ଲକ୍ଷ୍ନୌ:ଟଙ୍କା ହେଲା କାଳ । ଉଧାର ଟଙ୍କା ନ ଫେରାଇବାରୁ ମାମୁଁର ନାରକୀୟ କାଣ୍ଡ । ଭଣଜା ଉପରେ ପେଟ୍ରୋଲ ଢାଳି ଜିଅଁନ୍ତା ଜାଳିଲା ମାମୁଁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଉତ୍ତରପ୍ରଦେଶ ବଣ୍ଡା ଅନ୍ତର୍ଗତ ଜବ୍ରାପୁର ଗାଁରେ । ମୃତକଙ୍କ ନାମ ରାମ ଭୋରସେ । ଏନେଇ ପୋଲିସ ଗୁରୁବାର ସୂଚନା ଦେଇଛି ।
ସୂଚନା ମୁତାବାକ, ମାମୁଁ ବିନ୍ଦା ପ୍ରସାଦଙ୍କ(55) ଠାରୁ ରାମ ଭୋରସେ କିଛି ଦିନ ତଳେ କିଛି ଟଙ୍କା ଉଧାର ନେଇଥିଲେ । ବିନ୍ଦା ପ୍ରସାଦ ବାରମ୍ବାର ତାଙ୍କୁ ଟଙ୍କା ମାଗିବା ପରେ ମଧ୍ୟ ସେ ଟଙ୍କା ଫେରାଉ ନ ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବୁଧବାର ଦିନ ଅଭିଯୁକ୍ତ ମାମୁଁ ଯୁବକଙ୍କ ଉପରେ ପେଟ୍ରୋଳ ଢାଳି ନିଆଁ ଲଗାଇ ଦେଇଥିଲା । ଗୁରୁତର ଅବସ୍ଥାରେ ପୀଡିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ