ETV Bharat / bharat

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ଗଛମୂଳେ ଚାଲିଛି ଗୁରୁତର ରୋଗୀଙ୍କ ଚିକିତ୍ସା

ଅସୁରକ୍ଷିତ ଅବସ୍ଥାରେ ଚାଲିଛି ରୋଗୀ ସେବା। ଏ ଦୃଶ୍ୟ ଯେତିକି ସମ୍ବେଦନଶୀଳ ସେତିକି ହୃଦୟବିଦାରକ। ଏଠି ରୋଗୀକୁ ମେଡିକାଲ ବେଡ୍ ନୁହେଁ ବରଂ ଗଛ ମୂଳେ ଦିଆଯାଉଛି ଜରୁରୀକାଳୀନ ସେବା। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦର ନିମ୍ସ ହସ୍ପିଟାଲ ପରିସରରେ। ଯେଉଁଠି ଜଣେ ମହିଳା ପାଇପ୍ ମାଧ୍ୟମରେ ଗଛ ତଳେ ବସି ରୋଗୀକୁ ଖାଇବାକୁ ଦେଉଥିବା ଫଟୋ ଭାଇରାଲ ହୋଇଛି।

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ଗଛମୂଳେ ଚାଲିଛି ଗୁରୁତର ରୋଗୀଙ୍କ ଚିକିତ୍ସା
ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ଗଛମୂଳେ ଚାଲିଛି ଗୁରୁତର ରୋଗୀଙ୍କ ଚିକିତ୍ସା
author img

By

Published : Oct 5, 2020, 9:51 AM IST

ହାଇଦ୍ରାବାଦ: ଅସୁରକ୍ଷିତ ଅବସ୍ଥାରେ ଚାଲିଛି ରୋଗୀ ସେବା। ଏ ଦୃଶ୍ୟ ଯେତିକି ସମ୍ବେଦନଶୀଳ ସେତିକି ହୃଦୟବିଦାରକ। ଗୋଟିଏ ପଟେ ଦାରିଦ୍ର୍ୟ ଏହାସହ ଚିକିତ୍ସାରେ ଅବହେଳା ଯନ୍ତ୍ରଣାକୁ ଦ୍ବିଗୁଣିତ କରିଦେଉଛି। ଏହି ସବୁ ଘଟଣା ପରେ ବଞ୍ଚିବାକୁ ଆଶା ରଖିଥିବା ରୋଗୀଟିଏ ମଧ୍ୟ ସବୁ ଆଶା ଛାଡିଦେବ। କାରଣ ଏ ଚିତ୍ର ହିଁ ବୟାନ କରୁଛି ବହୁତ କିଛି। ଏଠି ରୋଗୀକୁ ମେଡିକାଲ ବେଡ୍ ନୁହେଁ ବରଂ ଗଛ ମୂଳେ ଦିଆଯାଉଛି ଜରୁରୀକାଳୀନ ସେବା।

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ଗଛମୂଳେ ଚାଲିଛି ଗୁରୁତର ରୋଗୀଙ୍କ ଚିକିତ୍ସା
ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ଗଛମୂଳେ ଚାଲିଛି ଗୁରୁତର ରୋଗୀଙ୍କ ଚିକିତ୍ସା

ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦର ନିମ୍ସ ହସ୍ପିଟାଲ ପରିସରରେ। ଯେଉଁଠି ଜଣେ ମହିଳା ପାଇପ୍ ମାଧ୍ୟମରେ ଗଛ ତଳେ ବସି ରୋଗୀକୁ ଖାଇବାକୁ ଦେଉଥିବା ଫଟୋ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଗୁରୁତର ଅସୁସ୍ଥତା ଏବଂ ଦାରିଦ୍ର୍ୟ ହେତୁ କାମାମ ଜିଲ୍ଲାର ଜଣେ ଅସୁସ୍ଥ ବ୍ୟକ୍ତି ହାଇଦ୍ରାବାଦର ନିମ୍ସ ହସ୍ପିଟାଲରେ ଯୋଗ ଦେଇଥିଲେ। ଡାକ୍ତରମାନେ, ଉପଯୁକ୍ତ ପରୀକ୍ଷା ନକରି ତାଙ୍କୁ ପଠାଇଦେଲେ। ଏହାସହ ବ୍ୟକ୍ତିର କୌଣସି ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ନାହିଁ ବୋଲି ଶୁଣାଇଦେଲେ | ତେବେ ଅସୁସ୍ଥ ବ୍ୟକ୍ତିଜଣକ ଅସହାୟ ଅବସ୍ଥାରେ ଗଛ ମୂଳେ ବସି ଖାଦ୍ୟ ଖାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ମହିଳା ତାଙ୍କ ଖାଦ୍ୟନଳୀକୁ ଧରି ଖୁଆଇବାରେ ସାହାଯ୍ୟ କରିଥିଲେ।

ଏହାସହ ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କର ଅସହାୟତାର କିଛି ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଡାକ୍ତରଙ୍କ ଅବହେଳାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ଉତ୍ତରରେ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ, ପୀଡିତ ଅବସ୍ଥା ଗୁରୁତର ନ ଥିବାରୁ ସାଧାରଣ ଓପିଙ୍କୁ ଦେଖିବାକୁ ତାଙ୍କୁ ପଠାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.