିଚୟ ସାମ୍ନାକୁ ଆସିଛି ।

ABVP activist
ଭାଇରାଲ ମହିଳାଙ୍କ ସୋସିଆଲ ମିଡିଆ ଆଇଡି

ଭାଇରାଲ ଭିଡିଓରେ ଥିବା ମହିଳାଙ୍କ ନାମ କୋମଲ୍ ଶର୍ମା ଓ ସେ ଏବିଭିପିର କର୍ମକର୍ତ୍ତା । କୋମଲ୍ ଶର୍ମାଙ୍କ ସିନିୟର ଓ ସୋସିଆଲ ମିଡିଆ ୟୁଜର୍ ଏହାକୁ ସ୍ପଷ୍ଟ କରିଛନ୍ତି । ଜାନୁଆରୀ 5ରେ କୋମଲ୍ ଜେଏନୟୁରେ ଉପସ୍ଥିତ ଥିଲେ । ସେ ସୋସିଆଲ ମିଡିଆରେ ସାରା ବଶିଷ୍ଠ ନାମରେ ପ୍ରୋଫାଇଲ ଖୋଲି ଆକ୍ଟିଭ୍ ଅଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ଏବିଭିପିର ଏକ ହ୍ବାଟ୍ସଆପ୍ ଗ୍ରୁପ ବିଷୟରେ ଜାଣିବାକୁ ପାଇଥିଲେ । ଏହି ଗ୍ରୁପରେ ପ୍ରାୟ 60 ଲୋକ ଥିବା ବେଳେ 50 ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ କ୍ୟାମ୍ପସ ଭିତରକୁ ଗୁଣ୍ଡା ଆଣିଥିବାର ସୂଚନା ମିଳିଥିବା ବେଳେ ଏହାର ତଦନ୍ତ କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.