ETV Bharat / bharat

6 ସପ୍ତାହରେ 6 ବଡ ନିବେଶ, ଜିଓରେ 9,093.6 କୋଟି ନିବେଶ କରିବ ମୁବାଡାଲା - ଜିଓ

6 ସପ୍ତାହ ମଧ୍ୟରେ ଜିଓରେ 87,655.35 ନିବେଶ ହୋଇଛି । ସବୁ ଠାରୁ ବଡ ନିବେଶକ ‘ମୁବାଡାଲା ଇନଭେଷ୍ଟମେଣ୍ଟ’ ।

6 ସପ୍ତାହରେ 6 ବଡ ନିବେଶ
6 ସପ୍ତାହରେ 6 ବଡ ନିବେଶ
author img

By

Published : Jun 5, 2020, 11:52 AM IST

ନୂଆଦିଲ୍ଲୀ: ଜିଓର ବଡ ନିବେଶକ ପାଲଟିଲା ‘ମୁବାଡାଲା ଇନଭେଷ୍ଟମେଣ୍ଟ’ । ଜିଓରେ 9,093.6 କୋଟି କରିବ ପୁଞ୍ଜି ନିବେଶ । ‘ମୁବାଡାଲା ଇନଭେଷ୍ଟମେଣ୍ଟ’ ଆବୁ ଧାବିର ଏକ କମ୍ପାନୀ । ଏହା ଏବେ ଜିଓର 1.8 ପ୍ରତିଶତର ଅଂଶିଦାର ରହିବ । 6 ସପ୍ତାହ ମଧ୍ୟରେ ଜିଓରେ 6ଟି ବଡ ନିବେଶ ହୋଇଛି ।

ପ୍ରଥମେ ଫେସବୁକ, ସିଲଭର ଲେକ ସହିତ ଆମେରିକାର ଏକ ଘରୋଇ କମ୍ପାନ ଭିଷ୍ଟା ଇକ୍ୟୁଟି ପାର୍ଟନର୍ସ, କେକେଆ ଆଣ୍ଡ କୋ.ଇନ ଓ ଜେନେରାଲ ଆଟଲାଣ୍ଟିକ୍ ଜିଓରେ ନିବେଶ କରିଛନ୍ତି । ଏହି 6 ସପ୍ତାହ ମଧ୍ୟରେ ଜିଓରେ 19 ପ୍ରତିଶତ ଅଂଶଧନ ପାଇଁ 87,655.35 ନିବେଶ ହୋଇଛି ।

ରିଲାଏନ୍ସର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଭାରତର ଡିଜିଟାଲ ଅଭିବୃଦ୍ଧିକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ ରାଷ୍ଟ୍ର ହେବାକୁ ଆଗେଇ ନେବାକୁ ମୋବାଡାଲା ଜିଓ ସହ ସହଭାଗୀ ହେବାକୁ ନିଷ୍ପତ୍ତି ନେଇଛି ।

ପରିଚାଳନା ନିର୍ଦ୍ଦେଶକ ତଥା ଗ୍ରୁପ୍ ସିଇଓ, ମୁବାଡାଲା ଇନଭେଷ୍ଟମେଣ୍ଟ୍ କମ୍ପାନୀ ଖାଲଡୁନ୍ ଅଲ୍ ମୁବାରକ ଏକ ବିବୃତ୍ତିରେ କହିଛନ୍ତି ଯେ, ଯେଉଁ କମ୍ପାନୀ ଉନ୍ନତି ଟେକ୍ନୋଲୋଜି ମାଧ୍ୟମରେ ନୂତନ ସୁଯୋଗ ସୃଷ୍ଟି କରିବା ସହ କଠିନ ପରିସ୍ଥିତିକୁ ମୁକାବିଲା କରିପାରୁଥିବ ସେଠାରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଜିଓ ପ୍ଲାଟଫର୍ମ ମୁବାଡାଲା ବିନିଯୋଗ ଭାରତୀୟ ଫାର୍ମରେ ସର୍ବ ବୃହତ ଅଟେ । ଆବୁଧାବି ନିବେଶ ପ୍ରାଧିକରଣ (ADIA) ପରିଚାଳନାରେ 240 ଡଲାର ନିବେଶ କରିବା ପରେ ଜିଓ ହେଉଛି ଆବୁଧାବିର ଦ୍ବିତୀୟ ବୃହତ୍ତ ରାଜ୍ୟ ନିବେଶକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.