ETV Bharat / bharat

ଶିବସେନା ନେତା ଆଦେଶ ବାନ୍ଦେକର ପୂନର୍ବାର ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନିଯୁକ୍ତ

author img

By

Published : Jul 24, 2020, 4:58 PM IST

ଶିବସେନା ନେତା ଆଦେଶ ବାନ୍ଦେକରଙ୍କୁ ପୂନର୍ବାର ଶ୍ରୀ ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଆଗାମୀ 3 ବର୍ଷ ଯାଏଁ ସେ ଏହି ପଦରେ ରହିବେ । ଅଧିକ ପଢନ୍ତୁ...

ଶିବସେନା ନେତା ଆଦେଶ ବାନ୍ଦେକର ପୂନର୍ବାର ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନିଯୁକ୍ତ
ଶିବସେନା ନେତା ଆଦେଶ ବାନ୍ଦେକର ପୂନର୍ବାର ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନିଯୁକ୍ତ

ମୁମ୍ବାଇ: ଶିବସେନା ନେତା ଆଦେଶ ବାନ୍ଦେକରଙ୍କୁ ପୂନର୍ବାର ଶ୍ରୀ ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ମୁଖ୍ୟ ରୂପେ ଦାୟିତ୍ବ ମିଳିଛି । ଆଗାମୀ 3 ବର୍ଷ ପର୍ଯ୍ୟନ୍ତ ଆଦେଶଙ୍କୁ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ତେବେ ତାଙ୍କୁ ଦିଆଯ।ଇଥିବା ଏହି ପଦ ମହାରାଷ୍ଟ୍ର ସରକାରରେ ରାଜ୍ୟମନ୍ତ୍ରୀ ପଦର ସମକକ୍ଷ ରହିବ ।

ମୁମ୍ବାଇର ପ୍ରସିଦ୍ଧ ଶ୍ରୀ ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକରଙ୍କୁ ଫଡନାଭିସ ସରକାରରେ ରାଜ୍ୟମନ୍ତ୍ରୀର ପାହ୍ୟା ମିଳିଥିଲା । ଏହି ବିଷୟରେ ସରକାରୀ ଆଦେଶ ମଧ୍ୟ ଜାରି ହୋଇଥିଲା । ଏହି ଆଦେଶ ଅନୁସାରେ ବାନ୍ଦେକରଙ୍କୁ ପ୍ରତିମାସ 7500 ଟଙ୍କା ଅର୍ଥରାଶି ସମେତ ମନ୍ଦିର ଟ୍ରଷ୍ଟର ପ୍ରତ୍ୟେକ ବୈଠକରେ ଉପସ୍ଥିତ ରହିଲେ 500 ଟଙ୍କା ଭତ୍ତା ଓ ମୋବାଇଲ ଫୋନ ଖର୍ଚ୍ଚ ବାବଦକୁ 3000 ଟଙ୍କା ଦେବା ନେଇ ନିଷ୍ପତ୍ତି ହୋଇଥିଲା ।

ବାନ୍ଦେକର 2009ରେ ଶିବସେନାରେ ସାମିଲ ହୋଇଥିଲେ । ତାଙ୍କୁ ଦାଦଦର ମନସେରୁ ନିତିନ ସରଦେଶାଇଙ୍କ ବିରୋଧରେ ନିର୍ବାଚନୀ ମୈଦାନରେ ପ୍ରାର୍ଥି କରାଯାଇଥିଲା । ହେଲେ ସେ ନିର୍ବାଚନ ହାରିଯାଇଥିଲେ । ଶିବସେନା ବାନ୍ଦେକରଙ୍କୁ ଦଳର ସଚିବ ଦାୟିତ୍ବ ମଧ୍ୟ ଦିଆଯାଇଥିଲା । ତେବେ 2017ରେ ବାନ୍ଦେକର ସିଦ୍ଧିବିନାୟକ ଟ୍ରଷ୍ଟର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.