ନୂଆଦିଲ୍ଲୀ: ଧିରେ ଧିରେ ଦେଶରେ କୋରୋନା ପରିସ୍ଥିତି ବିଗିଡିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତ ବଢି ଚାଲିଛନ୍ତି । ପ୍ରତିଦିନ ହଜାର ହଜାର ନମୁନା ପରୀକ୍ଷା ହେଉଛି । ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କର କୋରୋନା ଟେଷ୍ଟ ହୋଇସାରିଛି ।
ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦର ସୂଚନାନୁସାରେ ଏପ୍ରିଲ 8 ସୁଦ୍ଧା 1 ଲକ୍ଷ 27 ହଜାର 919ଟି ନମୁନା ପରୀକ୍ଷା ହୋଇଛି । ଦେଶରେ 136ଟି ସରକାରୀ ଲାବ ରହିଛି, ଯେଉଁଠି ଏହି ପରୀକ୍ଷା କରାଯାଉଛି । ଏହାସହ 59ଟି ଘରୋଇ ଲ୍ୟାବ ଟେଷ୍ଟ ପାଇଁ ଅନୁମତି ମିଳିଛି ।
ଏପର୍ଯ୍ୟନ୍ତ ଟେଷ୍ଟ ନମୁନାରୁ 5274 ପଜିଟିଭ ସ୍ପଷ୍ଟ ହୋଇଛି । ଏଥିରୁ 411 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 149 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନମୁନା ପରୀକ୍ଷାବେଳେ ଯେପରି ଲୋକଙ୍କୁ କୌଣସି ସମସ୍ୟା ନହୁଏ ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି ।
ସୌଜନ୍ୟ@ANI