ଲକ୍ଷ୍ନୌ: ହାଥରସ ପିଡୀତାଙ୍କ ଚିତା ନ ଲିଭୁଣୁ କ୍ରମାଗତ ଭାବରେ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗଣଦୁଷ୍କର୍ମ ମାମଲା । ବାଗପତ ଜନପଦ ସ୍ଥିତ ଦୋଘଟ ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ମହିଳା ଜଣଙ୍କ ଗଣଦୁଷ୍କର୍ମକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡ୍ରେ ପିଟି ପିଟି ଲହୁ ଲୁହାଣ କରିଦେଇଛନ୍ତି । ଗାଁର ବାହାରେ ଥିବା ଖାଲି ପ୍ଲଟରେ ମହିଳା ଜଣଙ୍କ ଗୁରତର ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା ।
ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବଳରାମପୁରରେ ମଧ୍ୟ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ତାଙ୍କ ହାତ ଗୋଡ ଭାଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ