ETV Bharat / bharat

ଏମିତି ଏକ ଗାଁ ଯେଉଁଠି ଅଛି ବାଦୁଡି ମନ୍ଦିର, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

author img

By

Published : Sep 22, 2020, 2:26 PM IST

ଭାରତରେ ହିଁ ରହିଛି ଏକ ଏପରି ଗାଁ, ଯେଉଁଠାରେ ବାଦୁଡିକୁ ଶୁଭ ମାନିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ମନ୍ଦିର ରହିଛି । ଏହି ମନ୍ଦିରରେ ବାଦୁଡିମାନଙ୍କୁ ପୂଜା କରାଯାଇଥାଏ । ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଅଜଣା କଥା ।

bat temple, unknown fact, village in bihar, bats being worshiped, bat as a sign of prosperity, ବାଦୁଡି ମନ୍ଦିର, ଅଜଣା କଥା, ବିହାରର ବାଦୁଡି ମନ୍ଦିର, ବାଦୁଡି ମନ୍ଦିରକୁ ନେଇ ଅଜଣା କଥା
ଏମିତି ଏକ ଗାଁ ଯେଉଁଠି ଅଛି ବାଦୁଡି ମନ୍ଦିର, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ପକ୍ଷୀମାନେ ସାଧାରଣତଃ ମଣିଷକୁ ଖୁବ ପସନ୍ଦ ଥିବା ବେଳେ ବାଦୁଡିକୁ ନେଇ ମନରେ ବସା ବାନ୍ଧିଛି ଅନେକ ଅନ୍ଧବିଶ୍ବାସ । ଏହାକୁ ଅଧିକାଂଶ ଲୋକେ ନିଶାଚର ବା ଭୂତ ପ୍ରେତ ବୋଲି ମାନୁଥିବା ବେଳେ ସାଧାରମରେ ଏହାକୁ ଅଶୁଭ ବୋଲି ଧରାଯାଏ । ନିକଟ ଅତୀତରେ କେରଳରେ ବାଦୁଡି ଜନିତ ନିପା ଭୂତାଣୁରୁ ସଂକ୍ରମଣ ଆରମ୍ଭ ହୋଇଥିଲା । ଏହା ଦ୍ବାରା ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନର କୋରୋନା ମହାମାରୀ ପଛରେ ମଧ୍ୟ ବାଦୁଡି ମୁଖ୍ୟ ଦାୟୀ ବୋଲି ବିଶ୍ବାସ କରାଯାଉଛି । ଏମିତିରେ ଭାରତରେ ହିଁ ରହିଛି ଏକ ଏପରି ଗାଁ, ଯେଉଁଠାରେ ବାଦୁଡିକୁ ଶୁଭ ମାନିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ମନ୍ଦିର ରହିଛି । ଏହି ମନ୍ଦିରରେ ବାଦୁଡିମାନଙ୍କୁ ପୂଜା କରାଯାଇଥାଏ ।

ସାଧାରଣତଃ ବାଦୁଡି ନାମ କହିବା ମାତ୍ରେ ଗଛରେ ଝୁଲୁଥିବା ଏହାର ଓଲଟା ଶରୀର ଓ କିଛି ନକାରାତ୍ମକ ଭାବନା ମନକୁ ଆସିଥାଏ । ଏମିତିରେ ବିହାରର ବୈଶାଲୀ ଜିଲ୍ଲାରେ ଏକ ଏପରି ଗାଁ ରହିଛି ଯେଉଁଠି ବାଦୁଡିମାନଙ୍କୁ ଗ୍ରାମ ଦେବତା ପରି ପୂଜା କରାଯାଏ । ଏହି ଗାଁରେ ବିଶ୍ବାସ କରାଯାଏ କି ବାଦୁଡିମାନେ ହେଲେ ସମ୍ପନ୍ନତାର ପ୍ରତୀକ । ଏମାନେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ ସୁଖ, ସମୃଦ୍ଧି ଲାଗି ରହିବା ସହ ସେଠାରେ କେବେ ଧନର ଅଭାବ ହୁଏ ନାହିଁ ।

ବୈଶାଲୀ ଜିଲ୍ଲାର ସରସଈ ଗ୍ରାମରେ ଏପରି ଭିନ୍ନ ବିଶ୍ବାସ ଦେଖିବାକୁ ମିଳେ । ଏହି ଗାଁରେ ଗ୍ରାମବାସୀଙ୍କ ଏପରି ବିଶ୍ବାସ ଯୋଗୁଁ ହଜାର ହଜାର ସଂଖ୍ୟାରେ ବାଦୁଡି ଏଠାରେ ବସବାସ କରନ୍ତି । କହିବାକୁ ଗଲେ ବାଦୁଡିମାନଙ୍କ ପାଇଁ ଏହି ଗାଁଟି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ଏଠାକାର ଲୋକଙ୍କ ବିଶ୍ବାସ ରହିଛି ବାଦୁଡିମାନେ ପୁରା ଗାଁକୁ ସୁରକ୍ଷା ପ୍ରଦାନ କରିଛନ୍ତି । ଯେବେଠାରୁ ବାଦୁଡିମାନେ ଗାଁରେ ରହୁଛନ୍ତି ସେବେଠାରୁ ଗାଁରେ ସୁଖ ସମୃଦ୍ଧି ଲାଗି ରହିଛି । ଏନେଇ ଗାଁରେ କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ବାଦୁଡିଙ୍କୁ ପୂଜା କରାଯିବାର ବିଧି ରହିଛି । କେବଳ ସେତିକି ନୁହେଁ, ଖାସ ବାଦୁଡିମାନଙ୍କୁ ଦେଖିବା ପାଇଁ ଲୋକେ ଏହି ଗାଁକୁ ଆସିଥାଆନ୍ତି ।

ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ବାଦୁଡିମାନଙ୍କୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସୁଥିଲେ ସୁଦ୍ଧା ବାଦୁଡି କେବେ କାହାର କ୍ଷତି କରିନାହିଁ । ସେପଟେ ବିଳମ୍ବିତ ରାତିରେ ଯଦି ଗାଁରେ କିଛି ଅଘଟଣ ହୁଏ କିମ୍ବା କେହି ଅଜଣା ବ୍ୟକ୍ତି ଗାଁରେ ପ୍ରବେଶ ଉଦ୍ୟମ କରେ, ତେବେ ବାଦୁଡି ଗର୍ଜନ ଆରମ୍ଭ କରିଦିଅନ୍ତି ।

ସରସଈ ଗ୍ରାମର ଏକ ପୋଖରୀ କୂଳରେ ଥିବା ଅଶ୍ବତ୍ଥ ଗଛରେ ଏହି ବାଦୁଡିମାନେ ରହୁଥିବା ବେଳେ ଏହି ପୋଖରୀଟି 1402 ଶତାବ୍ଦୀର ବୋଲି ବିଶ୍ବାସ ରହିଛି । ରାଜା ଶିବ ସିଂ ଏହି ପୁସ୍କରିଣୀକୁ ଖୋଳାଇଥିଲେ । ଏହି ପୋଖରୀ ପାଖରେ ଏକ ଶିବ ମନ୍ଦିର ମଧ୍ୟ ରହିଛି । ସେପଟେ ଆଖପାଖରେ ପ୍ରାୟ 50 ଏକର ପର୍ଯ୍ୟନ୍ତ ସବୁଜିମା ରହିଛି । ଯେଉଁଠାରେ ବାଦୁଡିମାନେ ବସବାସ କରନ୍ତି । ତେବେ ଏହି ଗ୍ରାମବାସୀ ଯେ କେବଳ ବାଦୁଡିର ପୂଜା କରନ୍ତି, ତାହା ନୁହେଁ ବରଂ ବାଦୁଡିଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇଥାଆନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.