ETV Bharat / bharat

ଆପ୍ରେଣ୍ଟିସିପ୍ ଷ୍ଟାଇଫେନ୍: ଦେଶରେ କୁଶଳୀ ପ୍ରତିଭାଙ୍କୁ ରୋଜଗାର ସୁଯୋଗ - ମୌସୁମୀ ଅଧିବେଶନ 2020

ଆପ୍ରେଣ୍ଟିସ୍ ଆଇନ 1961ରେ ପ୍ରଣୟନ କରାଯାଇଥିଲା ଏବଂ 1962ରେ ବିଚାରକୁ ନିଆଯାଇଥିଲା। କମ୍ପାନୀରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ।

କୁଶଳୀ ପ୍ରତିଭାଙ୍କୁ ରୋଜଗାର ସୁଯୋଗ
କୁଶଳୀ ପ୍ରତିଭାଙ୍କୁ ରୋଜଗାର ସୁଯୋଗ
author img

By

Published : Sep 16, 2020, 6:22 AM IST

ହାଇଦ୍ରାବାଦ: ଆପ୍ରେଣ୍ଟିସ୍ ଆଇନ 1961ରେ ପ୍ରଣୟନ କରାଯାଇଥିଲା ଏବଂ 1962ରେ ବିଚାରକୁ ନିଆଯାଇଥିଲା। କମ୍ପାନୀରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ପ୍ରଥମେ ବୁଝିବା ଆପ୍ରେଣ୍ଟିସ୍ କଣ । ଆପ୍ରେଣ୍ଟିସ୍ ସାଧାରଣତଃ ଜଣେ ଶିକ୍ଷାର୍ଥୀ, ଅର୍ଥାତ କୌଣସି କମ୍ପାନୀରେ କାମ ଶିଖୁଥିବା ଲୋକଙ୍କୁ ଆପ୍ରେଣ୍ଟିସ୍ କୁହାଯାଏ । ଏକ ପ୍ରକାର ଟ୍ରେନି କର୍ମଚାରୀ ।

1973ରେ ଆପ୍ରେଣ୍ଟିସ୍ (ସଂଶୋଧନ) ବିଲ୍ 1973 ମାଧ୍ୟମରେ ସ୍ନାତକୋତ୍ତର ଇଞ୍ଜିନିୟରମାନଙ୍କୁ ସ୍ନାତକ ଶିକ୍ଷାର୍ଥୀ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଅଧିନିୟମ ପ୍ରଥମେ ସଂଶୋଧିତ ହୋଇଥିଲା । ଦଶମ ଓ ଯୁକ୍ତ ଦୁଇ ଧନ୍ଦାମୂଳକ ବିଭାଗର ପ୍ରଶିକ୍ଷଣକୁ ଭୋକେସନାଲ୍ ଆପ୍ରେଣ୍ଟିସ୍ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଆପ୍ରେଣ୍ଟିସ୍ (ସଂଶୋଧନ) ବିଲ୍ 1986ରେ ଏହି ଅଧିନିୟମରେ ସଂଶୋଧନ କରାଯାଇଥିଲା ।

ରାଜ୍ୟସଭା ଆପ୍ରେଣ୍ଟିସ୍ ଆକ୍ଟ, 1961ରେ ସଂଶୋଧନ କରିବା ପାଇଁ 2014 ନଭେମ୍ବର 27ରେ ଭଏସ୍ ଭୋଟ କରାଗଲା । ପରେ ଆପ୍ରେଣ୍ଟିସ୍ (ସଂଶୋଧନ) ବିଲ୍, 2014 ପାରିତ ହୋଇଥିଲା। ପ୍ରଥମେ ଅଗଷ୍ଟ 7, 2014 ରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଶେଷଥର ପାଇଁ 2019ରେ ଏହି ବିଲରେ ପରିବର୍ତ୍ତନ କରାଯାଇଥିଲା । ଏଥିରେ ନିଯୁକ୍ତିରେ ସାମାନ୍ୟ ଆଶ୍ବସ୍ତି ଦିଆଯିବା ସହ ଷ୍ଟାଇଫେନକୁ ମଧ୍ୟ ଅଳ୍ପ ବଢାଯାଇଥିଲା ।

ଦେଶରେ ମ୍ୟାନପାୱାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର 2019ରେ ଏଥିରେ ସଂଶୋଧନ କରିଥିଲେ। ଆପ୍ରେଣ୍ଟିସିପ୍ (ସଂଶୋଧନ) ନିୟମ, 2019 ଅନୁଯାୟୀ ଶିକ୍ଷାର୍ଥୀମାନଙ୍କର ନିଯୁକ୍ତି ସୀମା ମୋଟ 15 ପ୍ରତିଶତକୁ ବୃଦ୍ଧି କରାଯାଇଛି । ପ୍ରଥମେ ଏହା 10 ପ୍ରତିଶତ ରହିଥିଲା ।

ସର୍ବନିମ୍ନ ଷ୍ଟାଇଫେନକୁ ଦ୍ବିଗୁଣିତ କରି ମାସକୁ 5000ରୁ 9,000 ଟଙ୍କା ମଧ୍ୟରେ କରାଯାଇଛି। ସ୍ନାତକୋତ୍ତର ଶିକ୍ଷାର୍ଥୀ କିମ୍ବା ଡିଗ୍ରୀ ଶିକ୍ଷାର୍ଥୀମାନଙ୍କ ପାଇଁ ଷ୍ଟାଇଫେନକୁ ମାସକୁ 9,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍କୁଲ ପାସ୍ ଆଉଟ୍ ପାଇଁ ପଞ୍ଚମ-ନବମ ଶ୍ରେଣୀ ମଧ୍ୟରେ ଷ୍ଟାଇଫେନକୁ ମାସକୁ 5000 ଟଙ୍କାକୁ ବୃଦ୍ଧି କରାଯାଇଛି। ଭାରତରେ ପ୍ରାୟ 0.1 ପ୍ରତିଶତ ବା 0.3 ମିଲିୟନ ଲୋକ ହିଁ ଆପ୍ରେଣ୍ଟିସ୍ । ବ୍ରିଟେନରେ 1.5%, ଚାଇନାରେ 2.5%, ଜର୍ମାନୀରେ 5% ଆପ୍ରେଣ୍ଟିସ୍ ଅଛନ୍ତି।

ନୂତନ ନିୟମ ଛୋଟ କମ୍ପାନୀ ଗୁଡିକୁ ଅଧିକ ପ୍ରଶିକ୍ଷାର୍ଥୀ ନିଯୁକ୍ତି କରିବାକୁ ଅନୁମତି ଦେବ ଓ ଅଧିକ ଯୁବକଙ୍କୁ ଆପ୍ରେଣ୍ଟିସିପରେ ପ୍ରବେଶ କରିବାର ସୁଯୋଗ ଦେବ । ସରକାର ବିଶ୍ବାସ କରନ୍ତି ଯେ ଦକ୍ଷତା ତାଲିମ ପାଇଁ ସର୍ବଭାରତୀୟ ସ୍ତରରେ ଆପ୍ରେଣ୍ଟିସିପ୍ ହେଉଛି ଅନ୍ୟତମ ସ୍ଥାୟୀ ମଡେଲ୍ କାରଣ ଏହା ଯୁବକମାନଙ୍କୁ ଶିଖିବା ସମୟରେ ରୋଜଗାର କରିବାକୁ ଦେଇଥାଏ ।

ମୌସୁମୀ ଅଧିବେଶନ 2020-

ଟ୍ରେଡ୍ ଶିକ୍ଷାର୍ଥୀ ସମେତ ସମସ୍ତ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ସର୍ବନିମ୍ନ ଷ୍ଟାଇଫେନର ବ୍ୟବସ୍ଥା କରାଯାଇଛି । ସର୍ବନିମ୍ନ ଷ୍ଟାଇଫେନ ଶିକ୍ଷାଗତ ତଥା ବୈଷୟିକ ଯୋଗ୍ୟତା ଆବଶ୍ୟକତା ଉପରେ ଆଧାରିତ ।

ସେପ୍ଟେମ୍ବର 2019ରେ ସଂଶୋଧିତ ହୋଇଥିବା ଆପ୍ରେଣ୍ଟିସିପ୍ ନିୟମ-1992ରେ ଦର୍ଶାଯାଇଛି ଯେ ଆପ୍ରେଣ୍ଟିସିପ୍ ତାଲିମର ଦ୍ବିତୀୟ ବର୍ଷରେ ନିର୍ଦ୍ଧାରିତ ସର୍ବନିମ୍ନ ଷ୍ଟାଇପେଣ୍ଡ ରାଶିରେ 10 ପ୍ରତିଶତ ବୃଦ୍ଧି ହେବ ଓ ତୃତୀୟ ବର୍ଷରେ ଧାର୍ଯ୍ୟ ସର୍ବନିମ୍ନ ଷ୍ଟାଇଫେନ୍ ରାଶିରେ 15 ପ୍ରତିଶତ ବୃଦ୍ଧି ହେବ। ବର୍ତ୍ତମାନ ଶିକ୍ଷାର୍ଥୀମାନଙ୍କୁ ଦିଆଯିବାକୁ ଥିବା ଷ୍ଟାଇଫେନ୍ ବୃଦ୍ଧି କରିବାକୁ ସରକାର ବିଚାର କରୁନାହାଁନ୍ତି।

ପଞ୍ଚମ ଶ୍ରେଣୀ ପାସଆଉଟଙ୍କ ପାଇଁ ପ୍ରଥମ ବର୍ଷରେ ଷ୍ଟାଇଫେନ ରାଶି 5,000, ଦଶମ ପାସଆଉଟଙ୍କ ପାଇଁ 6,000, ଦ୍ବାଦଶ ପାସଆଉଟଙ୍କ ପାଇଁ 7,000, ନ୍ୟାସନାଲ କିମ୍ବା ଷ୍ଟେଟ୍ ସର୍ଟିଫିକେଟ୍ ହୋଲଡରଙ୍କ ପାଇଁ 7,000, ଭୋକେସନଲା କିମ୍ବା ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷାର୍ଥୀଙ୍କୁ 7,000 ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.