ନୂଆଦିଲ୍ଲୀ: ଦିନକୁ ଦିନ ଆଧାରକାର୍ଡର ଗୁରୁତ୍ବ ବଢିବାରେ ଲାଗିଛି । କୌଣସି ସରକାରୀ ଯୋଜନାର ହିତାଧିକାରୀ ହେବାପାଇଁ ଆଧାରକାର୍ଡ ନିହାତି ଆବଶ୍ୟକତା । ସେଥିପାଇଁ ଲୋକମାନଙ୍କୁ ଆଧାରକାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜାଣିବା ଆବଶ୍ୟକତା ରହିଛି । ତେବେ ଆଜି ଆମେ ଜଣାଇବୁ କିପରି ବିନା ଡକ୍ୟୁମେଣ୍ଟରେ ଆଧାରକାର୍ଡକୁ ଅପଡେଟ୍ କରାଇ ହେବ ।
ଆଧାରକାର୍ଡକୁ ଅନଲାଇନ ଅପଡେଟ କରିବା ପାଇଁ ଆପଣଙ୍କ ପାଖରେ ରେଜିଷ୍ଟ୍ରେସନ କରାଇଥିବା ମୋବାଇଲ ନମ୍ବର ରହିବା ଜରୁରୀ ଅଟେ । କାରଣ ଅପଡେଟ ସମୟରେ ମୋବାଇଲ ନମ୍ବରକୁ ଓଟିପି ଯାଇଥାଏ ।
ଆଧାରକାର୍ଡରେ କେବଳ ଥରେ ହିଁ ଜନ୍ମତିଥି ଏବଂ ଜେଣ୍ଡର ଅପଡେଟ୍ କରାଯାଇଥାଏ । ଏଥିପାଇଁ ଆପଣଙ୍କୁ ଜନ୍ମତିଥୀ ସମ୍ବନ୍ଧିତ ମାତ୍ର ଗୋଟିଏ ଭ୍ୟାଲିଡ୍ ପ୍ରମାଣ ପତ୍ର ନେବାକୁ ପଡିଥାଏ ।
ଆଧାରକାର୍ଡରେ ନିଜର ଠିକଣା ପରିବର୍ତ୍ତନ ଛଡା ଅନ୍ୟ କୌଣସି ସୂଚନା ଅପଡେଟ୍ କରିବାକୁ ହେଲେ ଆଧାର ସେଣ୍ଟର ଯିବାକୁ ପଡିଥାଏ । ତେବେ ଯଦି ଆପଣ ନୂଆ ଆଧାରକାର୍ଡ କରିବା ପାଇଁ ଚାହୁଁଛନ୍ତି କିମ୍ବା କୌଣସି ଅପଡେଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଅନଲାଇନ ଆପେଣ୍ଟମେଣ୍ଟ ନେଇରପାରିବେ ।
କାରଣ ୟୁଆଇଡିଏଆଇ ଆରମ୍ଭ କରିବାକୁ ଯାଉଛି ଅନଲାଇନ ଆପଏଣ୍ଟମେଣ୍ଟ ବୁକିଙ୍ଗ୍ ସେବା । ଯାହାକୁ ୟୁଆଇଡିଏଆଇ ଆଧାର ସେବା କେନ୍ଦ୍ର(ଏଏସକେଏସ) ଅପରେଟ୍ କରୁଛି ।
ତେବେ ଏଥିରେ ଆପଣ ଆଧାରକାର୍ଡ କରିବା ପାଇଁ ଅନଲାଇନ ଏବଂ ଅଫଲାଇନ ବୁକିଂ କରିପାରିବେ ।