ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରତିଦ୍ବନ୍ଦିତା କରିବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଆମେ ଉତ୍ତରାଖଣ୍ଡରେ ଏକ ସର୍ଭେ କରିଥିଲୁ ଯେଉଁଥିରେ 62 ପ୍ରତିଶତ ଜନତା ରାଜ୍ୟରେ ଆମ ଆଦମୀ ପାର୍ଟି ପ୍ରତିଦ୍ବନ୍ଦିତା କରିବା ଉଚିତ ବୋଲି ମତ ଦେଇଛନ୍ତି ।
ନିଯୁକ୍ତି, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉତ୍ତରାଖଣ୍ଡର ପ୍ରମୁଖ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀର ଆମ ଆଦମୀ ପାର୍ଟି ଉତ୍ତରାଖଣ୍ଡ ବିଧାନସଭାରେ ସମସ୍ତ ଆସନ ପ୍ରତିଦ୍ବନ୍ଦିତା କରିବାକୁ ଘୋଷଣା କରିଛି।
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ଉଭୟ କଂଗ୍ରେସ ଏବଂ ବିଜେପିରୁ ଲୋକେ ଆଶା ହରାଇସାରିଛନ୍ତି । ଆପ ଉପରେ ଜନତାଙ୍କର ବିଶ୍ବାସ ରହିଛି । ଫେବୃଆରୀ 2022ରେ ହେବାକୁ ଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ଆପ ପ୍ରତିଦ୍ବନ୍ଦିତା କରିବ ବୋଲି ସେ କହିଛନ୍ତି ।