ETV Bharat / bharat

କେଦାରନାଥ ଧାମରେ ମହିଳାଙ୍କୁ ହାର୍ଟ ଆଟାକ୍‌, ଏଯାଏଁ 8ଜଣଙ୍କ ମୃତ୍ୟୁ

ବାବା କେଦାରନାଥଙ୍କ ଦର୍ଶନ ପାଇଁ ଆସିଥିବା 65 ବର୍ଷୀୟ ମହିଳାଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ । ମହିଳା ଜଣକ ମଧ୍ୟପ୍ରଦେଶର ବାସିନ୍ଦା । ତେବେ ଏଯାଏଁ ଚାରିଧାମର ଯାତ୍ରା ପାଇଁ ଆସିଥିବା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ସଂଖ୍ୟା 8କୁ ଛୁଇଁଲାଣି ।

ଫଟୋ ସୌଜନ୍ଯ: ଇଟିଭି ଭାରତ ବ୍ୟୁରୋ
author img

By

Published : May 19, 2019, 12:19 AM IST

ଡେରାଡୁନ୍‌: କେଦାରନାଥ ମନ୍ଦିରରେ ଜଣେ ବୟସ୍କା ମହିଳାଙ୍କୁ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି ।

ସୂଚନାଥାଉକି, 65 ବର୍ଷୀୟ ପ୍ରେମଲତା ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ଏସ୍‌ଡିଆରଏଫ୍‌ ଯବାନ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମହିଳା ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ମହିଳା ଜଣକ ମଧ୍ୟ ପ୍ରଦେଶର ବୋଲି ସୂଚନା ମିଳିଛି । ଏଥିସହ ମୃତକଙ୍କ ପରିବାରବର୍ଗଙ୍କୁ ପୋଲିସ୍‌ ସୂଚନା ଦେଇଛି ।

ଶନିବାର ଦିନ ଆହୁରୀ 2ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକମାନେ ହେଲେ ନୂଆ ଦିଲ୍ଲୀର ତ୍ରିଲୋକ କୋହଲି (75ବର୍ଷ) ଓ ରାଜସ୍ଥାନର ଗୋପାଲ(71ବର୍ଷ) । ସୂଚନାମୁତାବକ, ଚଳିତବର୍ଷ ଚାରିଧାମ ଯାତ୍ରା ପାଇଁ ଆସିଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ 8ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଲଗ :- ବଡଗୁମୁଳା ଗ୍ରାମର ସୁଶାନ୍ତ ସାହୁ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଲିଣ୍ଟା ଗିରଫ  .....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୧୬-୦୫-୧୯. :(ବ୍ରହ୍ମପୁର  ଏସ୍.ପି ଙ୍କ ଭିଜୁଆଲ ଏବଂ ବାଇଟ୍ ଏଫ୍.ଟି.ପି  ରେ ଏବଂ ଗିରଫ ଅଭିଯୁକ୍ତଙ୍କ ଫୋଟ whats app ରେ ଯାଇଛି.)
 (ଆଙ୍କର):- ବ୍ରହ୍ମପୁର ସହର ଉପକଣ୍ଠ ଏବଂ ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମୁଳା ଗ୍ରାମରେ ହୋଇଥିବା ସୁଶାନ୍ତ ସାହୁ  ହତ୍ୟାକାଣ୍ଡ  ଘଟଣାରେ 
ପୋଲିସ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଲିଣ୍ଟା ଓରଫ ସୁଶାନ୍ତ ଜେନା କୁ  ଗିରଫ କରାଯାଇଛି   । ଏପରିକି ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରୁଥିବାରୁ ଖୁବ୍ ଶ୍ରୀଘ୍ର ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହେବେ ବୋଲି   କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର   । ଗିରଫ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଜଣଙ୍କ ଏକ ରାଜନୈତିକ ଦଳର ସମର୍ଥକ ତଥା ସମିତିସଭ୍ୟ ରହିଥିବା ବେଳେ ଗ୍ରାମରେ ଲାଗିରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା କୁହାଯାଇଛି  । ପୂର୍ବରୁ ଏହି ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଥିବା ବେଳେ  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟୁନା ସେଠୀ ଓ ପ୍ରଦୀପ ସେଠୀ  ଫେରାର ରହିଛନ୍ତି  । ଏପରିକି ଗତ ନିର୍ବାଚନ ସମୟରେ ଗ୍ରାମର ଦୁଇ ଗୋଷ୍ଠୀ ଗଣ୍ଡଗୋଳ କୁ ଦୃଷ୍ଟିରେ ରଖି ଦୁଇ ଗୋଷ୍ଠୀ ଉପରେ ପୋଲିସ ନଜର ରଖିଥିବା ବେଳେ ନିର୍ବାଚନ ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଇଛି  ।  ପୂର୍ବରୁ ଗିରଫ ହୋଇଥିଲେ ଗୋପିନାଥ ରଣା , ସମୟ ରଣା ,ଚନ୍ଦନ ରଣା  ସମେତ ଦୁଇ ମୁଖ୍ୟ ଅଭିଯୁକ୍ତ ତିନୋଟି ମୋଟର ସାଇକେଲ ରେ ଯାଇ ଘଟଣା ଦିନ ସୁଶାନ୍ତ ଙ୍କ ଉପରକୁ ଆକ୍ରମଣ କରିବା ସହ ବୋମାମାଡ କରିବା ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା  ।  ଏହି ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ଭାବରେ ଜଣେ ମହିଳା କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାଯାଇଛି  । 
ବାଇଟ୍-ପିନାକ ମିଶ୍ର(ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.