ETV Bharat / bharat

ଟ୍ରାଫିକ ନିୟମ ଭାଙ୍ଗି 42 ହଜାର ଟଙ୍କା ଫାଇନ ଗଣିଲେ ପରିବା ଦୋକାନୀ - 42500 ଫାଇନ ଖବର

ବେଙ୍ଗାଲୁରୁର ଜଣେ ପରିବା ଦୋକାନୀ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି 42 ହଜାର 500 ଟଙ୍କା ଜୋରିମାନା ଦେଇଛନ୍ତି । ତେବେ ଦୋକାନୀ ଜଣକ ଗତବର୍ଷ ସୁଦ୍ଧା 77 ଥର ଫାଇନ ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁରେ ଟ୍ରାଫିକ ନିୟମ ଭାଙ୍ଗି 42,500 ଟଙ୍କା ଫାଇନ ଗଣିଲେ ପରିବା ଦୋକାନୀ

author img

By

Published : Oct 31, 2020, 9:12 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଜଣେ ପରିବା ଦୋକାନୀ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି 42 ହଜାର 500 ଟଙ୍କା ଜରିମାନା ଦେଇଛନ୍ତି । ତେବେ ପରିବା ଦୋକାନୀ ଜଣକ ଏଥରକୁ ମିଶାଇ 77 ଥର ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍ ଦେଇଥିବା ଜଣାପଡିଛି ।

ଫାଇନ ଗଣିଥିବା ପରିବା ଦୋକାନୀ ଜଣକ ତାଙ୍କ ଗାଡି ମୂଲ୍ୟର ଦୁଇଗୁଣା ଫାଇନ୍ ଦେଇଛନ୍ତି । ସୂଚନା ଅନୁଯାୟୀ ବେଙ୍ଗାଲୁରୁର ମାଡିଭାଲାର ବାସିନ୍ଦା ନବୀନ କୁମାର ସହରରେ ପରିବା ବିକ୍ରି କରନ୍ତି । ଶୁକ୍ରବାର ନବୀନ ହେଲମେଟ ପିନ୍ଧି ନ ଥିବାବେଳେ ସ୍କୁଟରରେ ତ୍ରୁଟିପୂର୍ଣ୍ଣ ନମ୍ବର ପ୍ଲେଟ ଲଗାଇ ଗାଡି ଚଳାଉଥିଲେ । ଏହି ସମୟରେ ମାଡିଭାଲାର ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇ 42 ହଜାର 500 ଟଙ୍କା ଫାଇନ ପକାଇବା ସହ ସ୍କୁଟର ଜବତ କରିଛନ୍ତି ।

ତେବେ ନବୀନ ହେଲମେଟ ନପିନ୍ଧିବା, ସିଗନାଲ୍ ଜମ୍ପିଂ, ଓଭର ସ୍ପିଡ୍ ଆଦି ନିୟମ ଉଲ୍ଲଙ୍ଘନ କରି ମୋଟା ଅଙ୍କର ଫାଇନ୍ ଗଣିଛନ୍ତି, ଯାହା ତାଙ୍କ ଗାଡି ଦାମର ଦୁଇଗୁଣା । ଅନ୍ୟପଟେ ନବୀନ ଗତ ବର୍ଷ 75 ଥର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଫାଇନ ଗଣିଥିଲେ । ତେବେ ନବୀନ ବ୍ୟବହାର କରୁଥିବା ସ୍କୁଟରଟି ସେକେଣ୍ଡ ହ୍ୟାଣ୍ଡ ଯାହାକୁ ସେ 20 ହଜାର ଟଙ୍କାରେ କିଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.