ETV Bharat / bharat

ଅକ୍ଷରଧାମ ମନ୍ଦିରରେ ଲାଗି ହେଲା 801ପ୍ରକାର ଭୋଗ; ପାସ୍ତା, ଚାଓମିନ ବି ସାମିଲ

author img

By

Published : Oct 29, 2019, 9:39 AM IST

ଅକ୍ଷରଧାମ ମନ୍ଦିରରେ ଲାଗି ହୋଇଛି 801 ପ୍ରକାର ବ୍ୟଞ୍ଜନ । ଗୋବର୍ଦ୍ଧନ ପୂଜା ଅବସରରେ ଏହି ଭୋଗ ଲାଗି ହୋଇଥିବା ଜଣାପଡ଼ିଛି । ଏହି ବ୍ୟଞ୍ଜନ ମଧ୍ୟରେ କିଛି ବିଦେଶୀ ବ୍ୟଞ୍ଜନକୁ ମଧ୍ୟ ସାମିଲ କରାଯାଇଥିଲା । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଗତ 15 ଦିନ ତଳୁ ପ୍ରୟାସ ଆରମ୍ଭ ହୋଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଜୟପୁର: ଗୋବର୍ଦ୍ଧନ ପୂଜା ଅବସରରେ ଧାର୍ମିକ ସହର କାଶୀ ଅଞ୍ଚଳରେ ଥିବା ମନ୍ଦିର ଗୁଡ଼ିକରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ରମରେ କାଶୀର ଚିତ୍ରକୁଟରେ ଥିବା ଅକ୍ଷରଧାମ ମନ୍ଦିରରେ 801 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟଞ୍ଜନ ମଧ୍ୟରେ ବିଦେଶୀ ବ୍ୟଞ୍ଜନକୁ ମଧ୍ୟ ସାମିଲ କରାଯାଇଛି । ଏହି ଅବସରରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭଗବାନ ସ୍ବାମୀନାରାୟଣଙ୍କ ଦର୍ଶନ କରିବା ସହିତ ଏହି ବ୍ୟଞ୍ଜନର ଲାଭ ମଧ୍ୟ ଉଠାଇଥିବା ଜଣାପଡ଼ିଛି ।

ଗୋବର୍ଦ୍ଧନ ପୂଜା ପାଇଁ ଭଗବାନ ସ୍ବାମୀ ନାରାୟଣଙ୍କ ଆକର୍ଷଣୀୟ ପୋଷାକ ପରିଧାନ କରାଇ ପୂଜକମାନେ ଶୃଙ୍ଗାର ଓ ବେଶ କରାଇଥିଲେ । ଏହା ସହିତ ପ୍ରସ୍ତୁତ ହୋଇଥିବା 801 ପ୍ରକାର ବ୍ୟଞ୍ଜନକୁ ପୂଜକମାନେ ଭୋଗ ଲଗାଇଥିଲେ । ତେବେ ଏହି ବ୍ୟଞ୍ଜନକୁ ଲୋକମାନେ ଗଣିବାକୁ ଲାଗିଥିଲେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପ୍ରତି ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା । ତେବେ ଏହାକୁ ଦେଖି ଶ୍ରଦ୍ଧାଳୁମାନେ ବେଶ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ।

ତେବେ ଏହି ବ୍ୟଞ୍ଜନ ସବୁକୁ ପ୍ରସ୍ତୁତ କରିବା ପାଇଁ ଗତ 15 ଦିନ ତଳୁ ପ୍ରସ୍ତୁତ ଆରମ୍ଭ ହୋଇ ଯାଇଥିଲା । ଏହି ବ୍ୟଞ୍ଜନ ମଧ୍ୟରେ କିଛି ବିଦେଶୀ ବ୍ୟଞ୍ଜନକୁ ମଧ୍ୟ ସାମିଲ କରାଯାଇଥିଲା । ଏହାକୁ ପ୍ରସ୍ତୁତ କରିବାରେ କିଛି ସ୍ଥାନୀୟ ଶ୍ରଦ୍ଧାଳୁମାନେ ମଧ୍ୟ ସହଯୋଗ କରିଥିଲେ । ଗୋବର୍ଦ୍ଧନ ପୂଜାରେ ସ୍ବାମୀନାରାୟଣଙ୍କ ନିକଟରେ ଏହାକୁ ଭୋଗ ଲାଗି କରାଯାଇଥିଲା ।

ତେବେ ଏହି ବ୍ୟଞ୍ଜନ ମଧ୍ୟରେ ରାଜସ୍ଥାନୀ, ଗୁଜୁରାଟୀ, ପଞ୍ଜାବୀ, ବଙ୍ଗାଳୀ, ଦକ୍ଷିଣ ଭାରତୀୟର କିଛି ବ୍ୟଞ୍ଜନ ସହିତ ବିଦେଶୀ ବ୍ୟଞ୍ଜନକୁ ମଧ୍ୟ ସାମିଲ କରାଯାଇଥିଲା । ଏହି ବିଦେଶୀ ବ୍ୟଞ୍ଜନ ମଧ୍ୟରେ ପାସ୍ତା, କେକ, ନୁଡୁଲ୍ସ ପ୍ରଭୃତିକୁ ସାମିଲ କରାଯାଇଥିଲା ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.