ବେଙ୍ଗାଲୁରୁ: ଦୁଇ ହାତରେ ଚିତ୍ର ଆଙ୍କି ଦୁଇଟି ଆୱାର୍ଡ ଜିତିଲେ ଯୁବତୀ । କର୍ଣ୍ଣାଟକ ହାସନ ଜିଲ୍ଲା ଆଲୁର ତାଲୁକ ପାଲ୍ୟା ଗ୍ରାମର ଜଣେ ଯୁବତୀ ଦୁଇ ହାତରେ ଚିତ୍ର ଆଙ୍କି ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଏବଂ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ଆୱାର୍ଡ ଜିତିଛନ୍ତି ।


ମେଘନା ନାମକ ଏହି ଯୁବତୀ ଜଣଙ୍କ ବର୍ତ୍ତମାନ ଫାର୍ମାସି ଅଧ୍ୟୟନ କରୁଛନ୍ତି । ଯେହେତୁ ବର୍ତ୍ତମାନ ସମଗ୍ର ବିଶ୍ବ କୋରୋନା ମହାମାରୀ ସହ ଲଢେଇ କରୁଛି । ଏଣୁ ଲୋକଙ୍କୁ କୋରୋନା ସଚେତନତା ଦେବାକୁ ଯାଇ ସେ ଏକ ନିଆରା ଚିତ୍ର ଆଙ୍କି ଲଣ୍ଡନର ଏକ ପେଣ୍ଟିଂ ପ୍ରତିଯୋଗିତାକୁ ପଠାଇଥିଲେ । ମାତ୍ର 50 ସେକେଣ୍ଡରେ ଦୁଇ ହାତରେ ଚିତ୍ର କରିଥିବାରୁ ତାଙ୍କୁ ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଏବଂ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ଆୱାର୍ଡ ମିଳିଛି । ଏହା ପୂର୍ବରୁ ମଧ୍ୟ ସେ ତାଙ୍କ ପରିବାର, ବନ୍ଧୁ, ପ୍ରସିଦ୍ଧ ଗାୟକ, ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଚିତ୍ର ଆଙ୍କିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ