ଭୋପାଳ: ପ୍ଳାଷ୍ଟିକ ବର୍ଜନ ପାଇଁ ସାଇକେଲ ଯାତ୍ରା । ମଧ୍ୟପ୍ରଦେଶର ଯୁବକ ବ୍ରିଜେଶ ଶର୍ମା ଏହି ଅଭିଯାନ ଆରମ୍ଭ କରିଛନ୍ତି । ବ୍ରିଜେଶ ପେସାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର । ହେଲେ ଚାକିରି ଛାଡି ସଚେତନତା ସୃଷ୍ଟି କରିବା ପାଇଁ ସାଇକେଲରେ ସେ ଯାତ୍ରା ଆରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ହିଁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ସେ । ଗୁଜୁରାଟ ଗାନ୍ଧୀନଗରରୁ ଆରମ୍ଭ ହୋଇଥିବା ଏହି ସଚେତନତା ଯାତ୍ରା ମଧ୍ୟପ୍ରଦେଶ ଉଦୟପୁର, ଶ୍ରୀଧାମ, ଆଜମେର, ପୁସ୍କର, ଜୟପୁର , ହରିୟାଣା ଓ ଦିଲ୍ଲୀରେ ମଧ୍ୟ ପହଞ୍ଚି ସାରିଛି । ବ୍ରିଜେଶ କହିଛନ୍ତି, ପ୍ଲାଷ୍ଟିକ ବ୍ୟବହାର ପରିବେଶ ପାଇଁ ବିପଦ ଡାକି ଆଣୁଛି । ତେଣୁ ପ୍ଲାଷ୍ଟିକକୁ ବର୍ଜନ କରିବା ଦରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ